Bengal Elections / ଜଳୁଛି ଦିଦିଙ୍କ ଗଡ଼: ଭୋଟର ତାଲିକାରୁ ନାଁ ଗାଏବ, କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ?
·5 months ago·2 min read

Key Points
ପଶ୍ଚିମବଙ୍ଗରେ ହୋହାଲ୍ଲା
ଭୋଟର ତାଲିକାରୁ ନାଁ ଗାଏବକୁ ନେଇ ବିବାହ !
କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ
ଭୋଟର ତାଲିକାରୁ ନାଁ ଗାଏବକୁ ନେଇ ବିବାହ !
କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ
ଜଳୁଛି ଦିଦିଙ୍କ ଗଡ଼। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଛି।ଭୋଟର ତାଲିକା ବିବାଦ କେବଳ ମାଲଦାରେ ସୀମିତ ନାହିଁ, ବରଂ ସମଗ୍ର ପଶ୍ଚିମବଙ୍ଗରେ ଏହା ଏକ ବଡ଼ ରାଜନୈତିକ ମୁଦ୍ଦା ପାଲଟିଛି। ସ୍ୱଚ୍ଛ ନିର୍ବାଚନ ପାଇଁ ଏକ ନିର୍ଭୁଲ ଭୋଟର ତାଲିକା ଅପରିହାର୍ଯ୍ୟ, ମାତ୍ର ଏହି ପ୍ରକ୍ରିୟାରେ ସାଧାରଣ ଜନତା ଯେପରି ଅଯଥାରେ ହଇରାଣ ନହୁଅନ୍ତି, ସେଥିପ୍ରତି ନିର୍ବାଚନ କମିଶନ ଦୃଷ୍ଟି ଦେବା ଆବଶ୍ୟକ।
ବିଶେଷ କରି ମାଲଦା ଜିଲ୍ଲାରେ ଭୋଟର ତାଲିକାରୁ ବହୁ ସଂଖ୍ୟାରେ ନାମ କଟାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ତାଲିକାରୁ ହଜାର ହଜାର ଯୋଗ୍ୟ ଭୋଟରଙ୍କ ନାମ ବାଦ ପଡିଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ମାଲଦାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।
ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସଆଇଆର) ଅଧୀନରେ ପଶ୍ଚିମବଙ୍ଗରେ ଲକ୍ଷ ଲକ୍ଷ ନାମ କଟାଯାଇଛି। ମାଲଦା ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଏହି ସଂଖ୍ୟା ଅଧିକ ଥିବାରୁ ଏହା ସାମ୍ପ୍ରଦାୟିକ ଓ ରାଜନୈତିକ ମୋଡ଼ ନେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କର ନାମ ଭୁଲରେ କଟିଯାଇଛି, ସେମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ପୁନର୍ବାର ଆବେଦନ କରିପାରିବେ। ତେବେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଭୋଟରଙ୍କ ମଧ୍ୟରେ ଥିବା ଏହି ଅନିଶ୍ଚିତତା ଗଣତନ୍ତ୍ର ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ସ୍ଥାନୀୟ ବାସିନ୍ଦା ଏବଂ କେତେକ ରାଜନୈତିକ ଦଳର ଅଭିଯୋଗ ଅନୁଯାୟୀ, ନିର୍ବାଚନ କମିଶନଙ୍କ ଅଧିକାରୀମାନେ ଜାଣିଶୁଣି ଏବଂ କୌଣସି ଯଥାର୍ଥ କାରଣ ନଥାଇ ପ୍ରକୃତ ଭୋଟରଙ୍କ ନାମ ତାଲିକାରୁ ହଟାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ମାଲଦାର ଇଂରାଜବଜାର ଓ ଅନ୍ୟାନ୍ୟ ଅଞ୍ଚଳରେ ଲୋକମାନେ ରାସ୍ତାକୁ ଓହ୍ଲାଇବା ସହ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରଦର୍ଶନକାରୀଙ୍କ କହିବା କଥା ହେଉଛି ଯେ, ବହୁ ପୁରୁଣା ବାସିନ୍ଦା ଯେଉଁମାନେ ବର୍ଷ ବର୍ଷ ଧରି ଭୋଟ୍ ଦେଇ ଆସୁଛନ୍ତି, ସେମାନଙ୍କ ନାମକୁ ମଧ୍ୟ ‘ମୃତ’ କିମ୍ବା ‘ସ୍ଥାନାନ୍ତରିତ’ ଦର୍ଶାଇ କାଟି ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଦିଦିଙ୍କ ଗଡ଼ରେ ୯ଘଣ୍ଟା ଅଟକ ରହିଲେ ୭ ନ୍ୟାୟିକ ଅଧିକାରୀ; ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା
ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଅନ୍ୟପଟେ ପୁରା ଘଟଣା ବିଷୟରେ କିଛି ବି କହିନାହାନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ। ତେବେ ପଶ୍ଚମବଙ୍ଗରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ଆଗକୁ ଏହା କେଉଁ ମୋଡ ନେବ ତାହା ଉପରେ ସମସ୍ତଙ୍କ ନଜର।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories