Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୁନି ଝିଅର ମୃତ୍ୟୁ ହସି ହସି ସୂଚନା ଦେଲେ ପୋଲିସ

National

Viral Video / କୁନି ଝିଅର ମୃତ୍ୟୁ ହସି ହସି ସୂଚନା ଦେଲେ ପୋଲିସ

Rashmita Mishra
Browse all articles by Rashmita Mishra
·1 hour ago·2 min read
କୁନି ଝିଅର ମୃତ୍ୟୁ ହସି ହସି ସୂଚନା ଦେଲେ ପୋଲିସ
Viral Video

Key Points

ପୋଲିସର ଏ କେମିତି ବ୍ୟବହାର ? ଦୁଷ୍କର୍ମ ଖବରରେ ହସୁଛନ୍ତି ଅଫିସର । 
କୁନି ଝିଅର ମୃତ୍ୟୁ ହସି ହସି ସୂଚନା ଦେଲେ ପୋଲିସ ।
ମଣିଷପଣିଆ ଭୁଲିଗଲା କି ପୋଲିସ ? ଭାଇରାଲ ହେଲା ଘୃଣ୍ୟ ଭିଡିଓ । 

ବର୍ତ୍ତମାନ ସମୟରେ କିଛି ଲୋକଙ୍କ ଭିତରେ ନାହିଁ ମାନବିକାତା... ହଜିଯାଇଛି ମଣିଷପଣିଆ । ଭୁଲିଯାଇଛନ୍ତି ସେ ବି ଜଣେ ନାରୀ । ଏମାନେ ମଣିଷ ନା ବହୁରୂପୀ ଏଣ୍ଡୁଅ । ଭଗବାନ ଏମାନଙ୍କ ମନରେ କଣ ସେଇ ସୁକ୍ଷ୍ମ ମାନବିକା ଏବଂ ସମ୍ବେଦନଶିଳର ଭାବନାକୁ ତିଆରି କରି ନାହାଁନ୍ତି । କେମିତି ଏମାନେ ଏତେ ଦୟା ହୀନ ହୋଇପାରନ୍ତି ।

ଗୋଟିଏ ୧୦ ବର୍ଷର ଝିଅକୁ ପ୍ରଥମେ ଅପହରଣ କରିନିଅନ୍ତି । ତାପରେ କୁନି ଝିଅଟିକୁ ନର ରାକ୍ଷାସ ମାନେ ଗଣ ଦୁଷ୍କର୍ମ କରନ୍ତି । ଆଉ ମନଭରିଗଲା ପରେ କୁନି ଝିଅଟିକୁ ଅତି ଅମାନୁଷିକ ଭାବେ ହତ୍ୟା କରିଦିଅନ୍ତି । ଏହି କଥାକୁ ଶୁଣିଲା ପରେ ଆପଣଙ୍କ ରକ୍ତ ଗରମ ହୋଇ ଯାଉଥିବ । ପ୍ରତିଶୋଧ ବହ୍ନି ମନଭିତରେ ଜଳିବାକୁ ଲାଗୁଥିବ । କିନ୍ତୁ ଏମାନେ ପୋଲିସ ଅଫିସର ଛୋଟି ଝିଅର ଦୁଷ୍କର୍ମ ଖବର ହସି ହସି ଦେଉଛନ୍ତି ।

ଜଣେ ମହିଳା ହୋଇ ମଧ୍ୟ ତାଙ୍କ ଭିତରେ ମମତା ବୋଲି ବୋଧେ କିଛି ଚିହ୍ନବର୍ଣ୍ଣ ନାହିଁ । ଗୋଟିଏ ମା' ତା ଝିଅକୁ ହରାଇ କାନ୍ଦୁଥିବା ବେଳେ ଜଣେ ମହିଳା ପୋଲିସ ଅଧିକାରୀ ମନ ଖୁସିରେ ହସୁଛନ୍ତି । ନଖ ନଖ କାମୁଡ଼ି ଠୋ ଠୋ ହୋଇ ହସୁଛନ୍ତି । ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ହୋଇ ମଧ୍ୟ ଦେଇଛନ୍ତି ନିର୍ଲଜତାର ପରିଚୟ । ଏମାନେ ମଣିଷ ନା ଆଉ କିଛି । ଭଗବାନ ଏମାନଙ୍କ ମନରେ କଣ ସେହି ସହାନୁଭୁତି ସେହି ମାନବିତାକୁ ତିଆରି କରିନାହାଁନ୍ତି ।

ତାମିଲନାଡ଼ୁ କୋଏମ୍ବଟୁରରେ ସେ କୁନି ଝିଅ ସହ ଯାହା ସବୁ ହେଲା ତା ଠାରୁ ଅତି ଲଜ୍ୟାଜନକ ଏହି ପୋଲିସ ମାନଙ୍କର ଆଚରଣ । ଦୁଷ୍କର୍ମ ହତ୍ୟାର ଖବର ଶୁଣିଲା ପରେ ଆମ ରକ୍ତ ଗରମ ହୋଇଯାଉଥିଲା । କିନ୍ତୁ ଏହି ସମ୍ବେଦନଶୀଳ ଘଟଣାକୁ ଏହି ପୋଲିସ ଅଧିକାରୀ ମାନେ ଏମିତି ଭାବରେ ହସିହସି ପ୍ରଫୁଲିତ ହୋଇ ସୂଚନା ଦେଲେ ଯାହା ସବୁଠାରୁ ଘୃଣ୍ୟ ।

ଏଥିସହ ପଢ଼ନ୍ତୁ: ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା; ଘଟଣାର ୭୭ଦିନରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ

ଗୋଟିଏ ନିରୀହ ଝିଅ ସହ ଏମିତି ଘୃଣ୍ୟ କାଣ୍ଡ ଘଟିଗଲା ହେଲେ ଏଭଳି ବ୍ୟବହାର ଯାହା ତଣ୍ଟି ଫାଡ଼ି ଚିତ୍କାର କରି କହିଲା କି ପୋଲିସ ପ୍ରଶାସନ ତାର ମଣିଷପଣିଆକୁ ହରାଇ ଦେଇଛି । କୋଏମ୍ବଟୁରର ଏହି ଭିଡିଓ ଏବେ ପୋଲିସର ପ୍ରକୃତ ସତ ଦେଖାଇବା ପାଇଁ ପୁରା କାଫି ।

ଗୋଟିଏ ପରିବାର ପୁରା ବର୍ବାଦ ହୋଇଗଲା ଗୋଟିଏ ଝିଅର ଜୀବନ ଚାଲିଗଲା । କିନ୍ତୁ ଏହି ପୋଲିସ ଅଫିସର ମାନେ ୩୨ ଦାନ୍ତ ଦେଖାଉଛନ୍ତି । ନଖ କାମୁଡ଼ି ହସୁଛନ୍ତି । ମୋବାଇଲ ଦେଖୁଛନ୍ତି । ଏ ହସ ନୁହେଁ ଏ ହେଉଛଉି ପୋଲିସ ପ୍ରଶାସନ ମରିଯାଇଥିବା ଆତ୍ମା । ଅପରାଧି ମାନଙ୍କୁ ଗିରଫ କରି ଜେଲରେ ପୁରାଯାଇଛି । କିନ୍ତୁ ଏଭଳି ବ୍ୟବହାର ସମସ୍ତଙ୍କ ମନରେ ଦୁଃଖ ଆଣି ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Video | Police Officers Laugh While Briefing Child Death Case | Argus News