Bihar Elections / ରାତି ପାହିଲେ ବିହାର ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ଆସନରେ ଭୋଟ୍
·4 months ago·3 min read

Key Points
ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ପାଇଁ ପ୍ରସ୍ତୁତ ମୈଦାନ । ରାତି ପାହିଲେ ୧୮ ଜିଲ୍ଲାର ୧୨୧ ଆସନରେ ହେବାକୁ ଯାଉଛି ମତଦାନ । ଇଭିଏମରେ ସିଲ୍ ହେବ ଏନଡିଏ, ମହାମେଣ୍ଟ ଓ ଜନସୁରାଜ ପାର୍ଟିର ୧୩୩ ମହିଳାଙ୍କ ସହ ମୋଟ ୧,୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବ ମତଦାନ ।
ପାଟନା: ଗୁରୁବାର ଭୋଟ୍ ଦେବ ବିହାର । ପ୍ରଥମ ପର୍ଯ୍ୟାୟ ବିହାର ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ ୧୮ ଜିଲ୍ଲାର ୩ କୋଟି ୭୫ ଲକ୍ଷ ଭୋଟର । ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ ହୋଇଛି ବ୍ୟାବକ ପ୍ରସ୍ତୁତି । ସେପଟେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ହୋଇଛି ମଇଦାନ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଏନଡିଏ ହେଭିୱେଟ ।
ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ପାଇଁ ପ୍ରସ୍ତୁତ ମୈଦାନ । ରାତି ପାହିଲେ ୧୮ ଜିଲ୍ଲାର ୧୨୧ ଆସନରେ ହେବାକୁ ଯାଉଛି ମତଦାନ । ଇଭିଏମରେ ସିଲ୍ ହେବ ଏନଡିଏ, ମହାମେଣ୍ଟ ଓ ଜନସୁରାଜ ପାର୍ଟିର ୧୩୩ ମହିଳାଙ୍କ ସହ ମୋଟ ୧,୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବ ମତଦାନ । ସୁରକ୍ଷା କାରଣରୁ ଅଳ୍ପ କିଛି ବୁଥରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ ।
ଏଥିସହ ପଢ଼ନ୍ତୁ: ଡେମୋ ଦେଖାଇବା ବେଳେ ଦୌଡ଼ିଲା ପୀତବାସଙ୍କୁ ଗୁଳି କରିଥିବା କୁରୁପତି ଭୂୟାଁ !
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ମୋଟ ୪୫ ହଜାର ୩୪୧ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି । ମତଦାନ ସାବ୍ୟସ୍ତ କରିବେ ୩ କୋଟି ୭୫ ଲକ୍ଷ ୧୩ ହଜାର ୩୦୨ ଜଣ ଭୋଟର । ପୁରୁଷ ଭୋଟର ସଂଖ୍ୟା ୧ କୋଟି ୯୮ ଲକ୍ଷ ୩୫ ହଜାର ୩୨୫ ରହିଥିବା ବେଳେ ମହିଳା ଭୋଟର ସଂଖ୍ୟା ୧ କୋଟି ୭୬ ଲକ୍ଷ ୭୭ ହଜାର ୨୧୯ ।
ଏଥର ପ୍ରଥମ ଥର ପାଇଁ ଭୋଟ୍ ଦେବେ ୭ ଲକ୍ଷ ୩୭ ହଜାର ୭୬୫ ଜଣ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୨୨ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା ୪୨୩ ଓ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୫୧୯ ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ BJPର ୪୮, JDUର ୫୭, LJP(RB)ର ୧୨, RJDର ୭୨, କଂଗ୍ରେସର ୨୪, CPI(ML)ର ୧୪, CPIର ୫ ଓ CPMର ୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ଏଥିସହ ପଢ଼ନ୍ତୁ: ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ଧାର୍ମିକ ଭାବନା ସହ ଜଡ଼ିତ: ମୁଖ୍ୟମନ୍ତ୍ରୀ
ଏପଟେ ଆସନ୍ତା ୧୧ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ଏନଡିଏ ହେଭିୱେଟ୍ କରିଛନ୍ତି ଜୋରଦାର ପ୍ରଚାର । ଇଷ୍ଟ ଚମ୍ପାରଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମହାମେଣ୍ଟକୁ ତୀବ୍ର ସମାଲୋଚନା କରିବା ସହ ଜନତାଙ୍କୁ ଦେଖାଇଛନ୍ତି ବିହାର ବିକାଶର ଚିଠା । ସେହିପରି ବାଙ୍କ ଓ ଜାମୁଇରେ କଂଗ୍ରେସ-ଆରଜେଡି ଉପରେ ବର୍ଷିଚନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାକୁ ବାରମ୍ବାର ଅପମାନିତ କରୁଥିବା ଇଣ୍ଡି ମେଣ୍ଟକୁ ବିହାର ଜନତା କେବେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ରାଜନାଥ ।
ବିହାର ବାଜି ଜିତିବାକୁ ସବୁ ରାଜନୈତିକ ଦଳ ପ୍ରୟାସ ଜାରି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଜନସୁରାଜ ପାର୍ଟିକୁ ଲାଗିଛି ଜୋରଦାର ଝଟ୍କା । ମୁଙ୍ଗେର ଆସନରେ ଜନସୁରାଜ ପ୍ରାର୍ଥୀ ସଂଜୟ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ଏପଟେ ତୁଟୁନି ମହାମେଣ୍ଟ କଳି । ଆସନ୍ତା ୧୪ ତାରିଖରେ ସାମ୍ନାକୁ ଆସିବ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories