Videos
|
National

Unemployment Allowance / ବେକାର ଯୁବକଯୁବତୀଙ୍କ ପାଇଁ ଖୁସି ଖବର, ପ୍ରତି ମାସରେ ମିଳିବ ୨,୦୦୦ ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·39 mins ago·2 min read
ବେକାର ଯୁବକଯୁବତୀଙ୍କ ପାଇଁ ଖୁସି ଖବର, ପ୍ରତି ମାସରେ ମିଳିବ ୨,୦୦୦ ଟଙ୍କା
Unemployment Allowance

Key Points

ବେକାର ଯୁବପିଢ଼ିଙ୍କ ପାଇଁ ବଡ଼ ଖବର
ପ୍ରତି ମାସରେ ମିଳିବ ୨,୦୦୦ ଟଙ୍କା
ଜାଣନ୍ତୁ କିଏ କରିପାରିବେ ଆବେଦନ
କୋଲକାତା: ପଶ୍ଚିମବଙ୍ଗ ସରକାର ବେକାର ଓ ଶିକ୍ଷିତ ଯୁବକଯୁବତୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ କରିଥିବା ‘ଯୁବ ସାଥୀ’ ଯୋଜନାର ନାମ ପରିବର୍ତ୍ତନ କରି ‘ଭରସା’ ରଖିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତି ମାସରେ ୧,୫୦୦ରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ । ୨୦୨୭ ଜାନୁଆରୀ ୧ ତାରିଖରୁ ଏହି ଟଙ୍କା ପ୍ରଦାନ ଆରମ୍ଭ ହେବ । ତେବେ ଏହାର ଲାଭ ପାଇବା ପାଇଁ ବୟସ, ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି ସମ୍ପର୍କିତ କିଛି ସର୍ତ୍ତ ରଖାଯାଇଛି ।

କାହାକୁ ମିଳିବ କେତେ ଟଙ୍କା ?

ଏହି ଯୋଜନାରେ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସହାୟତା ରାଶି ନିର୍ଦ୍ଧାରଣ କରାଯାଇଛି ।
- ସ୍ନାତକ ଓ ITI ପ୍ରାର୍ଥୀ: ସ୍ନାତକ ଶିକ୍ଷା ସମାପ୍ତ କରିଥିବା ବେକାର ଯୁବକଯୁବତୀ ଏବଂ ସରକାରୀ ITIରେ ଭୋକେସନାଲ୍ ସାର୍ଟିଫିକେଟ୍ କୋର୍ସ ସମାପ୍ତ କରିଥିବା କିମ୍ବା ପଢ଼ୁଥିବା ପ୍ରାର୍ଥୀଙ୍କୁ ମାସିକ ୨,୦୦୦ ଟଙ୍କା ମିଳିବ ।
- ଦଶମ ପାସ୍ ଓ ସ୍ନାତକ ହୋଇନଥିବା ପ୍ରାର୍ଥୀ: ଦଶମ କିମ୍ବା ସମକକ୍ଷ ପରୀକ୍ଷା ପାସ୍ କରିଥିବା ଏବଂ ସ୍ନାତକ ଶିକ୍ଷା ସମାପ୍ତ କରିନଥିବା ଯୁବକଯୁବତୀଙ୍କୁ ମାସିକ ୧,୫୦୦ ଟଙ୍କା ଦିଆଯିବ ।

ତେବେ ଏହି ଆର୍ଥିକ ସହାୟତା ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ମିଳିପାରିବ ।

'ଭରସା' ଯୋଜନା ପାଇଁ କ'ଣ ରହିଛି ଯୋଗ୍ୟତା ?

ପଶ୍ଚିମବଙ୍ଗ ସରକାର ଏହି ଯୋଜନାର ଲାଭ ପାଇବା ପାଇଁ କିଛି ନିୟମ ଓ ସର୍ତ୍ତ ଧାର୍ଯ୍ୟ କରିଛନ୍ତି ।
୧. ଆବେଦନକାରୀ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।
୨. ୨୦୨୭ ଜାନୁଆରୀ ୧ ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଦରକାର।
୩. ଆବେଦନକାରୀ ସର୍ବନିମ୍ନ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
୪. ସ୍ନାତକ ଡିଗ୍ରୀଧାରୀ ଏବଂ ସରକାରୀ ITIରେ ଭୋକେସନାଲ୍ ସାର୍ଟିଫିକେଟ୍ କୋର୍ସ କରୁଥିବା ଯୁବକଯୁବତୀ ମଧ୍ୟ ଆବେଦନ କରିପାରିବେ ।
୫. ଆବେଦନକାରୀ ବେକାର ହୋଇଥିବା ଆବଶ୍ୟକ।
୬. ଗୋଟିଏ ପରିବାରର ସର୍ବାଧିକ ଦୁଇଜଣ ସଦସ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ।
୭. ଆବେଦନକାରୀଙ୍କ ନାମ ନିର୍ବାଚନ ଆୟୋଗ ପକ୍ଷରୁ ୨୦୨୬ର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ରହିଥିବା ଆବଶ୍ୟକ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବେକାର ଯୁବପିଢ଼ିଙ୍କୁ ମିଳିବ ଆର୍ଥିକ ସହାୟତା

'ଭରସା' ଯୋଜନା ମାଧ୍ୟମରେ ପଶ୍ଚିମବଙ୍ଗର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ । ଯୋଗ୍ୟ ପ୍ରାର୍ଥୀମାନେ ନିୟମ ଅନୁଯାୟୀ ମାସିକ ୧,୫୦୦ରୁ ୨,୦୦୦ ଟଙ୍କା ପାଇପାରିବେ। ତେବେ ଯୋଜନାର ଲାଭ ପାଇବା ପୂର୍ବରୁ ଆବେଦନକାରୀମାନେ ନିଜର ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତ ଯାଞ୍ଚ କରିନେବା ଆବଶ୍ୟକ ।