Videos
|
National

kharif crop season 2026 / ଚିନ୍ତା ବଢାଇଲା ଦୁର୍ବଳ ମୌସୁମୀ; ଧିମା ଖରିଫ ଫସଲ ବୁଣାବୁଣି ବଢାଇଲା ଦେଶର ଚିନ୍ତା!

Subhramjit Ray
Browse all articles by Subhramjit Ray
·1 hour ago·2 min read
ଚିନ୍ତା ବଢାଇଲା ଦୁର୍ବଳ ମୌସୁମୀ; ଧିମା ଖରିଫ ଫସଲ ବୁଣାବୁଣି ବଢାଇଲା ଦେଶର ଚିନ୍ତା!
kharif crop season 2026

Key Points

ମୌସୁମୀ ଋତୁରେ ବର୍ଷାର ଅଭାବ ୨୧ ଜୁଲାଇ ୨୦୨୬ ସୁଦ୍ଧା ୨୧% ରହିଥିଲା। ଏଥର ଖରିଫ ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ ପ୍ରାୟ ୪୨ ଲକ୍ଷ ହେକ୍ଟର ହ୍ରାସ ପାଇଛି।
Kharif Crop Sown Decline 2026 Monsoon Season: ଦେଶର ବିଭିନ୍ନ ଭାଗରେ ଗୁରୁତ୍ୱପୂର୍ଣ୍ଣ ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ଧିମେଇବାରେ ଲାଗିଛି। ଆଉ ଏହା ପଛରେ ରହିଥିବା କାରଣ ହେଉଛି ନିଆଣ୍ଟିଆ ବର୍ଷା। ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ବର୍ଷା ଅଭାବ ରେକର୍ଡ କରାଯାଇଛି। ଯେଉଁଠି ୨୧ ଜୁଲାଇ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୩୨ ପ୍ରତିଶତ କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।

୨୦୨୬ ଜୁଲାଇ ୨୧ ସୁଦ୍ଧା ମୌସୁମୀ ଋତୁରେ ବର୍ଷାର ଅଭାବ ୨୧% ଥିଲା। ଖରିଫ ଫସଲ ପାଇଁ ବୁଣିବୁଣି ହୋଇଥିବା କ୍ଷେତ୍ର ଗତ ବର୍ଷ ତୁଳନାରେ ପ୍ରାୟ ପ୍ରାୟ ୪୨ ଲକ୍ଷ ହେକ୍ଟର ହ୍ରାସ ପାଇଛି। ଚଳିତ ବର୍ଷ, ଜୁନ ପହିଲାରୁ ୨୧ ଜୁଲାଇ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ୨୧% ବର୍ଷାର ଅଭାବ ରେକର୍ଡ଼ କରାଯାଇଛି।

ଏହା ସହ ପଢନ୍ତୁ: ନିଅଣ୍ଟିଆ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା;ମହଙ୍ଗା ହେବ କି ଡାଲି-ତେଲ ମୂଲ୍ୟ?

ଉତ୍ତର-ପଶ୍ଚିମ ଭାରତରେ ୧୮% , ଦକ୍ଷିଣ ଉପଦ୍ୱୀପରେ ହୋଇଛି ୨୬% ଅଭାବୀ ବର୍ଷା
ଦକ୍ଷିଣ ଉପଦ୍ୱୀପ ଭାରତରେ ସ୍ୱାବାବିକ ଠାରୁ ୨୬% କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ସେହିପରି ଉତ୍ତର-ପଶ୍ଚିମ ଭାରତରେ ୧୮% ଏବଂ ମଧ୍ୟ ଭାରତରେ ୧୩% ବର୍ଷା ହ୍ରାସ ପାଇଛି। ଏହି ୨୧% ଅଭାବୀ ବର୍ଷା ଏପରି ଏକ ସମୟରେ ହୋଇଛି ଯେତେବେଳେ ଦେଶରେ ଗୁରୁତ୍ୱପୂର୍ଣ୍ଣ ଖରିଫ ଋତୁ ଚାଲିଛି।

୧୭ ଜୁଲାଇ ପର୍ଯ୍ୟନ୍ତ ହୋଇଛି କେତେ ଫସଲ ବୁଣାବୁଣି?

କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ୧୭ ଜୁଲାଇ ୨୦୨୬ ସୁଦ୍ଧା, ଖରିଫ ଋତୁରେ ସାରା ଦେଶରେ ଗୁରୁତ୍ୱପୂର୍ଣ୍ଣ ଫସଲ ପାଇଁ ମୋଟ ୬୫୮.୧୯ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି କାର୍ଯ୍ୟ ହୋଇଛି। ଯାହା ଗତ ବର୍ଷ ତୁଳନାରେ ୪୨.୨୮ ଲକ୍ଷ ହେକ୍ଟର (-୦୬.୦୪%) କମ୍। ଗତ ବର୍ଷ ୧୭ ଜୁଲାଇ ସୁଦ୍ଧା, ଦେଶରେ ଖରିଫ ଫସଲ ପାଇଁ ମୋଟ ୭୦୦.୪୭ ଲକ୍ଷ ହେକ୍ଟର ଜମିରେ ବୁଣିବୁଣି କାମ ହୋଇ ସାରିଥିଲା।

ଏହି ସମୟ ମଧ୍ୟରେ, ଗୁରୁତ୍ୱପୂର୍ଣ୍ଣ ଡାଲି ଫସଲ ପାଇଁ ବୁଣାବୁଣି କ୍ଷେତ୍ରରେ ସର୍ବାଧିକ ହ୍ରାସ ହୋଇଥିବାର ରେକର୍ଡ କରାଯାଇଛି। ଯାହାର ପରିମାଣ ୧୨.୨୯ ଲକ୍ଷ ହେକ୍ଟର (-୧୫.୦୮%) ରହିଥିଲା। ସେହିପରି ତୈଳବୀଜ ଫସଲ ବୁଣାବୁଣି ୮.୬୩ ଲକ୍ଷ ହେକ୍ଟର (-୫.୫୪%) ହ୍ରାସ ପାଇଛି। ଧାନ ବୁଣାବୁଣିରେ ୧.୪୧ ଲକ୍ଷ ହେକ୍ଟର (-୦.୮୪%) ହ୍ରାସ ପାଇଛି।

ଏହା ସହ ପଢନ୍ତୁ: ମୌସୁମୀ ଉପରେ ଲାଗିଲା ବ୍ରେକ୍! ସ୍ୱାଭାବିକ ଠାରୁ ହୋଇଛି ୨୬ ପ୍ରତିଶତ କମ୍ ବର୍ଷା, କେବେ ହେବ ଭରଣା?

ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତରେ ସକ୍ରିୟ ରହିପାରେ ମୌସୁମୀ
ଭାରତୀୟ ପାଣିପାଗ ବିଭାଗର (IMD) ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩-୪ ଦିନ ପାଇଁ ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତରେ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି। ହେଲେ ତଥାପି ତଥାପି, ପଶ୍ଚିମ-କେନ୍ଦ୍ର ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ଆଗାମୀ ୭ ଦିନ ପାଇଁ ବର୍ଷା କାର୍ଯ୍ୟକଳାପ ମନ୍ଥର ରହିବାର ସମ୍ଭାବନା ରହିଛି। ସ୍ପଷ୍ଟ ଭାବରେ, ଯଦି ମୌସୁମୀ ବର୍ଷା ଅଭାବର ସାମ୍ନା କରୁଥିବା ପଶ୍ଚିମ-କେନ୍ଦ୍ର ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ପରିସ୍ଥିତିରେ ଉନ୍ନତି ନହୁଏ, ତାହେଲେ ଖରିଫ ଫସଲ ବୁଣାବୁଣି ଉପରେ ଏହାର ପ୍ରଭାବ ବୃଦ୍ଧି ପାଇବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored