Wedding Drama / ପୋଷା କୁକୁର ପାଇଁ ଭାଙ୍ଗିଲା ସମ୍ପର୍କ: ବେଦୀ ଛାଡ଼ି ପଳାଇଲା କନ୍ୟା

Key Points
ପୋଷା କୁକୁର ପାଇଁ ଭାଙ୍ଗିଲା ସମ୍ପର୍କ: ବେଦୀ ଛାଡ଼ି ପଳାଇଲା କନ୍ୟା ।
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଆଉ ଏହାରି ଭିତରେ ଉତ୍ତରପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ବର କୁକୁରକୁ ବାଡ଼େଇବାରୁ କନିଆଁ ନିଜ ବାହାଘର ଭାଙ୍ଗିଦେଇଛି । କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶରେ ଏପରି କିଛି ଘଟଣା ଘଟିଛି ଯେଉଁ କାରଣକୁ ନେଇ ବାହାଘର ଭାଙ୍ଗିଯାଇଛି, ତାହା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ । ଚାଲନ୍ତୁ ଜାଣିବା ପୁରା ଘଟଣା କଣ ହୋଇଛି।
ବରପକ୍ଷର ଜଣେ କେହି ବ୍ୟକ୍ତି କନ୍ୟାଙ୍କ ପାଳିତ କୁକୁରକୁ ବାଡ଼େଇବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବା ସହିତ ଶେଷରେ ବାହାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ଏଭଳି ଘଟଣା ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାରେ ଘଟିଛି । ବର ଓ କନ୍ୟାଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲାବେଳେ ସେମାନେ ଆର୍ଯ୍ୟସମାଜ ରୀତିନୀତି ଅନୁସାରେ ବିବାହ କରିସାରିଥିଲେ । କିନ୍ତୁ ସାମାଜିକ ସ୍ବୀକୃତି ପାଇଁ ଉଭୟ ପାରମ୍ପରିକ ରୀତିରେ ବିବାହ ପାଇଁ ନିଷ୍ପତ୍ତି ନେବା ପରେ ଗତ ବୁଧବାର ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ବରପକ୍ଷ ରୋଷଣୀ କରି ବିବାହ ମଣ୍ଡପରେ ପହଞ୍ଚିବାପରେ ମାଳା ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା । ବିଳମ୍ବିତ ରାତିରେ ସ୍ଥାନୀୟ ପରମ୍ପରା ଅନୁଯାୟୀ ଉଭୟଙ୍କୁ ଗହଣା ପିନ୍ଧାଯାଇ ବେଦୀରେ କର୍ମ ହେବାକୁ ଯାଉଥିଲା ବେଳେ କନ୍ୟାଙ୍କ କୁକୁର ଜୋର୍ରେ ଭୋକିବାକୁ ଲାଗିଥିଲା । ଏହାକୁ ଦେଖି ବରପକ୍ଷର କେତେକ ଲୋକ କୁକୁରଟିକୁ ବାଡ଼େଇଥିଲେ । ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯିବା ସହିତ ମାରପିଟ୍ ମଧ୍ୟ ହୋଇଥିଲା । କନ୍ୟାପକ୍ଷ ମାଡ଼ରେ ବରପକ୍ଷର ୩ ଜଣ ଲହୁଲୁହାଣ ହେବା ପରେ ବିବାହ ଭାଙ୍ଗିଯାଇଥିଲା ଏବଂ ବର ବେଦୀରୁ ଉଠି ପଳାଇଥିଲେ ।
ଅଧିକ ପଢ଼ନ୍ତୁ: ପୋଷା କୁକୁରକୁ ମାଡ଼ ମାରିଲେ ବରଘର ଲୋକେ; ବେଦୀରେ ବାହାହେବାକୁ ମନା କଲା କନ୍ୟା
ସେପଟେ ଉତ୍ତରପ୍ରଦେଶର ସେହି ଫତେପୁରରେ ସାମନ କିଛି ଘଟଣା ଦେଖିବାକୁ ମିଳିଛି । ଯେଉଁଠି କନ୍ୟାର ପୋଷା କୁକୁରକୁ ବରଘର ଲୋକେ ମାଡ଼ ମାରିଥିବା ବେଳେ ୫ ଜଣ ଲହୁଲୁହାଣ ହୋଇଛନ୍ତି ।
ଯାହାକୁ ନେଇ ବର ଓ କନ୍ୟା ପକ୍ଷ ମୁହାଁମୁହିଁ ହୋଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ବାହାଘର ମଣ୍ଡପରେ ବର, କନ୍ୟା ବସିଥିବା ବେଳେ ଖଗା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି । ପ୍ରୟାଗରାଜର ତନୁ କେସରୱାନିଙ୍କୁ ସ୍ଥାନୀୟ ଅଞ୍ଚଳର ଗହଣା ବ୍ୟବସାୟୀ ସୁମିତ କେସରୱାନି ବିବାହ କରୁଥିଲେ ।
ବାହାଘର ଚାଲିଥିବା ବେଳେ ତନୁଙ୍କ ପୋଷା କୁକୁର ଭୁକିବା ଆରମ୍ଭ କରିଥିଲା । ସେହି ସମୟରେ କୁକୁରକୁ ଚୁପ୍ କରାଇବାକୁ ବରଘର ଲୋକ ପ୍ରୟାସ କରିଥିଲେ । ଜଣେ କେହି କୁକୁରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଯାହାକୁ ନେଇ ବର ଓ କନ୍ୟା ପକ୍ଷ ମୁହାଁମୁହିଁ ହେବା ସହ ଚେୟାର୍ ଫିଙ୍ଗାଫିଙ୍ଗି କରିଥିଲେ । ଏଥିରେ କନ୍ୟା ପକ୍ଷର ୩ ଜଣଙ୍କ ମୁଣ୍ଡରେ ଆଘାତ ହୋଇଥିବା ବେଳେ ଜଣଙ୍କର ହାତ ଭାଙ୍ଗିଛି । ବରପକ୍ଷର ଏକାଧିକ ସାମାନ୍ୟ ଆହତ ହୋଇଛନ୍ତି ।
📱 Get Argus News App
✨Related Topics
Explore more stories