Vladimir Putin Praises India / ଭାରତରେ କେତେ ଭାଷା କୁହାଯାଏ? ମୋଦିଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହେଲେ ପୁତିନ୍
·9 mins ago·2 min read

Key Points
ଭାରତର ସାଂସ୍କୃତିକ ଓ ଭାଷାଗତ ବିବିଧତାକୁ ପୁଣି ଥରେ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନାକୁ ମନେ ପକାଇ ଭାରତରେ ବିଭିନ୍ନ ଭାଷାର ବ୍ୟବହାର ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଭାରତୀୟ ସଭ୍ୟତାକୁ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ବୋଲି କହିଛନ୍ତି ପୁତିନ୍। ତାଙ୍କ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ମସ୍କୋ, ଋଷିଆ: ପୁଣି ଥରେ ଭାରତ ଏବଂ ଦେଶର ସାଂସ୍କୃତିକ ବିବିଧତାର ପ୍ରଶଂସକ ପାଲଟିଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଙ୍କର ହୋଇଥିବା ଏକ ଆଲୋଚନାକୁ ଉଲ୍ଲେଖ କରି ସେ ଭାରତର ଭାଷାଗତ ବିବିଧତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦେଶର ଅଧାରୁ ଅଧିକ ଜନସଂଖ୍ୟା କିପରି ନିଜ ନିଜର ଭାଷା ବ୍ୟବହାର କରିଥାନ୍ତି।
ଋଷୀୟ ସମାଚାର ଏଜେନ୍ସି ସ୍ଫୁଟନିକ୍ (Sputnik News Agency Russia) ଅନୁଯାୟୀ, ଏକ ସାକ୍ଷାତକାର ଦେବା ସମୟରେ ରାଷ୍ଟ୍ରପତି ପୁତିନ୍ ଭାରତୀୟ ସଭ୍ୟତା ଏବଂ ବିବିଧତାକୁ ପ୍ରଶଂସା କରିଛନ୍ତି। ଏନେଇ ସେ କହିଛନ୍ତି "ଆପଣ ଭାରତୀୟ ସଭ୍ୟତାକୁ ଦେଖନ୍ତୁ, ଯାହା ସବୁଠାରୁ ପୁରୁଣା ସଭ୍ୟତା ମଧ୍ୟରୁ ଅନ୍ୟତମ। ଯାହା ବହୁତ ଆକର୍ଷଣୀୟ। ମୁଁ ଭାରତୀୟ ସଭ୍ୟତା ବିଷୟରେ ଯେତେ ଅଧିକ ଶିଖେ, ମୁଁ ସେତେ ଅଧିକ ପ୍ରଭାବିତ ହୁଏ।"
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଆଲୋଚନାକୁ ମନେ ପକାଇଲେ ପୁତିନ୍
ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ସେହି ଆଲୋଚନାକୁ ମନେ ପକାଇଛନ୍ତି। ଯେଉଁଥିରେ, ସେ ପଚାରିଥିଲେ ଯେ ଭାରତରେ ସରକାରୀ ଭାଷା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା କେତେ।
ପୁତିନ୍ କହିଥିଲେ, "ମୁଁ କିଛି ସମୟ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲି ଏବଂ ତାଙ୍କୁ ପଚାରିଥିଲି ଯେ, 'ଦେଶର କେତେ ନାଗରିକ ସରକାରୀ ଭାଷାରେ କଥାବାର୍ତ୍ତା କରିନ୍ତି?' ଏହାର ଉତ୍ତର ମୋଦି କହିଥିଲେ ଯେ, "ପ୍ରାୟ ୬୦ କୋଟି ଲୋକ।" ଦେଶର ମୋଟ ଜନସଂଖ୍ୟା କେତେ? ସେତେବେଳେ ମୋଦି ଉତ୍ତର ଦେଲେ ଯେ, " ପାଖାପାଖି ୧୫୦ କୋଟି।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଭାରତ ଗସ୍ତରେ ଆସୁଛନ୍ତି ପୁତିନ୍; BRICS ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ସାକ୍ଷାତ
ପୁତିନ୍ ଆଶ୍ଚର୍ଯ୍ୟ ଚକିତ ହୋଇ କହିଥିଲେ ଯେ, "ଏହାର ଅର୍ଥ ହେଉଛି ଭାରତର ମୋଟ ଜନସଂଖ୍ୟାର କେବଳ ଏକ ତୃତୀୟାଂଶ ଲୋକ ସରକାରୀ ଭାଷା ବ୍ୟବହାର କରନ୍ତି।"
ସେ ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ବାକି ଦୁଇ ତୃତୀୟାଂଶ ଜନସଂଖ୍ୟା ବିଷୟରେ ପଚାରିଥିଲେ। ଏନେଇ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ଦେଲେ, " ଦେଶର ବାକି ଦୁଇ-ତୃତୀୟାଂଶ ନିଜସ୍ୱ ଭାଷାରେ କଥାବାର୍ତ୍ତା କରନ୍ତି।" ପୁତିନ୍ ସାକ୍ଷାତକାରରେ ଭାରତକୁ ଆହୁରି ପ୍ରଶଂସା କରି କହିଥିଲେ ଯେ, " କ'ଣ ଏହା କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ କି? ଏହା ପ୍ରକୃତରେ ଏକ ଆଶ୍ଚର୍ଯ୍ୟ।"
ପୁତିନଙ୍କ ଏହି ସାକ୍ଷାତକାରର ଭିଡି଼ଓ ଏବେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି। ଗତ ମାସରେ ରାଜଧାନୀ ମସ୍କୋ ସ୍ଥିତ "Valdai Discussion Club" ଠାରେ, ଋଷୀୟ ରାଷ୍ଟ୍ରପତି, ଭାରତକୁ "ଅନନ୍ୟ, ବିବିଧ ଏବଂ ଏକତା" ଭାବରେ ବର୍ଣ୍ଣନା କରିଥିଲେ।
ପୁତିନ କହିଥିଲେ, "ଭାରତ ଏହାର ବିଧତାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।" ସେତେବେଳେ, ସେ ଭାରତର ଭାଷାଗତ ବିବିଧତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।
ତାଙ୍କର ଏହି ସାମ୍ପ୍ରତିକ ମନ୍ତବ୍ୟ ଗତ ସେପ୍ଟେମ୍ବର ୧୧ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ତାଙ୍କର ସାକ୍ଷାତକାରର କିଛି ମାସ ପରେ ଆସିଛି। ଚଳିତ ବର୍ଷ ଉଭୟେ ପରସ୍ପରକୁ ୨ ଥର ସାକ୍ଷାତ କରିଛନ୍ତି। ପ୍ରଥମ ସାକ୍ଷାତ ଗତ ଅଗଷ୍ଟ ମାସରେ ବିଶକେକ ଠାରେ ହୋଇଥିଲା।