Vladimir Putin India visit / ସେପ୍ଟେମ୍ବରରେ ଭାରତ ଆସିବେ ପୁଟିନ୍, BRICS ସମ୍ମିଳନୀରେ ହେବେ ସାମିଲ
·20 hours ago·1 min read

Key Points
ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ପୁଟିନ୍
ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଭାରତ ଗସ୍ତରେ ଆସିବେ
BRICS ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ
ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଭାରତ ଗସ୍ତରେ ଆସିବେ
BRICS ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ
ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ନୂଆଦିଲ୍ଲୀ ଆସିବେ ପୁଟିନ୍ । ଏନେଇ କ୍ରେମାଲିନ୍ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି । ତେବେ ଏହା ଏକ ବର୍ଷ ମଧ୍ୟରେ ପୁଟିନଙ୍କ ଦ୍ବିତୀୟ ଭାରତ ଗସ୍ତ । ପୁଟିନଙ୍କ ଏହି ଗସ୍ତ ଭାରତ ଏବଂ ଋଷ ମଧ୍ୟରେ ରଣନୈତିକ ଏବଂ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇବ ।
ପୁଟିନ୍ ପୂର୍ବରୁ ଡିସେମ୍ବର ୨୦୨୫ରେ ୨୩ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିଥିଲେ । ଏହି ସମୟରେ ସେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ସହଯୋଗ ବିସ୍ତାର କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବ୍ୟାପକ ଆଲୋଚନା କରିଥିଲେ ।
ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ବିଶ୍ୱ ସୁରକ୍ଷା ଚ୍ୟାଲେଞ୍ଜ, ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେବ ବୋଲି ଆଶା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories