TMC Court Hearing / ନିର୍ବାଚନୀ ପ୍ରସଙ୍ଗରେ ଦିଦିଙ୍କୁ ସୁପ୍ରିମ ଝଟକା; କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରିଥିଲେ
·4 months ago·2 min read

Key Points
ଭୋଟ୍ କାଉଣ୍ଟିଂରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିଯୁକ୍ତ ପ୍ରସଙ୍ଗ
ତୃଣମୂଳ କଂଗ୍ରେସର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ତୃଣମୂଳ କଂଗ୍ରେସର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ଲାଗି ହୋଇଥିବା ନିର୍ବାଚନର ଫଳାଫଳ ମେ ୪ ତାରିଖରେ ପ୍ରକାଶ ପାଇବ । ଏହା ପୂର୍ବରୁ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC)କୁ ଲାଗିଛି ସୁପ୍ରିମ ଝଟକା । ଉଚ୍ଚ ନ୍ୟାୟାଳୟ ଆଜି ଟିଏମସିର ସେହି ଆବେଦନକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ଦଳ କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ମାମଲା ଭୋଟ ଗଣତି ସମୟରେ କେନ୍ଦ୍ରୀୟ ସରକାର ଓ ପିଏସୟୁ କର୍ମଚାରୀଙ୍କ ନିଯୁକ୍ତି ସହିତ ଜଡ଼ିତ, ଯାହାକୁ ସୁପ୍ରିମକୋର୍ଟ ବେଆଇନ ନୁହେଁ ବୋଲି କହିଛନ୍ତି । ଏହାସହିତ ନିର୍ବାଚନ ଆୟୋଗଙ୍କ କାମରେ ହସ୍ତକ୍ଷେପ ନ କରିବାକୁ ସିଧା ମନା କରିଛନ୍ତି ।
କୋର୍ଟ କହିଛନ୍ତି ଯେ ଭୋଟ ଗଣତି ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ନିୟମ ବିରୁଦ୍ଧରେ ନୁହେଁ । ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ କୌଣସି ନୂତନ ନିର୍ଦ୍ଦେଶର ଆବଶ୍ୟକତା ନାହିଁ କହି ଏହାକୁ ବନ୍ଦ କରିଛନ୍ତି । ସୁପ୍ରିମକୋର୍ଟ ଆବେଦନ ଉପରେ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଜାରି କରି ନାହାଁନ୍ତି, କହିଛନ୍ତି ଯେ "କୌଣସି ନିର୍ଦ୍ଦେଶର ବି ଆବଶ୍ୟକତା ନାହିଁ, କାରଣ ଏହା ବେଆଇନ ନୁହେଁ ।"
ପଢନ୍ତୁ ଏହି ଖବର: ନିର୍ବାଚନ ଫଳ ପୂର୍ବରୁ TMCକୁ ବଡ଼ ଝଟକା, ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ
ଉଚ୍ଚତମ ନ୍ୟାୟାଳୟ ନିର୍ବାଚନ କମିଶନ (EC)ଙ୍କ ଏକ ରିପୋର୍ଟକୁ ରେକର୍ଡରେ ଗ୍ରହଣ କରିଥିଲେ, ଯେଉଁଥିରେ କମିଶନ ପ୍ରତିଶ୍ରୁତି ଦେଇଛି ଯେ ସର୍କୁଲାରକୁ ଏହାର ସଠିକ୍ ଅର୍ଥ ଓ ଭାବନା ସହିତ ଲାଗୁ କରାଯିବ । ଶୁଣାଣି ସମୟରେ, ଟିଏମସି ନିଜର ସ୍ଵରକୁ ନରମ କରି କହିଛି ଯେ ସର୍କୁଲାର ଅନୁଯାୟୀ, ସେମାନେ ଏବେ ଚାହୁଁଛନ୍ତି ଯେ ଭୋଟ ଗଣତି ସମୟରେ ଅତି କମରେ ଟେବୁଲରେ ଜଣେ ବ୍ୟକ୍ତି ରାଜ୍ୟ ସରକାରୀ କର୍ମଚାରୀ ରୁହନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସମ୍ପୂର୍ଣ୍ଣ ବିବାଦ କ’ଣ?
- କଣ କହିଥିଲେ ହାଇକୋର୍ଟ ?
ଏଠାରେ କହିରଖୁଛୁ କି, ଏହି ଆବେଦନର ତ୍ଵରିତ ଶୁଣାଣି ପାଇଁ ଟିଏମସି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା । ରାଜ୍ୟରେ ବିଧାନସଭା ନିର୍ବାଚନର ଫଳ ମେ ୪ ତାରିଖରେ ପ୍ରକାଶ ପାଇବାକୁ ଥିବାରୁ ତ୍ଵରିତ ଶୁଣାଣି ପାଇଁ ଅନୁରୋଧ କରାଯାଇଥିଲା । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ଲାଗି ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ୨୩ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବାବେଳେ ଏପ୍ରିଲ ୨୯ରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ସରିଛି । ବେଙ୍ଗଲରେ ମୋଟ ୯୦ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ଭୋଟ ଗଣତି ମେ ୪ ତାରିଖରେ ହେବାକୁ ଥିବାବେଳେ ହାୱଡାରେ ଥିବା ଷ୍ଟ୍ରଙ୍ଗରୁମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଅଧିକ ଖବର ପଢନ୍ତୁ...
Related Topics
Explore more stories