Bihar Election / ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଭୋଟ୍ ଦେଉଛନ୍ତି ଜନତା
·4 months ago·2 min read

Key Points
ଇଭିଏମରେ ସିଲ୍ ହେବ ଏନଡିଏ, ମହାମେଣ୍ଟ ଓ ଜନସୁରାଜ ପାର୍ଟିର ୧୩୩ ମହିଳାଙ୍କ ସହ ମୋଟ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ମତଦାନ । ସୁରକ୍ଷା କାରଣରୁ ଅଳ୍ପ କିଛି ବୁଥରେ ସନ୍ଧ୍ୟା ୫ଟା ଯାଏଁ ମତଦାନ ହେବ।
ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆଜି ଭୋଟିଂ। ୧୮ ଜିଲ୍ଲାର ୧୨୧ ଆସନରେ ଚାଲିଛି ମତଦାନ। ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ ଇସି ପକ୍ଷରୁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଇଭିଏମରେ ସିଲ୍ ହେବ ଏନଡିଏ, ମହାମେଣ୍ଟ ଓ ଜନସୁରାଜ ପାର୍ଟିର ୧୩୩ ମହିଳାଙ୍କ ସହ ମୋଟ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ମତଦାନ । ସୁରକ୍ଷା କାରଣରୁ ଅଳ୍ପ କିଛି ବୁଥରେ ସନ୍ଧ୍ୟା ୫ଟା ଯାଏଁ ମତଦାନ ହେବ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ମୋଟ ୪୫ ହଜାର ୩୪୧ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି। ମତଦାନ ସାବ୍ୟସ୍ତ କରିବେ ୩ କୋଟି ୭୫ ଲକ୍ଷ ୧୩ ହଜାର ୩୦୨ ଜଣ ଭୋଟର। ପୁରୁଷ ଭୋଟର ସଂଖ୍ୟା ୧ କୋଟି ୯୮ ଲକ୍ଷ ୩୫ ହଜାର ୩୨୫ ରହିଥିବାବେଳେ ମହିଳା ଭୋଟର ସଂଖ୍ୟା ରହିଛି ୧ କୋଟି ୭୬ ଲକ୍ଷ ୭୭ ହଜାର ୨୧୯ । ଏଥର ପ୍ରଥମ ଥର ପାଇଁ ଭୋଟଦେବେ ୭ ଲକ୍ଷ ୩୭ ହଜାର ୭୬୫ ଜଣ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୨୨ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା ୪୨୩ ଓ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୫୧୯ ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ BJPର 48, JDUର 57, LJP(RB)ର 12, RJDର 72, କଂଗ୍ରେସର 24, CPI(ML)ର 14, CPIର 5 ଓ CPMର 3 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ଅଧିକ ପଢନ୍ତୁ : ରାତି ପାହିଲେ ବିହାର ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ଆସନରେ ଭୋଟ୍
ଏପଟେ ଆସନ୍ତା ୧୧ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ଏନଡିଏ ହେଭିୱେଟ୍ କରିଛନ୍ତି ଜୋରଦାର ପ୍ରଚାର । ଇଷ୍ଟ ଚମ୍ପାରଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମହାମେଣ୍ଟକୁ ତୀବ୍ର ସମାଲୋଚନା କରିବା ସହ ଜନତାଙ୍କୁ ଦେଖାଇଛନ୍ତି ବିହାର ବିକାଶର ଚିଠା । ସେହିପରି ବାଙ୍କ ଓ ଜାମୁଇରେ କଂଗ୍ରେସ-ଆରଜେଡି ଉପରେ ବର୍ଷିଚନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାକୁ ବାରମ୍ବାର ଅପମାନିତ କରୁଥିବା ଇଣ୍ଡି ମେଣ୍ଟକୁ ବିହାର ଜନତା କେବେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ରାଜନାଥ ।
ବିହାର ବାଜି ଜିତିବାକୁ ସବୁ ରାଜନୈତିକ ଦଳ ପ୍ରୟାସ ଜାରି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଜନସୁରାଜ ପାର୍ଟିକୁ ଲାଗିଛି ଜୋରଦାର ଝଟ୍କା । ମୁଙ୍ଗେର ଆସନରେ ଜନସୁରାଜ ପ୍ରାର୍ଥୀ ସଂଜୟ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ଏପଟେ ତୁଟୁନି ମହାମେଣ୍ଟ କଳି । ଆସନ୍ତା ୧୪ ତାରିଖରେ ସାମ୍ନାକୁ ଆସିବ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories