Madrasas Closure / ମଦ୍ରାସା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ,୨୫୨ଟି ମଦ୍ରାସାକୁ ତୁରନ୍ତ ବନ୍ଦ ପାଇଁ ନୋଟିସ୍
·1 hour ago·2 min read

Key Points
ପଶ୍ଚିମବଙ୍ଗରେ ମଦ୍ରାସା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ
୨୫୨ଟି ମଦ୍ରାସାକୁ ତୁରନ୍ତ ବନ୍ଦ ପାଇଁ ନୋଟିସ୍
୧୦୦ଟି ମଦ୍ରାସାକୁ କାରଣ ଦର୍ଶାଅ ନୋଟିସ୍
୨୫୨ଟି ମଦ୍ରାସାକୁ ତୁରନ୍ତ ବନ୍ଦ ପାଇଁ ନୋଟିସ୍
୧୦୦ଟି ମଦ୍ରାସାକୁ କାରଣ ଦର୍ଶାଅ ନୋଟିସ୍
କୋଲକାତା, ୧୩/୦୯: ପଶ୍ଚିମବଙ୍ଗରେ ଆବଶ୍ୟକୀୟ ସରକାରୀ ପଞ୍ଜୀକରଣ କିମ୍ବା ସ୍ୱୀକୃତି ବିନା ଚାଲିଥିବା ମଦ୍ରାସାଗୁଡ଼ିକ ଉପରେ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ୨୨ଟି ଜିଲ୍ଲା ଓ କୋଲକାତାରେ କରାଯାଇଥିବା ସର୍ଭେରେ ବହୁ ସଂଖ୍ୟକ ମଦ୍ରାସା ଆବଶ୍ୟକ ସରକାରୀ ପଞ୍ଜୀକରଣ କିମ୍ବା ସ୍ୱୀକୃତି ବିନା ଚାଲୁଥିବା ଜଣାପଡ଼ିଛି। ଏହା ପରେ ପ୍ରଥମ ପର୍ଯ୍ୟାୟରେ ୨୫୨ଟି ମଦ୍ରାସାକୁ କାର୍ଯ୍ୟ ବନ୍ଦ କରିବା ପାଇଁ ନୋଟିସ୍ ଜାରି କରାଯାଇଛି।
ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରେ ପ୍ରାୟ ୨,୧୩୨ଟି ମଦ୍ରାସା ଆବଶ୍ୟକ ପଞ୍ଜୀକରଣ କିମ୍ବା ସ୍ୱୀକୃତି ବିନା କାର୍ଯ୍ୟ କରୁଥିବା ଚିହ୍ନଟ ହୋଇଥିଲା। ଅନ୍ୟପଟେ, ଜିଲ୍ଲା ପ୍ରଶାସନର ରିପୋର୍ଟରେ ମୋଟ ୨,୩୯୬ଟି ପ୍ରତିଷ୍ଠାନର ସରକାରୀ ବୋର୍ଡ ସହିତ ଆବଶ୍ୟକ ପଞ୍ଜୀକରଣ କିମ୍ବା ସମ୍ପର୍କ ନଥିବା ଦର୍ଶାଯାଇଛି।
ତଥ୍ୟ ଯାଞ୍ଚ ପରେ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୫୨ଟି ପ୍ରତିଷ୍ଠାନକୁ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ମଧ୍ୟ ଏହି ନୋଟିସର କପି ପଠାଯାଇଛି। ନୋଟିସ୍ ଅନୁଯାୟୀ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟ ବନ୍ଦ କରିଛନ୍ତି କି ନାହିଁ, ତାହା ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।
ପଢନ୍ତୁ ଏହି ଖବର: ଗେଷ୍ଟ ହାଉସରେ ସେକ୍ସ ରାକେଟ୍! ୪ ଯୁବତୀ ଉଦ୍ଧାର, ଜଣେ ଗିରଫ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ବ୍ୟତୀତ ଆଉ ୧୦୦ଟି ମଦ୍ରାସାକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏହି ପ୍ରତିଷ୍ଠାନଗୁଡ଼ିକୁ ସେମାନେ କେଉଁ ଆଇନଗତ ଆଧାରରେ କାର୍ଯ୍ୟ କରୁଛନ୍ତି, ତାହା ସ୍ପଷ୍ଟ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ସେମାନେ ନିଜର ବୈଧତା ପ୍ରମାଣ କରିବାରେ ବିଫଳ ହୁଅନ୍ତି, ତେବେ ଆଇନ ଅନୁଯାୟୀ ସେଗୁଡ଼ିକୁ ବନ୍ଦ କରିବାର ପ୍ରକ୍ରିୟା ଆରମ୍ଭ ହୋଇପାରେ।
ସର୍ଭେ ସମୟରେ କେବଳ ମଦ୍ରାସାଗୁଡ଼ିକର ପଞ୍ଜୀକରଣ କିମ୍ବା ସ୍ୱୀକୃତି ଯାଞ୍ଚ କରାଯାଇନାହିଁ। ପ୍ରତିଷ୍ଠାନଗୁଡ଼ିକର ପରିଚାଳନା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ପରିଚୟ, ଶିକ୍ଷକଙ୍କ ବିବରଣୀ, ଭିତ୍ତିଭୂମି ଏବଂ ପାଣ୍ଠିର ଉତ୍ସ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଛି। ମଦ୍ରାସାଗୁଡ଼ିକ କେଉଁ ଉତ୍ସରୁ ଆର୍ଥିକ ସହାୟତା ପାଉଛନ୍ତି, ସେନେଇ ମଧ୍ୟ ତଥ୍ୟ ନିଆଯାଇଛି।
ତେବେ ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଆଧାର କରି ମାତ୍ର ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତଥ୍ୟର ସଠିକତା ଯାଞ୍ଚ ପାଇଁ ରାଜ୍ୟ ସ୍ତରରେ ପୃଥକ ଯାଞ୍ଚ ଓ ତଦନ୍ତ ଟିମ୍ ମଧ୍ୟ କାମ କରୁଛି। ଜିଲ୍ଲାରୁ ମିଳିଥିବା ରିପୋର୍ଟକୁ ଟିମ୍ଗୁଡ଼ିକ ଭୂମିସ୍ତରର ସ୍ଥିତି ସହ ମେଳ କରୁଛନ୍ତି। ଏହା ମାଧ୍ୟମରେ ପଞ୍ଜୀକରଣ କିମ୍ବା ସ୍ୱୀକୃତି ବିନା ଚାଲିଥିବା ପ୍ରତିଷ୍ଠାନଗୁଡ଼ିକର ପ୍ରକୃତ ସ୍ଥିତି ସ୍ପଷ୍ଟ କରାଯାଉଛି।
ଏବେ ଅଣସ୍ୱୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକ ଉପରେ ନଜରଦାରି ଆହୁରି କଡ଼ା କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ବର୍ତ୍ତମାନର ମଦ୍ରାସା ଆଇନରେ ସଂଶୋଧନ କିମ୍ବା ନୂଆ ବିଜ୍ଞପ୍ତି ଜାରି କରିବା ନେଇ ପ୍ରସ୍ତାବ ଉପରେ ବିଚାର ଚାଲିଛି। ଏହା ମାଧ୍ୟମରେ ମଦ୍ରାସାଗୁଡ଼ିକର ପଞ୍ଜୀକରଣ, ଯାଞ୍ଚ, ନିରୀକ୍ଷଣ ଓ ନିୟନ୍ତ୍ରଣ ପାଇଁ ଏକ ସ୍ପଷ୍ଟ ଆଇନଗତ ଢାଞ୍ଚା ତିଆରି କରାଯିବ।
ଆବଶ୍ୟକ ହେଲେ ନିୟମ ଉଲ୍ଲଂଘନ କରୁଥିବା କିମ୍ବା ବୈଧ ସ୍ୱୀକୃତି ବିନା ଚାଲୁଥିବା ମଦ୍ରାସାଗୁଡ଼ିକୁ ବନ୍ଦ କରିବା ପାଇଁ ମଧ୍ୟ ସ୍ପଷ୍ଟ ବ୍ୟବସ୍ଥା କରାଯାଇପାରେ। ଫଳରେ ଆଗାମୀ ଦିନରେ ପଶ୍ଚିମବଙ୍ଗର ଅଣସ୍ୱୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବାର ସମ୍ଭାବନା ରହିଛି।

Related Topics
Explore more stories