Massive Landslide / କେରଳର ଓ୍ବାୟନାଡ୍ରେ ଭୟଙ୍କର ଭୂସ୍ଖଳନ, ମାଟି ତଳେ ଚାପି ରହିଛନ୍ତି ୯ରୁ ଅଧିକ ଶ୍ରମିକ
·2 months ago·2 min read

Key Points
ଓ୍ବାୟନାଡ୍ରେ ଭୟଙ୍କର ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ
ଏବେ ବି ୯ରୁ ଅଧିକ ନିଖୋଜ
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ
NDRF, ଅଗ୍ନିଶମ ବାହିନୀ, କେରଳ ପୋଲିସର ରେସକ୍ୟୁ ଜାରି

ୱାୟନାଡ,୦୮/୦୭: କେରଳମର ଓ୍ବାୟନାଡ୍ରେ ଭୟଙ୍କର ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୯ରୁ ଅଧିକ ନିଖୋଜ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଗତକାଲି ଓ୍ବାୟନାଡ୍ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇଥିଲା । ମାଲାପୁରମ ଏବଂ ୱାୟାନାଡ ଜିଲ୍ଲାକୁ ସଂଯୋଗ କରୁଥିବା କଲ୍ଲାଡିର ମୀନାକ୍ଷୀ ବ୍ରିଜ୍ ପାଖରେ ଏହି ଭୂସ୍ଖଳନ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ବଡ଼ ଧରଣର ଭୂସ୍ଖଳନ ହୋଇଛି । ମାଟି ଅତଡ଼ା ଖସିବା ଯୋଗୁଁ ଅନେକ ଶ୍ରମିକ ଏହା ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି
ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । NDRF, କେରଳ ପୋଲିସ, ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଜାରି ଚାଲିଛି । ସ୍ଥାନୀୟ ଅଞ୍ଚଳରେ କ୍ରମାଗତ ଭାବେ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ସୃଷ୍ଟି ହେଉଛି । ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଏହି ଖବର: ମୁମ୍ବାଇରେ ବର୍ଷାର ତାଣ୍ଡବ, ରାସ୍ତାରେ ବୁଡ଼ିଲା ଗାଡ଼ି, ୧୩ ମୃତ
ମୁଖ୍ୟମନ୍ତ୍ରୀ ଭି. ଡି. ସତୀଶନ ଏହି ଦୁର୍ଘଟଣା ପାଇଁ ସିଧାସଳଖ ଠିକାଦାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ଲୋକନିର୍ମାଣ ବିଭାଗ (PWD) ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସ୍ଥାନରୁ ମାଟି ଓ ଆବର୍ଜନା ହଟାଇବା ପାଇଁ ଠିକାଦାରଙ୍କୁ ବହୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଠିକାଦାରମାନେ ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇନଥିଲେ ।" ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପାଣିପାଗ ସୂଚନା ନ ମିଳିବା ଏହି ଦୁର୍ଘଟଣାର କାରଣ ନୁହେଁ, ବରଂ ସଠିକ୍ ସମୟରେ ମାଟି ନ ହଟାଇବା ହିଁ ଏହି ବଡ଼ ବିପତ୍ତି ଡାକି ଆଣିଛି । ବର୍ତ୍ତମାନ ବର୍ଷାର ପରିମାଣ ସାମାନ୍ୟ କମିଥିଲେ ମଧ୍ୟ କାଦୁଅ ଯୋଗୁଁ ଉଦ୍ଧାରକାରୀ ଦଳକୁ କାମ କରିବାରେ ବେଶ୍ ଅସୁବିଧାର ସାମନା କରିବାକୁ ପଡ଼ୁଛି । ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ୍, ଏସଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଆବଶ୍ୟକ ପଡ଼ିଲେ ସେନାର ସହାୟତା ନିଆଯିବ ବୋଲି ପ୍ରଶାସନ କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ୱାୟନାଡ଼ ଏବଂ ଆଖପାଖ ଜିଲ୍ଲା ପାଇଁ 'ରେଡ୍ ଆଲର୍ଟ' ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୨୦୪ ମିମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ସେହି ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ସେଠାରେ ଶ୍ରମିକମାନେ କାମ କରୁନଥିଲେ । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ମଧ୍ୟରେ କିଛି ଇଞ୍ଜିନିୟର ଏବଂ ସୁରକ୍ଷା କର୍ମୀ ଥିବା ଆଶଙ୍କା କରାଯାଉଛି । ପ୍ରକାଶ ଥାଉ କି, ୨୦୨୪ ଜୁଲାଇ ମାସରେ ମଧ୍ୟ ଏହି ମେପ୍ପାଡି ପଞ୍ଚାୟତର ମୁଣ୍ଡକ୍କାଇ-ଚୂରଲମାଲାରେ ଏକ ଭୟଙ୍କର ଭୂସ୍ଖଳନ ଘଟି ପ୍ରାୟ ୨୫୦ ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ଏହି ନୂଆ ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ମନରେ ପୁଣି ଥରେ ସେହି ପୁରୁଣା ଆତଙ୍କକୁ ସତେଜ କରିଦେଇଛି ।
Related Topics
Explore more stories