Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜେଲ ଭିତରେ ପାର୍ଟି, ଚା' ସହ ପକୋଡିର ଆସର

Jitendra Dash
Browse all articles by Jitendra Dash
·2 years ago·1 min read
ଜେଲ ଭିତରେ ପାର୍ଟି, ଚା' ସହ ପକୋଡିର ଆସର

ଅର୍ଗସ ବ୍ୟୁରୋ : ଜେଲ ଭିତରେ ପାର୍ଟି । ଚା' ସହ ପକୋଡିର ଆସର । ପୁଣି ପାର୍ଟିର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଖୋଦ କଏଦୀ । ସାଧାରଣ ଲୋକଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କିମାରେ, ଯେ ଅସଲରେ ଜେଲ୍ ଭିତରେ କେମିତି ରହୁଥିବେ କଏଦୀ । ଜେଲର ନାଁ ଶୁଣିଲେ ଛାତି ଥରି ଉଠେ । ହେଲେ ଏଠି ତ ଜେଲରେ କଏଦୀମାନେ ପାର୍ଟି କରୁଛନ୍ତି । ପଞ୍ଜାବ ଲୁଧିୟାନା ସେଣ୍ଟ୍ରାଲ୍ ଜେଲର ଦୃଶ୍ୟ ଦେଖିବାକୁ ମିଳିଥିଲେ । ଯାହା ଜେଲ ସୁରକ୍ଷା ଉପରେ ବିରାଟ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି । 

ଅଧିକ ପଢନ୍ତୁ ଭାରତ ଖବର

ଲୁଧିୟାନା ସେଣ୍ଟ୍ରାଲ ଜେଲରେ ମଣି ରାଣା ନାମକ ଜଣେ କଏଦୀର ଜନ୍ମଦିନ ପାଳୁଛନ୍ତି ସାଥୀ କଏଦୀ । ଏହି ଅବସରରେ ସମସ୍ତେ ଚା ପୋକୋଡି ଖାଉଥିବାର ଦୃଶ୍ୟ ଭାଇରାଲ ହେଉଛି । ଭିଡିଓଟି ଭାଇରାଲ ହେବାପରେ ଜେଲ କର୍ତ୍ତୃପକ୍ଷ କିଛି କଏଦୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି । ସେପଟେ ଜେଲରେ କୌଣସି ପ୍ରକାର ନେଟୱର୍କ କାମ କରୁନଥିବା କୁହାଯାଏ । ହେଲେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Video Shows Birthday Party For Murder Accused At Ludhiana Jail | Argus News