Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Shrishti Dubey / ୯ ପିଞ୍ଜରା ହାଡ଼ ଭଙ୍ଗା, ତଥାପି ଥିଲା ଅଦମ୍ୟ ସାହସ; ଏହି ଝିଅ ପାଇଁ ପରୀକ୍ଷା ନିୟମ ବଦଳାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Debashree Debasmita Sahoo
Browse all articles by Debashree Debasmita Sahoo
·3 weeks ago·3 min read
୯ ପିଞ୍ଜରା ହାଡ଼ ଭଙ୍ଗା, ତଥାପି ଥିଲା ଅଦମ୍ୟ ସାହସ; ଏହି ଝିଅ ପାଇଁ ପରୀକ୍ଷା ନିୟମ ବଦଳାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Shrishti Dubey

Key Points

ହସ୍ପିଟାଲ ବେଡରୁ ଡାକ୍ତର ହେବାର ସ୍ଵପ୍ନ
ଦୁର୍ଘଟଣା ହେଲା, ୯ ପିଞ୍ଜରା ହାଡ଼ ଭାଙ୍ଗିଲା
ତଥାପି NEET ପରୀକ୍ଷା ଦେବାକୁ ଆସିଲେ
କୋଲକାତା: ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଲା ଶାରୀରିକ ଅସୁସ୍ଥତା । ନିଟ୍ ପୁନଃପରୀକ୍ଷାକୁ ସଫଳତାର ସହିତ ଦେଲେ ଦୁର୍ଘଟଣାରେ ଆହତ ହୋଇଥିବା ଗୁରୁତର ଛାତ୍ରୀ ସୃଷ୍ଟି ଦୁବେ । ପଶ୍ଚିମବଙ୍ଗ ଅଞ୍ଚଳରୁ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସୃଷ୍ଟି କିପରି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେଥିଲାଗି ସହାୟତାର ହାତ ବଢାଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • ହସ୍ପିଟାଲ ବେଡରୁ ଡାକ୍ତର ହେବା ସ୍ଵପ୍ନ
ପରୀକ୍ଷାର୍ଥୀ ସୃଷ୍ଟି ଦୁବେଙ୍କର ଗତ ୧୪ ଜୁନରେ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ତାଙ୍କର ୯ଟି ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ତାଙ୍କ ମାତା-ପିତା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଏନେଇ ସନ୍ଦେଶ ପହଞ୍ଚାଇଥିଲେ । ଯାହାପରେ ହସ୍ପିଟାଲ ତରଫରୁ ପରୀକ୍ଷା କେନ୍ଦ୍ରରେ ମେଡିକାଲ ସପୋର୍ଟ ପାଇଁ ପ୍ରସ୍ତୁତ ରଖାଯାଇଥିଲା । ପରିବାର ପକ୍ଷରୁ କୁହାଯାଇଥିଲା ଯେ ଦୁର୍ଘଟଣାରେ ଝିଅର ଫୁସଫୁସ୍ ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଏହାପରେ ଏକ ବଡ଼ ସର୍ଜରୀ ହୋଇଛି । ତାଙ୍କ ଝିଅ ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ ଝିଅକୁ ଗ୍ରାଉଣ୍ଡ ଫ୍ଲୋରରେ ଟେବୁଲ ଚେୟାର ଦିଆଯାଉ । ସେ ହସ୍ପିଟାଲ ପୋଷାକରେ ହିଁ ପରୀକ୍ଷା ଦେବ । ଚେଷ୍ଟ ଡ୍ରେନ୍ ଇତ୍ୟାଦି ଆଟାଚ୍‌ମେଣ୍ଟର ଅନୁମତି ମଧ୍ୟ ଦିଆଯାଉ ।

  • ମାନବିକତା ଦେଖାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନବିକତା ଆଧାରରେ ଏହାକୁ ଗ୍ରହଣ କଲେ । ପରୀକ୍ଷା କେନ୍ଦ୍ରରେ ଅଲଗା ରୁମ୍‌ର ବ୍ୟବସ୍ଥା କରାଗଲା । ମେଡିକାଲ ସପୋର୍ଟ ଏବଂ ଆମ୍ବୁଲାନ୍ସ ରଖାଗଲା । ଭୟଙ୍କର ଦୁର୍ଘଟଣା ପରେ ଭେଣ୍ଟିଲେଟରରେ ଥାଇ ମଧ୍ୟ ହସ୍ପିଟାଲ ବେଡ୍‌ରୁ NEET ପରୀକ୍ଷା ଦେଇଛନ୍ତି ସୃଷ୍ଟି ଦୁବେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ସାକାର ହେବାକୁ ଯାଉଛି ତାଙ୍କର ଡାକ୍ତର ହେବାର ସ୍ୱପ୍ନ । ଏହାପରେ ସୃଷ୍ଟିଙ୍କ ପିତାମାତା ଫୋନ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।


  • ସୃଷ୍ଟିଙ୍କ ସାହାସକୁ ସଲାମ
NEET UG ପରୀକ୍ଷା ଆରମ୍ଭ ହେବା ପରଠାରୁ ସୃଷ୍ଟିଙ୍କ ପ୍ରେରଣାଦାୟକ କାହାଣୀ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ସାରା ଦେଶବାସୀ ସୃଷ୍ଟିଙ୍କ ଏପରି ଅଦମ୍ୟ ସାହସକୁ ସଲାମ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଯିଏ ମୃତ୍ୟୁର ମୁଖରୁ ଫେରି ଆସି ଏତେ କଷ୍ଟ ସତ୍ତ୍ୱେ ଡାକ୍ତର ହେବା ପାଇଁ ପରୀକ୍ଷା ଦେଉଛନ୍ତି, ସେ ନିଶ୍ଚିତ ଭାବରେ ଦେଶର ସର୍ବୋତ୍ତମ ଏବଂ ସବୁଠାରୁ ଦୟାଳୁ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ହେବେ। ସେପଟେ ପରୀକ୍ଷା କେନ୍ଦ୍ର ବାହାରେ ନିୟୋଜିତ ଡାକ୍ତରୀ ଦଳ କହିଛନ୍ତି ଯେ ସୃଷ୍ଟିଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଅଛି ଏବଂ ତାଙ୍କର ମାନସିକ ଶକ୍ତି ପ୍ରକୃତରେ ଆଶ୍ଚର୍ଯ୍ୟଜନକ ।

ପଢନ୍ତୁ ଏହି ଖବର: ସୁରୁଖୁରୁରେ ଶେଷ ହେଲା ନିଟ୍; ପରୀକ୍ଷା ଦେଲେ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ


  • ସୁରୁଖୁରୁରେ ସରିଲା NEET ପୁନଃପରୀକ୍ଷା
ଜୁନ ୨୧ ତାରିଖରେ ସାରା ଦେଶରେ ନିଟ୍-ୟୁଜି ପୁନଃ ପରୀକ୍ଷା ଅତ୍ୟନ୍ତ ସୁରୁଖୁରୁରେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ପରୀକ୍ଷା ଦେଇଛନ୍ତି ୨୨ ଲକ୍ଷରୁ ଅଧିକ ମେଡିକାଲ୍ ଆଶାୟୀ। ଦେଶର ୫୫୧ଟି ସହରରେ ୫ ହଜାର ୪ ଶହ ୪୦ଟି କେନ୍ଦ୍ର ଏବଂ ବିଦେଶରେ ୧୪ଟି କେନ୍ଦ୍ରରେ ଇଂରାଜୀ ସହିତ ୧୨ଟି ଭାରତୀୟ ଭାଷାରେ ପରୀକ୍ଷା ଶେଷ ହୋଇଛି। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ବେଶ ସକ୍ରିୟ ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nine Fractured Ribs, But Shrishti Dubey Took NEET Re-Exam 2026: Dharmendra Pradhan Stepped In to Help | Argus News