Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଫୋନ ଶୈଳୀରେ ବିବାହର ନିମନ୍ତ୍ରଣ ପତ୍ର, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଇଫୋନ ଶୈଳୀରେ ବିବାହର ନିମନ୍ତ୍ରଣ ପତ୍ର, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଆଇଫୋନ ଶୈଳୀରେ ବିବାହ ନିମନ୍ତ୍ରଣ ପତ୍ର । ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରିଛି । ଆଜିକାଲି ନିଜର ବାହାଘର ପାଇଁ ସମସ୍ତେ ବିଭିନ୍ନ ଶୈଳୀର ନିଜର ବାହାଘର କାର୍ଡ , ନିଜର ପ୍ରି ୱେଡିଂ ସୁଟ୍ କରୁଛନ୍ତି । ସୋସିଆଲ ମିଡିଆରେ କପଲଙ୍କ ବିବାହକୁ ନେଇ ଅନେକ ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ । ସେହିପରି ବିଶାଖାପାଟନମର ଏକ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିବାହ କାର୍ଡକୁ ଆଇଫୋନ ଶୈଳୀରେ ତିଆରି କରାଯାଇଛି । ଲକ୍ଷ୍ମଣ ୱେଡିଂ କାର୍ଡ ଏହି କାର୍ଡକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । 

ଅଧିକ ପଢନ୍ତୁ : ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'

ଏହି ୱେଡିଂ କାର୍ଡର ଉପର ପାର୍ଶ୍ବରେ ୱାଲପେପର ଭଳି କପଲଙ୍କ ଫଟୋ ରହିଛି । ସେହିପରି ଦ୍ବିତୀୟ ପାର୍ଶ୍ବରେ ବିବାହର ମଣ୍ଡପ, ସ୍ଥାନ, ସମୟ  ସବୁକୁ ମଜାଳିଆ ଢଙ୍ଗରେ ରଖାଯାଇଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୫ ମିଲିଅନ ଲୋକ ଦେଖି ସାରିଛନ୍ତି । ଏହି ଭିଡିଓକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଆଇଡିଆଟା ଖୁବ ଭଲ ହୋଇଛି । ସେହିପରି ଆଉ ଜଣେ ଲେଖିଛନ୍ତି , ଖୁବ ମହଙ୍ଗା ୱେଡିଂ କାର୍ଡ । ତେବେ ପୂର୍ବରୁ ମଧ୍ୟ ଏହି କମ୍ପାନୀ ଖବରକାଗଜ ଶୈଳୀରେ, ପାସପୋର୍ଟ ଶୈଳୀରେ ୱେଡିଂ କାର୍ଡ ତିଆରି କରିଥିଲେ । ଯାହା ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Visakhapatnam Couple's iPhone-Themed Wedding Card | Argus News