Viral Video / ଅସୁସ୍ଥ ଝିଅକୁ କାନ୍ଧରେ ବୋହି ୭ କି.ମି. ଚାଲିଲେ ମା’, ଭିଡିଓ ଭାଇରାଲ
·57 mins ago·2 min read

Key Points
ଝିଅକୁ କାନ୍ଧରେ ବୋହି ୭ କି.ମି. ଚାଲିଲେ ମା’
ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଝିଅକୁ ବୋହିଲେ ମା’
ମା’ର ମମତା ଆଗରେ ହାର ମାନିଲା ଦୁର୍ଗମ ରାସ୍ତା
୭ କି.ମି. ଚାଲିଲେ ମା’, ଘଟଣା ପରେ ଗାଁକୁ ମିଳିବ ଆମ୍ବୁଲାନ୍ସ

ମା’ର ମମତା ଆଗରେ ହାର ମାନିଲା ୭ କିଲୋମିଟରର ରାସ୍ତା... ଅସୁସ୍ଥ ୧୨ ବର୍ଷୀୟ ଝିଅକୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ମା’ । ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ରାସ୍ତା ଅଭାବରୁ ଏଭଳି ଦୁର୍ଦ୍ଦଶାର ଶିକାର ହେଲେ ଆଦିବାସୀ ପରିବାର ।
ଆନ୍ଧ୍ରପ୍ରଦେଶର ଏକ ଦୁର୍ଗମ ଆଦିବାସୀ ଗାଁରୁ ସାମ୍ନାକୁ ଆସିଛି ହୃଦୟବିଦାରକ ଘଟଣା । ରାସ୍ତା ଖରାପ ଥିବାରୁ ଘର ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଅସୁସ୍ଥ ୧୨ ବର୍ଷୀୟ ଝିଅର ଯନ୍ତ୍ରଣା ଦେଖି ସହି ନପାରି ମା’ ତାକୁ କାନ୍ଧରେ ବୋହି ପ୍ରାୟ ୭ କିଲୋମିଟର ପାଦରେ ଚାଲି ହସ୍ପିଟାଲରେ ପହଞ୍ଚାଇଥିଲା ମା' ।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ଓ ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥାକୁ ନେଇ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରିବା ଘଟଣା ଦୂରଦୂରାନ୍ତରେ ରହୁଥିବା ଆଦିବାସୀ ପରିବାରଙ୍କ ସମସ୍ୟାକୁ ପୁଣିଥରେ ସାମ୍ନାକୁ ଆଣିଛି ।
ତେବେ ଏହି ଘଟଣା ପରେ ଗାଁବାସୀଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟସଭା ସାଂସଦ ବିଜୟ ଚିନ୍ତକୟାଲା ନିଜ MPLADS ପାଣ୍ଠିରୁ ପଲ୍ଲାପୁ ଡୁଙ୍ଗଡା ଗାଁକୁ ଏକ ଆମ୍ବୁଲାନ୍ସ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ନାରା ଲୋକେଶଙ୍କ ହସ୍ତକ୍ଷେପ ପରେ ସାଂସଦ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଏହି ପଦକ୍ଷେପ ଦ୍ୱାରା ଗ୍ରାମବାସୀଙ୍କୁ ଜରୁରୀ ସମୟରେ ଚିକିତ୍ସା ସେବା ମିଳିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି । ତେବେ କେବଳ ଆମ୍ବୁଲାନ୍ସ ନୁହେଁ, ଦୁର୍ଗମ ଅଞ୍ଚଳରେ ଭଲ ରାସ୍ତା ଓ ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇବା ମଧ୍ୟ ଅତ୍ୟନ୍ତ ଜରୁରୀ । ଯେପରି ଆଗକୁ କୌଣସି ମା’ଙ୍କୁ ନିଜ ଅସୁସ୍ଥ ପିଲାକୁ କାନ୍ଧରେ ବୋହି ମାଇଲ୍ ମାଇଲ୍ ଚାଲିବାକୁ ନପଡ଼େ, ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା ଆବଶ୍ୟକ କରାଯାଉଛି ।

In a heartbreaking ordeal, a tribal mother, Janni Sukaramma, carried her 12-year-old daughter Sampoorna on her shoulders for nearly 7 km to reach a hospital as heavy rains cut off road access to Pallapu Dungada hamlet. Ironically, a 6.5-km road sanctioned under PMGSY nearly eight years ago remains incomplete while health clinic tender is also underway. #AndhraPradesh
— Ashish (@KP_Aashish) November 2, 2026
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories