Videos
|
National

Hanuman Ansh 2 / ହନୁମାନ ଅଂଶର ଦ୍ୱିତୀୟ ଭାଗରେ ନଜର ଆସିବେ କି ବିରୁସ୍କା? ପ୍ରଯୋଜକ ଦେଲେ ବଡ଼ ସଙ୍କେତ

Bikash Mohanty
Browse all articles by Bikash Mohanty
·2 hours ago·2 min read
ହନୁମାନ ଅଂଶର ଦ୍ୱିତୀୟ ଭାଗରେ ନଜର ଆସିବେ କି ବିରୁସ୍କା? ପ୍ରଯୋଜକ ଦେଲେ ବଡ଼ ସଙ୍କେତ
Birushka

Key Points

ହନୁମାନ ଅଂଶର ଦ୍ୱିତୀୟ ଭାଗରେ ବିରୁସ୍କା!
ପ୍ରଯୋଜକ ନମ୍ରତା ସିଂହ ଦେଲେ ବଡ଼ ସଙ୍କେତ
ହନୁମାନ ଅଂଶ ଫିଲ୍ମ ବକ୍ସ ଅଫିସରେ ଧମାଲ୍ କରୁଛି
ମୁମ୍ବାଇ,୧୦/୦୯: ହନୁମାନ ଅଂଶ ଫିଲ୍ମଟି ବର୍ତ୍ତମାନ ବକ୍ସ ଅଫିସରେ ଧମାଲ୍ କରୁଛି। ବିଶାଲ ଚତୁର୍ବେଦୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ବିତୀୟ ପାର୍ଟରେ କ୍ରିକେଟର ବିରାଟ କୋହଲି ଓ ଅନୁଷ୍ମା ଶର୍ମା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଉଭୟ ବିରାଟ ଓ ଅନୁଷ୍କା ନିମକରୋଲି ବାବାଙ୍କ ବଡ଼ ଭକ୍ତ। ଉଭୟେ ଅନେକ ଥର ବାବାଙ୍କ ଆଶ୍ରମ କୈଞ୍ଚି ଧାମ ଯାଇ ବାବାଙ୍କ ଆଶ୍ରୀବାଦ୍ ନେଇଛନ୍ତି।

ବିରୁଷ୍କାଙ୍କୁ ଦେଖାଯାଇପାରେ

ନିକଟରେ ଫିଲ୍ମର ନିର୍ଦ୍ଦେଶକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଫିଲ୍ମରେ ନେବାକୁ  ଇଚ୍ଛା ପ୍ରକାଶ କରିଥିଲେ। ଏବେ ଏହାର  ପ୍ରଯୋଜକ ନମ୍ରତା ସିଂହ ସୂଚନା ଦେଇଛନ୍ତି ଯେ ଆଗାମୀ କିସ୍ତିଗୁଡ଼ିକରେ ଏହି ଷ୍ଟାର ଦମ୍ପତି ଏକ କ୍ୟାମିଓ ଭୂମିକାରେ ଅଭିନୟ କରିପାରନ୍ତି।  ନମ୍ରତା ପ୍ରକାଶ କହିଛନ୍ତି ଯେ ସେମାନେ  କିଛି ପ୍ରମୁଖ ସେଲିବ୍ରିଟିଙ୍କ ସହିତ ଯୋଗାଯୋଗ କରିଛନ୍ତି ଯେଉଁମାନେ ଏହି ସିନେମା ବିଷୟରେ ପୂର୍ବରୁ ଅବଗତ ଥିଲେ। ଏହା ଉଲ୍ଲେଖନୀୟ ଯେ ବିରାଟ ଏବଂ ଅନୁଷ୍କାଙ୍କର ନିମ୍ କରୋଲି ବାବାଙ୍କ ପ୍ରତି ଗଭୀର ବିଶ୍ୱାସ ଅଛି। ଏହି ଦମ୍ପତି ପ୍ରାୟତଃ କୈଞ୍ଚି ଧାମକୁ ଯାଆନ୍ତି।

ପଢନ୍ତୁ ଏହି ଖବର: ୩ ଘଣ୍ଟା ଧରି ଅଟକିଥିଲା ସୁଟିଂ, ହନୁମାନ ଚାଳିଶା ପରେ ବଦଳିଗଲା ଚିତ୍ର!

ଏକ ବ୍ଲକବଷ୍ଟର ଫିଲ୍ମ
୭ ଅଗଷ୍ଟରେ ମୁକ୍ତିଲାଭ କରିଥିବା ହନୁମାନ ଅଂଶ ୨୦୨୬ର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ହିଟ୍ ଭାବରେ ଉଭା ହୋଇଛି। ସାକନିଲ୍କ ତଥ୍ୟ ଅନୁଯାୟୀ, ୨ କୋଟି ଟଙ୍କାର ଏକ ସାଧାରଣ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ୩୩ ଦିନ ମଧ୍ୟରେ ବକ୍ସ ଅଫିସରେ ୧୪୩.୧୩ କୋଟି ଏବଂ ୧୬୯.୨୦ କୋଟି ଟଙ୍କାର ନେଟ୍ ଆୟ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁଟିଂ ବେଳେ ଘଟିଥିଲା ଅଲୌକିକ ଘଟଣା

ହନୁମାନ ଅଂଶ ସୁଟିଂ ବେଳେ ଘଟିଥିଲା ଅଲୌକିକ ଘଟଣା। ସୁଟିଂ ସମୟରେ ବହୁତ ଅସୁବିଧା ହେଉଥିଊ। ଏପରିକି ଗୋଟିଏ ଦିନ ପ୍ରାୟ ୩ ଘଣ୍ଟା ଧରି କ୍ୟାମେରା ରୋଲ୍‌ ହୋଇପାରିନଥିଲା। ଶେଷରେ ନିର୍ଦ୍ଦେଶକ ସମସ୍ତଙ୍କୁ ହନୁମାନ ଚାଳିଶା ପାଠ କରିବାକୁ କହିଥିଲେ। ଫିଲ୍ମର ପୁରା ଟିମ ହନୁମାନ ଚାଳିଶା ପାଠ କରିଥିଲେ। ହନୁମାନ ଚାଳିଶା ପାଠ ପରେ ଚାଲିଲା କ୍ୟାମେରା। ସୁଟିଂ ସମୟର ଏହି ଅଲୌକିକ ଘଟଣା କଥା କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ।

ବଲିଉଡ୍ ଷ୍ଟାରଙ୍କ ହୃଦୟ  ଜିତୁଛି

ନିମ୍ କରୋଲି ବାବାଙ୍କ ଆଧ୍ୟାତ୍ମିକ ଜୀବନକୁ ପରଦାରେ ଜୀବନ୍ତ କରିଥିବା ‘ହନୁମାନ ଅଂଶ’ ଏବେ କେବଳ ସାଧାରଣ ଦର୍ଶକଙ୍କ ନୁହେଁ, ବଲିଉଡ୍ ଷ୍ଟାରମାନଙ୍କ ହୃଦୟ ମଧ୍ୟ ଜିତୁଛି । ବରୁଣ ଧାୱନ ଓ ଆଦିତ୍ୟ ଧରଙ୍କ ପରେ ଏବେ ଫିଲ୍ମର ଭକ୍ତ ହୋଇଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଥିଏଟରରେ ଫିଲ୍ମ ଦେଖିବା ପରେ ପ୍ରୀତିଙ୍କ ପ୍ରତିକ୍ରିୟା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ । ତେବେ କ’ଣ ରହିଛି ଏହି ଫିଲ୍ମରେ, ଯାହା ଦର୍ଶକଙ୍କ ସହ ଷ୍ଟାରମାନଙ୍କୁ ମଧ୍ୟ କରୁଛି ଭାବବିହ୍ୱଳ ?