Videos
|
National

Putin Set To Visit India: ଡିସେମ୍ବରରେ ଭାରତ ଆସିବେ ପୁଟିନ୍, କ୍ରେମଲିନ୍ ପକ୍ଷରୁ କରାଗଲା ସ୍ପଷ୍ଟ

santosh Kumar Sahoo
Browse all articles by santosh Kumar Sahoo
·1 year ago·2 min read
Putin Set To Visit India: ଡିସେମ୍ବରରେ ଭାରତ ଆସିବେ ପୁଟିନ୍, କ୍ରେମଲିନ୍ ପକ୍ଷରୁ କରାଗଲା ସ୍ପଷ୍ଟ

Key Points

ଆସନ୍ତା ଡିସେମ୍ବରରେ ଭାରତ ଆସିବେ ଋଷ ରାଷ୍ଟ୍ରପତି । ପୁଟିନଙ୍କ ଗସ୍ତ ନେଇ କ୍ରେମଲିନ୍ ପକ୍ଷରୁ କରାଗଲା ସ୍ପଷ୍ଟ । 

ଚଳିତ ବର୍ଷ ଡିସେମ୍ବର ମାସରେ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ଶୁକ୍ରବାର କ୍ରେମଲିନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏହା ପୂର୍ବରୁ ପୁଟିନଙ୍କୁ ଆସନ୍ତା ସୋମବାର ତିଆନଜିନରେ ହେବାକୁ ଥିବା SCO ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଭେଟିବେ ।


ନ୍ୟୁଜ୍ ଏଜେନ୍ସି AFPର ଏକ ରିପୋର୍ଟ ଅନୁଯାୟୀ, କ୍ରେମଲିନ ଅଧିକାରୀ ୟୁରି ଉଶାକୋଭ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁଟିନ ଉଭୟ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ SCO ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ଯାତ୍ରା କରିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଉଶାକୋଭ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ SCO ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ସେ କହିଛନ୍ତି ଯେ ଏହା ଚଳିତ ବର୍ଷ ସେମାନଙ୍କର

ପ୍ରଥମ ବୈଠକ ହେବ, ଯଦିଓ ସେମାନେ ଫୋନ୍‌ରେ ନିୟମିତ ଯୋଗାଯୋଗରେ ଅଛନ୍ତି। ତେବେ ଏହି ବୈଠକରେ ଡିସେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ ବୋଲି ୟୁରି ଉଶାକୋଭ କହିଛନ୍ତି ।


ଟ୍ରମ୍ପ୍ ଋଷଠାରୁ ତୈଳ କ୍ରୟ ପାଇଁ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଯାହା ପରେ ଭାରତ ଓ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି । ଏହି କାରଣରୁ ୧୦ ସଦସ୍ୟ ବିଶିଷ୍ଟ SCO ସମ୍ମିଳନୀକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।


ଆମେରିକୀୟ ଶୁଳ୍କ ମଧ୍ୟରେ ଅନୁଷ୍ଠିତ ହେଉଥିବା SCO ବୈଠକ ଉପରେ ସମଗ୍ର ବିଶ୍ୱ ନଜର ରଖିଛି । ଶୁଳ୍କ ପରେ ବିଶ୍ୱ ରାଜନୀତି ଯେପରି ପରିବର୍ତ୍ତନ ହୋଇଛି, ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଭାରତ ନିଜକୁ ଏକ ଶକ୍ତି ଭାବରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିବ । ସେପଟେ ଏହି ଟାରିଫ୍ ଓ୍ବାର ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ରବିବାର ତିଆନଜିନରେ SCO ସମ୍ମିଳନୀ ଅବସରରେ ଦୁଇଟି ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ଅଛି । ଯାହା ଉପରେ ସାର ବିଶ୍ବର ନଜର ରହିଛି