Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର

Jitendra Dash
Browse all articles by Jitendra Dash
·2 years ago·1 min read
ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର

ଅର୍ଗସ ବ୍ୟୁରୋ : ଦେଶର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାଶ ଖେର ସାମାଜିକ ଗଣମାଧ୍ୟମ ଜରିଆରେ ହିନ୍ଦୀ ସଙ୍ଗୀତ “ଓଡ଼ିଶା ପରିବର୍ତ୍ତନ” ପୋଷ୍ଟ୍ କରିଛନ୍ତି । ଏହି ଅବସରରେ କୈଳାଶ ଖୈର ଟ୍ୱିଟ୍ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା' ସମ୍ବଲେଶ୍ୱରୀ ଓଡ଼ିଶାର ପବିତ୍ର ଭୂମିରେ ସବୁ ଦେବାଦେବୀ ମାନେ ସଙ୍କେତ ଦେଉଛନ୍ତି ଯେ ପରିବର୍ତ୍ତନ ବିକାଶର ପ୍ରଥମ ସୋପାନ । କୈଳାସ ପରିବାର ତରଫରୁ ସଙ୍ଗୀତ ମାଧ୍ୟମରେ ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର ।   

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (मोदी का परिवार) (@dpradhanbjp) April 3, 2024

“ଓଡ଼ିଶା ପରିବର୍ତ୍ତନ” ଆଡକୁ ଗୋଟିଏ ପାଦ ଆଗକୁ କଥାବସ୍ତୁ ଉପରେ ପ୍ରସ୍ତୁତ ହୋଇଥିବା ନିର୍ବାଚନୀ ଗୀତରେ କୈଳାଶ ଖେର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସମଲେଶ୍ୱରୀଙ୍କ ପବିତ୍ର ଭୂମିକୁ ସମୃଦ୍ଧି ଏବଂ ବିକାଶର ଭୂମି କହିଛନ୍ତି ।  ଏହି ପବିତ୍ର ଭୂମିରୁ ପ୍ରଭୁଙ୍କ ଚରଣରେ ପଦ୍ମ ଫୁଟାଇବା ସହ ଓଡ଼ିଶାରେ ପରିବର୍ତ୍ତନ ଆଣିବା ଉପରେ ଗୀତଟି ରଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶର କାର୍ଯ୍ୟଶୈଳୀ ଓ ସେମାନଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାରେ ବିକାଶର କାର୍ଯ୍ୟ ଉପରେ ଗୀତଟି ପର୍ଯ୍ୟବେସିତ ହୋଇଛି । ଓଡ଼ିଶାର ସଂକଳ୍ପକୁ ଗୀତରେ ପ୍ରତିଫଳିତ କରାଯାଇଛି ।

Sponsored
Vocalist Kailash Kher sang a song titled 'Odisha Paribartan' | Argus News