Videos
|
National

VLTD Mandatory / ଗାଡ଼ିରେ VLTD ଲଗାଇବା ନିୟମ କଡ଼ାକଡ଼ି, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

Bikash Mohanty
Browse all articles by Bikash Mohanty
·2 hours ago·2 min read
ଗାଡ଼ିରେ VLTD ଲଗାଇବା ନିୟମ କଡ଼ାକଡ଼ି, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
VLTD

Key Points

ଗାଡ଼ିରେ VLTD ବାଧ୍ୟତାମୂଳକ
VLTD ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ
ଗାଡ଼ି ଟ୍ରାକିଂ ନିୟମ କଡ଼ାକଡ଼ି
VLTD ଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଭିଯାନ
ନିୟମ ଅନୁପାଳନ ଉପରେ ସୁପ୍ରିମକୋର୍ଟଙ୍କ ନଜର
ପ୍ରତି ମାସରେ ପ୍ରକାଶ ପାଇବ ଜିଲ୍ଲାୱାରୀ ତଥ୍ୟ
ନୂଆଦିଲ୍ଲୀ,୧୧/୧୧: ଏଣିକି ଗାଡ଼ିରେ Vehicle Location Tracking Device ବା VLTD ଲଗାଇବା ବାଧ୍ୟତାମୂଳକ। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର ସରକାର। ଯୋଗ୍ୟ ସର୍ବସାଧାରଣ ପରିବହନ ଗାଡ଼ିରେ VLTD ଲାଗିବା ନେଇ VAHAN ପୋର୍ଟାଲରୁ ତଥ୍ୟ ସଂଗ୍ରହ କରାଯିବ। ପ୍ରତି ମାସରେ ଜିଲ୍ଲା ଓ ରାଜ୍ୟୱାରୀ ତଥ୍ୟ ସାର୍ବଜନୀନ ହେବ।ଏଥିସହ ଫିଟନେସ୍ ଯାଞ୍ଚ ସମୟରେ ଡିଭାଇସ୍ ଯାଞ୍ଚ ସହ ନିୟମ ଉଲ୍ଲଂଘନକାରୀ ଗାଡ଼ି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏହାର ନିୟମିତ ତଦାରଖ କରିବା ସହ ପ୍ରତି ମାସରେ ରିପୋର୍ଟ ଦାଖଲ କରିବେ।

କେବଳ ଡିଭାଇସ୍ ଲଗାଇବା ନୁହେଁ, ଏହା ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ। ଗାଡ଼ିର ଫିଟନେସ୍ ଯାଞ୍ଚ ସମୟରେ VLTD ଡିଭାଇସ୍‌ର ମଧ୍ୟ ଯାଞ୍ଚ କରାଯିବ। ଯାଞ୍ଚ ବେଳେ ଡିଭାଇସ୍ ନଥିଲେ କିମ୍ବା ନିୟମ ଅନୁସାରେ କାର୍ଯ୍ୟକ୍ଷମ ନଥିଲେ, ସମ୍ପୃକ୍ତ ଗାଡ଼ି ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ପଢନ୍ତୁ ଏହି ଖବର: ଆସାମରେ ବଡ଼ ଟ୍ରେନ୍ ଦୁର୍ଘଟଣା, ଲାଇନଚ୍ୟୁତ ହେଲା କୋଲକାତା-ସୈରାଙ୍ଗ ଏକ୍ସପ୍ରେସ୍‌ର ୭ଟି ବଗି

ଏହି ବ୍ୟବସ୍ଥାର ତଦାରଖ ପାଇଁ ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। କମିଟି ନିୟମିତ ଭାବେ VLTD ଲଗାଇବା ଓ ଏହାର କାର୍ଯ୍ୟକ୍ଷମତା ଉପରେ ନଜର ରଖିବେ। ଏଥିସହ ପ୍ରତି ମାସରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ଏହାଦ୍ୱାରା ନିୟମ କାର୍ଯ୍ୟକାରିତାରେ ଅବହେଳା ହେଲେ ତାହା ଚିହ୍ନଟ କରିବା ସହଜ ହେବ।

କାହିଁକି ଗୁରୁତ୍ୱପୂର୍ଣ୍ଣ VLTD?

VLTD ହେଉଛି ଏକ ଜିପିଏସ୍‌ ଆଧାରିତ ଟ୍ରାକିଂ ଡିଭାଇସ୍। ଏହା ସାହାଯ୍ୟରେ ଗାଡ଼ିର ଅବସ୍ଥିତି ଓ ଗତିବିଧି ଉପରେ ନଜର ରଖାଯାଇପାରେ। ବିଶେଷକରି ସର୍ବସାଧାରଣ ପରିବହନ ଗାଡ଼ିଗୁଡ଼ିକରେ ଏହାର ବ୍ୟବହାର ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଜରୁରୀ ପରିସ୍ଥିତିରେ ଗାଡ଼ିର ଲୋକେସନ୍ ଜାଣିବା ସହ ଆବଶ୍ୟକ ପଦକ୍ଷେପ ନେବାରେ ଏହା ସହାୟକ ହୋଇପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ VLTD ନିୟମର ଅନୁପାଳନକୁ ନେଇ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ଏଣିକି ନିୟମ ଖିଲାପ କରୁଥିବା ଗାଡ଼ିଗୁଡ଼ିକ ଉପରେ ରହିବ କଡ଼ା ନଜର।