Videos
|
National

Shocking Wedding Drama / ବିବାହର ପ୍ରଥମ ରାତିରେ ହାଇଡ୍ରାମା! ସ୍ବାମୀ ଛୁଇଁବାରୁ ରାଗିଯାଇ ମୁଣ୍ଡ ଫଟାଇଦେଲା ସ୍ତ୍ରୀ

Ritu Das
Browse all articles by Ritu Das
·4 months ago·2 min read
ବିବାହର ପ୍ରଥମ ରାତିରେ ହାଇଡ୍ରାମା! ସ୍ବାମୀ ଛୁଇଁବାରୁ ରାଗିଯାଇ ମୁଣ୍ଡ ଫଟାଇଦେଲା ସ୍ତ୍ରୀ
India

Key Points

ରାମପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ମାମଲା ସାମ୍ନାକୁ ଆସିଛି
ଚତୁର୍ଥୀ ରାତିରେ ସ୍ବାମୀ ଛୁଇଁବାରୁ ସ୍ତ୍ରୀ ରାଗରେ ମୁଣ୍ଡ ଫଟାଇଦେଇଛି
ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ
ରାମପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ମାମଲା ସାମ୍ନାକୁ ଆସିଛି। ବିବାହର କିଛି ସମୟ ମଧ୍ୟରେ ଏମିତି ଏକ ବିବାଦ ଆରମ୍ଭ ହୋଇଛି ଯାହା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଇଥିଲେ। କିନ୍ତୁ ସେଇ ରାତିରେ ହିଁ ସବୁ ସାରିଦେଲା ପତ୍ନୀ। ଚତୁର୍ଥୀ ରାତିରେ ହିଁ ପତ୍ନୀ ନିଜ ସ୍ବାମୀଙ୍କୁ ନିଜ ପାଖକୁ ଯିବାକୁ ମନା କଲା। ଯେତେବେଳେ ସ୍ବାମୀ କଥା ନ ଶୁଣି ସ୍ତ୍ରୀ ସହ ଇଣ୍ଟିମେଣ୍ଟ ହେବାକୁ ଚେଷ୍ଟା କଲା ତା'ପରେ ମାମଲା ମୁଣ୍ଡ ଫଟାଇବା ପର୍ଯ୍ୟନ୍ତ ପହଞ୍ଚିଗଲା। କଥା ଏତେ ବଢ଼ିଗଲା ଯେ, ପରଦିନ ଏହି ମାମଲା ପଞ୍ଚାୟତ ନିକଟରେ ପହଞ୍ଚିଗଲା।
ହଁ ଆଜ୍ଞା ପତ୍ନୀ ନିଜ ସ୍ବାମୀଙ୍କୁ ମାରି ଲହୁଲୁହାଣ କରିଦେଇଛି। ଯେଉଁଥିରେ ସ୍ବାମୀ ମୁଣ୍ଡରେ ଗଭୀର ଭାବେ ଆଘାତ ଲାଗିଛି। ତା'ପରେ ପରିବାର ଲୋକ ଚିକିତ୍ସା କରିବାକୁ ତାଙ୍କୁ ହସ୍ପିଟାଲ ନେଇଛନ୍ତି।

ଏହାସହ ପଢ଼ନ୍ତୁ: ଶତାଧିକ ପରପୁରୁଷ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ଵାମୀ

ଘଟଣାରୁ ଜଣାପଡ଼ିଛି ଯେ, ଏହି ବିବାହ ପୁରା ରୀତିନୀତି ଅନୁସାରେ ଧୁମଧାମରେ ସମ୍ପନ୍ନ ହୋଇଥିଲା। ଉଭୟ ପରିବାର ଖୁସି ଖୁସିରେ ଏହି ବିବାହକୁ ସ୍ବୀକାର କରିଥିଲେ। ବରଯାତ୍ରୀ ଆସିଥିଲା। ବରପକ୍ଷଙ୍କୁ କନ୍ୟାଘର ଲୋକ ସ୍ବାଗତ କରିଥିଲେ। ସବୁ ରଶମ ସମ୍ପନ୍ନ ହେବାସହ ରିସେପ୍ସନ ବି ଧୁମଧାମରେ କରାଯାଇଥିଲା। ସବୁ ଠିକଠାକ ଚାଲିଥିଲା କେହି ଭାବି ନ ଥିଲେ କି କିଛି ଘଣ୍ଟା ପରେ ଏମିତି ଘଟିବ। ଘରୁ ଅତିଥିମାନେ ଯାଇ ବି ନ ଥିଲେ ସବୁ ଓଲଟପାଲଟ ହୋଇଗଲା। ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ରିସେପ୍ସନ କାର୍ଯ୍ୟକ୍ରମ ଚାଲିଥିଲା। ରିସେପ୍ସନ ସରିବା ପରେ ବରକନ୍ୟା ନିଜ ରୁମକୁ ଯାଇଥିଲେ।

ବରର ଭଉଣୀଙ୍କ କହିବା ମୁତାବକ ଭାଇ ଭାଉଜଙ୍କ ନିକଟକୁ ଯିବାକୁ ଯେତେବେଳେ ଚେଷ୍ଟା କରିଥିଲା। ଭାଉଜ ଭାଇକୁ ତାଙ୍କ ପାଖକୁ ଯିବାକୁ ସିଧା ମନା କରିଦେଇଥିଲେ। ଆଉ କହିଥିଲେ ଯେ, ସେ ଏହି ବିବାହକୁ ସ୍ବୀକାର କରୁ ନାହାନ୍ତି। ଭାଇ ଯେତେବେଳେ କହିଲା ଯେ, ଶାସ୍ତ୍ର ମୁତାବକ ଆମେ ଦୁହେଁ ଏବେ ପତିପତ୍ନୀ। ମୁଁ ଅଗ୍ନିକୁ ସାକ୍ଷୀ ରଖି ତୁମକୁ ବିବାହ କରିଛି। ତୁମେ ମୋତେ ସ୍ବାମୀ ଭାବେ ଗ୍ରହଣ କରିଛ। ଏବେ ମନା କରିପାରିବ ନାହିଁ ବୋଲି ଭାଇ କହିଥିଲା। କିନ୍ତୁ ଏହାପରେ କାହାଣୀରେ ଆସିଲା ନୂଆ ଟ୍ବିଷ୍ଟ..। କନ୍ୟା ଜଣକ ରାଗିଯାଇ ତାଙ୍କ ସ୍ବାମୀକୁ ଜୋରରେ ଚାପୁଡ଼ା ମାରିଥିଲା। ସେ ଏହି ବିବାହରେ ରହିବାକୁ ଚାହୁଁ ନାହାନ୍ତି ବୋଲି କହିଲେ। ଆଉ ମୁଣ୍ଡ ଫଟାଇଦେଇଥିଲା।

ପୁରୁଣା ସମ୍ପର୍କକୁ ନେଇ ବିବାଦ ଅଭିଯୋଗ
ପୁଅ ଘର ପରିବାର ଲୋକଙ୍କ କହିବା ଅନୁସାରେ ଝିଅର ପୂର୍ବରୁ କାହାସହ ପ୍ରେମ ସମ୍ପର୍କ ଥିଳା। କିନ୍ତୁ ଏବିଷୟରେ କୌଣସି ଏଯାଏ ପ୍ରମାଣ ମିଳିନାହିଁ। ସେଥିପାଇଁ ସେ ଆମ ପୁଅକୁ ସ୍ବାମୀ ଭାବେ ସ୍ବୀକାର କରିବାକୁ ମନା କରିଛି ବୋଲି ପୁଅର ମା' କହିଛନ୍ତି।
ଘଟଣାଟି ପୁରା ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଥିବା ସିରିଏଲ "ଚିରୟା" ଓ୍ବେବସିରିଜ ଭଳି ଲାଗୁଛି। ହୋଇଥାଇପାରେ ଝିଅର ବିବାହ ପାଇଁ ଇଚ୍ଛା ନ ଥିବ। ଜବରଦସ୍ତି ବିବାହ କରିଥିବା। ଆଉ ଗୋଟିଏ କଥା ହେଉଛି ସଙ୍ଗେ ସଙ୍ଗେ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁ ନ ଥିବ। ଆମେ ଏମିତି ବହୁତ ବିବାହ ଦେଖିଛେ ଯେଉଁଠି ଝିଅର ନାଁକୁ ଗୋଟିଏ ବନ୍ଦ ରୁମରେ ବନ୍ଦ କରିଦିଆଯାଏ। ସତରେ କଣ ପୁରୁଷ ସମାଜ କନସେଣ୍ଟର ମାନେ ବୁଝିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Wedding Night Drama: Wife Attacks Husband in Shocking Incident | Argus News