Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉଡାଣ ଲଗାତର ରଦ୍ଦ ଏବଂ ବିଳମ୍ବ ଯୋଗୁଁ ନିଆଗଲା ଏମିତି ନିଷ୍ପତ୍ତି

National

ଉଡାଣ ଲଗାତର ରଦ୍ଦ ଏବଂ ବିଳମ୍ବ ଯୋଗୁଁ ନିଆଗଲା ଏମିତି ନିଷ୍ପତ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ଉଡାଣ ଲଗାତର ରଦ୍ଦ ଏବଂ ବିଳମ୍ବ ଯୋଗୁଁ ନିଆଗଲା ଏମିତି ନିଷ୍ପତ୍ତି

ଅର୍ଗସ ବ୍ୟୁରୋ : ପୁଣି ବାତିଲ ହେଲା ଭିସ୍ତାରା ଏୟାରଲାଇନ୍ସର ଅନେକ ବିମାନ । ଗତ କାଲି ଭିତରେ ପ୍ରାୟ ୧୦୦ରୁ ଅଧିକ ବିମାନ ବାତିଲ ହେବା ସହ ପ୍ରାୟ ୧୬୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ହୋଇଥିବା ମଧ୍ୟ ଜଣାପଡିଛି । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ସୂଚନା ଅନୁସାରେ, ୧୫ଟି, ଦିଲ୍ଲୀରୁ ୧୨ ଏବଂ ବେଙ୍ଗାଲୁରୁରୁ ୧୧ଟି ବିମାନ ବାତିଲ ହୋଇଛି । ତେବେ ଭିସ୍ତାରା ଏୟାରଲାଇନ୍ସରର ଏପରି ସମସ୍ୟା ନେଇ ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି । ଆମର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ । ଯେଉଁମାନେ ଟିକେଟ୍ କରିଥିଲେ ସେମାନଙ୍କୁ ରିଫଣ୍ଡ ହୋଇଯିବ ବୋଲି ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ବିମାନ ଉଡ଼ାଣ ବାତିଲ ଏବଂ ପ୍ରମୁଖ ବିଳମ୍ବ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସ୍ତାରା ଏୟାରଲାଇନ୍ସ ନିକଟରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ନୂତନ ବ୍ୟବସ୍ଥା ଅନୁଯାୟୀ ଭିସ୍ତାରା ପାଇଲଟମାନେ ୪୦ ଘଣ୍ଟା ଉଡ଼ାଣ ପାଇଁ ଏକ ନିର୍ଦ୍ଦିଷ୍ଟ ଦରମା ପାଇବେ । ଆହୁରି ମଧ୍ୟ, ଅତିରିକ୍ତ ଘଣ୍ଟା ଉଡ଼ାଣ ପାଇଁ ସେମାନଙ୍କୁ ପୃଥକ ଭାବରେ ପ୍ରଦାନ କରାଯିବ । ସମ୍ପ୍ରତି, ଭିସ୍ତାରା ପାଇଲଟମାନଙ୍କୁ ପ୍ରତି ବିମାନରେ ୭୦ ଘଣ୍ଟା ଉଡାଣ ପାଇଁ ଦରମା ପ୍ରଦାନ କରାଯାଏ । 

Sponsored
DGCA rules ensure passenger rights in case of delays, cancellations | Argus News