Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bengal Voting Percentage / ହିଂସା ଭିତରେ ପଶ୍ଚିମବଙ୍ଗରେ ରେକର୍ଡ ଭୋଟିଂ, ସନ୍ଧ୍ୟା ୫ଟା ସୁଦ୍ଧା ୯୦ ପ୍ରତିଶତ ମତଦାନ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ହିଂସା ଭିତରେ ପଶ୍ଚିମବଙ୍ଗରେ ରେକର୍ଡ ଭୋଟିଂ, ସନ୍ଧ୍ୟା ୫ଟା ସୁଦ୍ଧା ୯୦ ପ୍ରତିଶତ ମତଦାନ
West Bengal Voting

Key Points

ଦୁଇ ରାଜ୍ୟ ବିଧାନସଭା ନିର୍ବାଚନରେ ବମ୍ପର ଭୋଟିଂ
ସଂଧ୍ୟା ୫ଟା ସୁଦ୍ଧା ବେଙ୍ଗଲରେ ପ୍ରାୟ ୯୦ ପ୍ରତିଶତ
ତାମିଲନାଡୁରେ ୮୨ ପ୍ରତିଶତ ମତଦାନ
ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯାୟ ଭୋଟିଂ । ୧୫୨ଟି ବିଧାନସଭା ଆସନରେ ୫୯୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆଜି ସକାଳୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିଲା ମତଦାନ । ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପୁଣି ଥରେ ଦେଶର ଦୃଷ୍ଟି ଆକର୍ଷଣ କରିଛି । ଦିନସାରା ହିଂସା, ବୋମାମାଡ଼ ଏବଂ ସଂଘର୍ଷର ଖବର ଚର୍ଚ୍ଚାରେ ଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଏଥର ବମ୍ପର ଭୋଟିଂ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଯାହା ଏକ ବଡ଼ ରେକର୍ଡ ।

ପଶ୍ଚିମବଙ୍ଗରେ ୯୦ ପ୍ରତିଶତ ମତଦାନ

ନିର୍ବାଚନ କମିଶନଙ୍କ ପ୍ରାରମ୍ଭିକ ଡାଟା ଅନୁଯାୟୀ, ଶେଷ ଘଣ୍ଟାରେ ମତଦାନ ହାର ସାଧାରଣତଃ ୨ ରୁ ୩ ପ୍ରତିଶତ ବୃଦ୍ଧି ପାଏ । ପ୍ରଶ୍ନ ହେଉଛି, ପଶ୍ଚିମବଙ୍ଗ ଏଥର ଐତିହାସିକ ୯୫ ପ୍ରତିଶତ ମତଦାନରେ ପହଞ୍ଚିପାରିବ କି ? ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୮୯.୯୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଦିନ ଆରମ୍ଭରୁ ଅନେକ ଅଞ୍ଚଳରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଗ୍ରାମାଞ୍ଚଳରୁ ସହରାଞ୍ଚଳ ବୁଥ୍ ପର୍ଯ୍ୟନ୍ତ, ମହିଳା, ବୟସ୍କ ଏବଂ ଯୁବକମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଆସିଥିଲେ ।



ନିର୍ବାଚନ ସମୟରେ ଅନେକ ସ୍ଥାନରେ ହିଂସା ଘଟିଥିଲା

ତେବେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ନଥିଲା । ମୁର୍ଶିଦାବାଦ, ନୱାଡା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ବୋମା ଆକ୍ରମଣ, ପଥର ଫିଙ୍ଗା ଏବଂ ରାଜନୈତିକ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବାହିନୀ ଏବଂ ପୋଲିସକୁ ଅନେକ ସ୍ଥାନରେ ହସ୍ତକ୍ଷେପ କରିବାକୁ ପଡିଥିଲା । ଏହି ଘଟଣାଗୁଡ଼ିକ ନିର୍ବାଚନର ନିରପେକ୍ଷତା ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲା ।

ସେହିପରି ତାମିଲନାଡ଼ୁରେ ମଧ୍ୟ ଚଳିତ ଥର ବମ୍ପର ଭୋଟିଂ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନ କମିଶନ ଦେଇଥିବା ତଥ୍ୟ ଅନୁସାରେ ୮୨.୨୪ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Records 90% Voting Amid Violence in Phase 1 Polls | Argus News