Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାତି ପାହିଲେ ଭୋଟ୍‌ ଗଣନା, ଏମିତି ଚେକ୍ କରିବେ ରେଜଲ୍ଟ ?

National

Election Result / ରାତି ପାହିଲେ ଭୋଟ୍‌ ଗଣନା, ଏମିତି ଚେକ୍ କରିବେ ରେଜଲ୍ଟ ?

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ରାତି ପାହିଲେ ଭୋଟ୍‌ ଗଣନା, ଏମିତି ଚେକ୍ କରିବେ ରେଜଲ୍ଟ ?
Election Result

Key Points

ରାତି ପାହିଲେ ଭୋଟ ଗଣନା
ଜାଣନ୍ତୁ କେଉଁଠି ଚେକ୍ କରିବେ ରେଜଲ୍ଟ ?
କିଏ ଜିତିବ କିଏ ହାରିବ ସବୁ ଜଣାପଡ଼ିବ ଆସନ୍ତାକାଲି


ଆସନ୍ତାକାଲି ବା ରାତି ପାହିଲେ ଭୋଟ ଗଣନା। ସମସ୍ତଙ୍କ ନଜର ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ୨୦୨୬ ବିଧାନସଭା ନିର୍ବାଚନ ଫଳାଫଳ ଉପରେ। ନିକଟରେ ଶେଷ ହୋଇଛି ନିର୍ବାଚନ। ଆସନ୍ତାକାଲିର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। କଣ ହେବ କାହା ମୁଣ୍ଡ ଉପରେ ସୁନା କଳସ ଢ଼ାଳିବ ହାତୀ ତାହା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଆପଣ ଜାଣନ୍ତି କି କେମିତି ହେବ, କେଉଁଠି ଚେକ୍ କରିବେ ରେଜଲ୍ଟ ? ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାଗୁଡ଼ିକ ମଧ୍ୟରେ ଏହି ୫ ଅଞ୍ଚଳର ନିର୍ବାଚନ ଏଥର ସବୁଠାରୁ ଚର୍ଚ୍ଚାରେ ରହିଛି।

ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଆନୁଷ୍ଠାନିକ ମତଦାନ ଏବଂ ଗଣନା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଯେଉଁଥିରେ ଚୂଡ଼ାନ୍ତ ଫଳାଫଳର ତାରିଖ ଏବଂ ଭୋଟ ଗଣନା ପ୍ରକ୍ରିୟା ଆଦି ଘୋଷଣା କରାଯାଇଛି। ସକାଳ ସକାଳୁ ପ୍ରଥମ ପର୍ଯ୍ୟାୟ ରେଜଲ୍ଟ ଆସିବାକୁ ଘଣ୍ଟା ଦୁଇ ଘଣ୍ଟା ସମୟ ଲାଗିପାରେ। ହେଲେ ୮ଟା ବେଳକୁ ସ୍ପଷ୍ଟ ଫଳାଫଳ ଆସିବା ଆରମ୍ଭ ହୋଇଯାଇପାରେ। ତେବେ ସନ୍ଧ୍ୟାସୁଦ୍ଧା ପ୍ରାୟ ରାଜ୍ୟର ଚୂଡ଼ାନ୍ତ ଫଳାଫଳ ଆସିଯାଇପାରେ।

.କେମିତି ହୁଏ ଭୋଟ ଗଣନା?

ପ୍ରଥମେ ପୋଷ୍ଟାଲ୍ ବାଲଟରେ ଭୋଟ ଗଣନା ଆରମ୍ଭ ହୁଏ, ତା’ପରେ EVM ଭୋଟ୍ ଗଣତି ହୁଏ। ପ୍ରତ୍ୟେକ ପର୍ଯ୍ୟାୟ ପରେ ଫଳାଫଳ ଅପଡେଟ୍ କରାଯାଏ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଏ।​​​​​​​ କେଉଁଠି ଚେକ୍ କରିବେ ରେଜଲ୍ଟ- ସଠିକ୍ ଫଳାଫଳ ପାଇଁ ଭୋଟରମାନଙ୍କୁ କେବଳ ଯାଞ୍ଚ ହୋଇଥିବା ଏବଂ ସରକାରୀ ପ୍ଲାଟଫର୍ମ ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି। କାରଣ ଦିନ ସାରା ଏକାଧିକ ଡିଜିଟାଲ୍ ଉତ୍ସ ପ୍ରକୃତ-ସମୟ ଅପଡେଟ୍ ପ୍ରଦାନ କରିବେ। ତେଣୁ କେବଳ ସରକାରୀ ପ୍ଲାଟଫର୍ମକୁ ବିଶ୍ୱାସ କରିବାକୁ ପରାମର୍ଶ ଦିଆଯାଇଛି। ଇସିଆଇର ସରକାରୀ ୱେବସାଇଟ୍ ନିର୍ବାଚନମଣ୍ଡଳୀ ଅନୁଯାୟୀ ଲାଇଭ୍ ଗଣନା ଅପଡେଟ୍ ଏବଂ ଚୂଡ଼ାନ୍ତ ଫଳାଫଳ ପ୍ରଦାନ କରିବ। ଏହା ଯାଞ୍ଚ କରାଯାଇଥିବା ନିର୍ବାଚନ ତଥ୍ୟ ପାଇଁ ସବୁଠାରୁ ନିର୍ଭରଯୋଗ୍ୟ ଏବଂ ପ୍ରାଥମିକ ଉତ୍ସ ଭାବରେ ରହିଛି।

ଏଥିସହ ପଢ଼ନ୍ତୁ: ନିର୍ବାଚନୀ ପ୍ରସଙ୍ଗରେ ଦିଦିଙ୍କୁ ସୁପ୍ରିମ ଝଟକା; କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରିଥିଲେ

ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ପାଞ୍ଚଟି ଅଞ୍ଚଳ (ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀ)ରେ ଆସନ୍ତାକାଲି ମେ ୪ ତାରିଖରେ ୨୦୨୬ ଏହି ଦିନ, ସମସ୍ତ ନିର୍ବାଚନମଣ୍ଡଳୀରେ ଏକକାଳୀନ ଗଣନା କରାଯିବ ଏବଂ ଦିନସାରା ଫଳାଫଳ କ୍ରମଶଃ ଘୋଷଣା କରାଯିବ। ଏହା ବାଦ୍ ଭୋଟର ହେଲ୍ପଲାଇନ୍ ଆପ୍ ସିଧାସଳଖ ନିର୍ବାଚନ କମିଶନଙ୍କଠାରୁ ରିଅଲ୍-ଟାଇମ୍ ଅପଡେଟ୍ ପ୍ରଦାନ କରେ। ୟୁଜରମାନେ ସେମାନଙ୍କର ମୋବାଇଲ୍ ଡିଭାଇସରେ ନିର୍ବାଚନମଣ୍ଡଳୀ ଅନୁଯାୟୀ ଫଳାଫଳ ଏବଂ ଟ୍ରେଣ୍ଡଗୁଡ଼ିକୁ ଟ୍ରାକ୍ କରିପାରିବେ।

.ନିର୍ବାଚନ କମିଶନ ଏହି ଗଣନା ପ୍ରକ୍ରିୟା ଅନୁସରଣ କରନ୍ତି:

. ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣନା କରାଯାଏ।
. ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ରାଉଣ୍ଡ ୱାଇଜ୍ ଗଣନା ଆରମ୍ଭ ହୁଏ।
. ସମସ୍ତ ପର୍ଯ୍ୟାୟ ସମାପ୍ତ ହେବା ପରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଏ।

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Election Result | Assembly Election Results 2026 date & counting time | Argus News | Argus News