Videos
|
National

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆମେ ମାନିବୁ : ମୁନ୍ନା ଖାଁ  

Manini Pattanayak
Browse all articles by Manini Pattanayak
·2 years ago·1 min read
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆମେ ମାନିବୁ : ମୁନ୍ନା ଖାଁ  

 ଭୁବନେଶ୍ୱର:  ବିଜେଡି ଓ ବିଜେପି ମେଣ୍ଟ ନେଇ ଲାଗି ରହିଛି ଚର୍ଚ୍ଚା। ଏହାରି ମଧ୍ୟରେ ସାଂସଦ ମୁନ୍ନା ଖାଁ କହିଛନ୍ତି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ।  ମେଣ୍ଟ ପ୍ରସଙ୍ଗରେ ଏଭଳି ବୟାନ ଦେଇଛନ୍ତି ସାଂସଦ ମୁନ୍ନା ଖାଁ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ମେଣ୍ଟ ନେଇ ମୋର କିଛି ବି ଧାରଣା ନାହିଁ। କିଏ ଯାଇଛନ୍ତି,  କିଏ ଆଲୋଚନା କରିଛନ୍ତି ଏ କଥା ମୋତେ କିଛି ଜଣାନାହିଁ ବୋଲି କହିଲେ ମୁନ୍ନା ଖାଁ।  ଦଳ ସଭାପତି ଯାହା  ନିଷ୍ପତ୍ତି  ନେବେ ଆମେ ମାନିବୁ। 

 ଏପଟେ  ମେଣ୍ଟ ଚର୍ଚ୍ଚା ହୋଇନି ବୋଲି ସେହି  ସମାନ କଥା କହିଲେ କହିଛନ୍ତି  ବିଜୟପାଲ୍‌ ସିଂ ତୋମାର। ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି କହିଛନ୍ତି  ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ଆମେ ରାଜ୍ୟର ସବୁ ସିଟରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ। ବିଧାନସଭାରେ ୮୦ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ। ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ  କହିଲେ ତୋମାର। ଏବଂ ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସଂପର୍କରେ ପ୍ରତିକ୍ରିୟା ରଖି ତୋମାର କହିଛନ୍ତି,  ମୋତେ କେହି ଭେଟିନାହାନ୍ତି,  ମେଣ୍ଟ କଥା ଯିଏ କହୁଛି, ତାକୁ ପଚାର ବୋଲି କହିଲେ ତୋମାର।

ଅଧିକ ପଢନ୍ତୁ ଓଡ଼ିଶା ଖବର 

We will accept the Chief Minister's decision: Munna khan | Argus News