WB Governor resignation / ପଶ୍ଚିମବଙ୍ଗ ଓ ଲଦାଖରେ ବଡ଼ ରାଜନୈତିକ ପରିବର୍ତ୍ତନ, ରାଜ୍ୟପାଳ–ଉପରାଜ୍ୟପାଳଙ୍କ ଇସ୍ତଫା
·4 months ago·1 min read

Key Points
ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା
ପଶ୍ଚିମବଙ୍ଗର ରାଜ୍ୟପାଳ ଓ ଲଦାଖ ଉପରାଜ୍ୟପାଳଙ୍କ ଇସ୍ତଫା । ଲଦାଖର ଉପ-ରାଜ୍ୟପାଳ କବିନ୍ଦର ଗୁପ୍ତା ଇସ୍ତଫା ଦେଇଛନ୍ତି । ମାତ୍ର ୯ ମାସର କାର୍ଯ୍ୟକାଳ ପରେ ହଠାତ୍ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଜୁଲାଇ ମାସରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ କବିନ୍ଦର ଗୁପ୍ତା ।
ଅନ୍ୟପଟେ ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ବଡ଼ ହଲଚଲ ଦେଖିବାକୁ ମିଳିଛି । ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଇସ୍ତଫା ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ପରେ ତାମିଲନାଡୁର ବର୍ତ୍ତମାନର ରାଜ୍ୟପାଳ ଆର.ଏନ. ରବି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦେଶର ଦୁଇଟି ପ୍ରମୁଖ ଅଞ୍ଚଳରେ ଅଚାନକ ପରିବର୍ତ୍ତନ ପଛରେ କୌଣସି ବଡ଼ ରଣନୀତି ଅଛି କି ନାହିଁ, ତାହା ଆଗାମୀ ସମୟରେ ଜଣାପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories