Allowance for Unemployed / ଲକ୍ଷେ ଲୋକଙ୍କୁ ଚାକିରି, ଛାତ୍ରୀଙ୍କୁ ୫୦ ହଜାର ବୃତ୍ତି; ପ୍ରଥମ ବଜେଟ୍ରେ ଶୁଭେନ୍ଦୁଙ୍କ ବଡ଼ ଘୋଷଣା
·2 hours ago·2 min read

Key Points
ବଜେଟ୍ରେ ବେକାରୀଙ୍କୁ ଭତ୍ତା, ପେନସନ୍, ୧ ଲକ୍ଷ ଚାକିରି ସହ ଅନେକ ଘୋଷଣା କରିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସରକାର । 'ଭରୋସା ଯୋଜନା'ରେ ବେରୋଜଗାରଙ୍କୁ ମାସିକ ୩ ହଜାର ଟଙ୍କା ଅର୍ଥ ରାଶି ମିଳିବ ।
କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ଆସିଥିବା ବିଜେପି ସରକାର ପ୍ରଥମ ବଜେଟ୍ ଆଣିଛି । ଏହି ବଜେଟ୍ରେ ବେକାରୀଙ୍କୁ ଭତ୍ତା, ପେନସନ୍, ୧ ଲକ୍ଷ ଚାକିରି ସହ ଅନେକ ଘୋଷଣା କରିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସରକାର ।
ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରି ଏକାଧିକ ବଡ଼ ଘୋଷଣା କରିଛି । ବଜେଟ୍ରେ ବେକାରୀଙ୍କୁ ମାସିକ ୩ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି । 'ଭରୋସା ଯୋଜନା'ରେ ବେରୋଜଗାରଙ୍କୁ ମାସିକ ୩ ହଜାର ଟଙ୍କା ଅର୍ଥ ରାଶି ମିଳିବ ।
ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, DA ୧୨% ପର୍ଯ୍ୟନ୍ତ ବଢ଼ିପାରେ
୧ ଲକ୍ଷ ଚାକିରି
ଏଥିସହ ରାଜ୍ୟରେ ୧ ଲକ୍ଷ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ଶୁଭେନ୍ଦୁଙ୍କ ସରକାର । ରାଜ୍ୟ ଅର୍ଥମନ୍ତ୍ରୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୦ ପ୍ରତିଶତ ବଢ଼ାଇଛନ୍ତି । ଯାହାକି ୨୦୨୬ ଅକ୍ଟୋବରରୁ ଲାଗୁ ହେବ ।
ବିଧବା ମହିଳାଙ୍କ ଭତ୍ତା ବୃଦ୍ଧି ଘୋଷଣା ହୋଇଛି ବଜେଟ୍ରେ । କୋଲକାତାରେ ଆଉ ଏକ ନୂଆ ଏୟାରପୋର୍ଟ ନିର୍ମାଣ କରାଯିବ । ଏଥିସହ ରାଜ୍ୟରେ ଜାରି ରହିଥିବା ସମସ୍ତ ସାମାଜିକ ଯୋଜନା ଜାରି ରଖିବାକୁ ସରକାର ଘୋଷଣା କରିଛନ୍ତି ।
କଲେଜ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଯୁବତୀଙ୍କୁ ପଢ଼ିବା ଲାଗି ପ୍ରୋତ୍ସାହନ ମିଳିବ । ଅବିବାହିତ ମହିଳାଙ୍କୁ ପାଠ ପଢ଼ିବା ଲାଗି ଗୋଟିଏ ଥରରେ ୫୦ ହଜାର ଟଙ୍କା ଦିଆଯିବ ।
ବଜେଟ୍ରେ ୭ ବଡ଼ ଘୋଷଣା
ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ
ଅର୍ଥ ମନ୍ତ୍ରୀ ଦାସଗୁପ୍ତା ବଜେଟ୍ ଭାଷଣରେ ୧ ଲକ୍ଷ ସରକାରୀ ଚାକିରି ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ଏହି ନିଯୁକ୍ତିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପୋଲିସରେ ୨୦ ହଜାର ନିଯୁକ୍ତି, ଶିକ୍ଷାନୁଷ୍ଠାନରେ ୫୦ ହଜାର ଭର୍ତ୍ତି କରାଯିବ । ସିଭିକ ପୋଲିସ, ହୋମଗାର୍ଡ ଓ ଗ୍ରୀନ୍ ପୋଲିସଙ୍କ ମାସିକ ବେତନ ୨ ହଜାର ଲେଖାଏଁ ବଢ଼ିବ । ଅଗ୍ନିବୀରଙ୍କ ଲାଗି ୧ ପ୍ରତିଶତ ସଂରକ୍ଷଣ ରହିବ ।
ଏଥିସହ ପଢ଼ନ୍ତୁ: ୯ ପିଞ୍ଜରା ହାଡ଼ ଭଙ୍ଗା, ତଥାପି ଥିଲା ଅଦମ୍ୟ ସାହସ; ଏହି ଝିଅ ପାଇଁ ପରୀକ୍ଷା ନିୟମ ବଦଳାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ମହିଳାଙ୍କ ପାଇଁ ମାଗଣା ବସ୍
ମହିଳାଙ୍କ ପାଇଁ ଏକାଧିକ ଯୋଜନା କରାଯାଇଛି । ଅନ୍ନପୂର୍ଣ୍ଣ ଭଣ୍ଡାର ଯୋଜନା ପାଇଁ ସରକାର ୩୬୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ମହିଳାଙ୍କୁ ମାଗଣା ବସ୍ ସେବା ପାଇଁ ଦିଆଯାଇଛି ୫୫୦ କୋଟି । ଆଶା କର୍ମୀଙ୍କୁ ଏଣିକି ମାସିକ ୫ ହଜାର ଟଙ୍କା ମିଳିବ ।

- ମହଙ୍ଗା ଭତ୍ତା (DA)ରେ ୨୦ ପ୍ରତିଶତ ବୃଦ୍ଧି ।
- ବେରୋଜଗାରଙ୍କ ପାଇଁ ଭରୋସା ସ୍କିମ୍, ମାସିକ ମିଳିବ ୩ ହଜାର ଟଙ୍କା ଭତ୍ତା ।
- ଏକ ଲକ୍ଷ ଚାକିରି, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ।
- ବିଧାୟକ ପାଣ୍ଠିକୁ ୭୦ ଲକ୍ଷରୁ ୧ କୋଟିକୁ ବୃଦ୍ଧି ।
- ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରି ନିଯୁକ୍ତିରେ ବୟସ ସୀମା ୫ ବର୍ଷ ବଢ଼ିଲା ।
- କୋଲକାତାରେ କଲ୍ୟାଣୀରେ ହେବ ଆଉ ଏକ ବିମାନବନ୍ଦର ।
- ବିଧବା ଭତ୍ତାରେ ୫୦୦ ଟଙ୍କା ବୃଦ୍ଧି, ଖୋଲିବ ମହିଳା ଥାନା ।
ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ
ଅର୍ଥ ମନ୍ତ୍ରୀ ଦାସଗୁପ୍ତା ବଜେଟ୍ ଭାଷଣରେ ୧ ଲକ୍ଷ ସରକାରୀ ଚାକିରି ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ଏହି ନିଯୁକ୍ତିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପୋଲିସରେ ୨୦ ହଜାର ନିଯୁକ୍ତି, ଶିକ୍ଷାନୁଷ୍ଠାନରେ ୫୦ ହଜାର ଭର୍ତ୍ତି କରାଯିବ । ସିଭିକ ପୋଲିସ, ହୋମଗାର୍ଡ ଓ ଗ୍ରୀନ୍ ପୋଲିସଙ୍କ ମାସିକ ବେତନ ୨ ହଜାର ଲେଖାଏଁ ବଢ଼ିବ । ଅଗ୍ନିବୀରଙ୍କ ଲାଗି ୧ ପ୍ରତିଶତ ସଂରକ୍ଷଣ ରହିବ ।
ଏଥିସହ ପଢ଼ନ୍ତୁ: ୯ ପିଞ୍ଜରା ହାଡ଼ ଭଙ୍ଗା, ତଥାପି ଥିଲା ଅଦମ୍ୟ ସାହସ; ଏହି ଝିଅ ପାଇଁ ପରୀକ୍ଷା ନିୟମ ବଦଳାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ମହିଳାଙ୍କ ପାଇଁ ମାଗଣା ବସ୍
ମହିଳାଙ୍କ ପାଇଁ ଏକାଧିକ ଯୋଜନା କରାଯାଇଛି । ଅନ୍ନପୂର୍ଣ୍ଣ ଭଣ୍ଡାର ଯୋଜନା ପାଇଁ ସରକାର ୩୬୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ମହିଳାଙ୍କୁ ମାଗଣା ବସ୍ ସେବା ପାଇଁ ଦିଆଯାଇଛି ୫୫୦ କୋଟି । ଆଶା କର୍ମୀଙ୍କୁ ଏଣିକି ମାସିକ ୫ ହଜାର ଟଙ୍କା ମିଳିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories