Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏଣିକି ବକରୀଦରେ ବଙ୍ଗରେ କେବଳ ୧ ଦିନ ଛୁଟି; ପୂର୍ବରୁ ଏତିକି ଦିନ ଛୁଟି ଦେଉଥିଲେ ମମତା

National

Bakrid Holiday Change / ଏଣିକି ବକରୀଦରେ ବଙ୍ଗରେ କେବଳ ୧ ଦିନ ଛୁଟି; ପୂର୍ବରୁ ଏତିକି ଦିନ ଛୁଟି ଦେଉଥିଲେ ମମତା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଏଣିକି ବକରୀଦରେ ବଙ୍ଗରେ କେବଳ ୧ ଦିନ ଛୁଟି; ପୂର୍ବରୁ ଏତିକି ଦିନ ଛୁଟି ଦେଉଥିଲେ ମମତା
Bakrid Holiday Change

Key Points

ଶୁଭେନ୍ଦୁ ସରକାର ଇଦ୍-ଉଲ-ଅଜହା ଛୁଟିରେ କରିଛି ପରିବର୍ତ୍ତନ
ଏଣିକି ବଙ୍ଗରେ ବକରୀଦରେ କେବଳ ଗୋଟିଏ ଦିନ ଛୁଟି

ପଶ୍ଚିମବଙ୍ଗର ନୂଆ ଶୁଭେନ୍ଦୁ ସରକାର ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ଉତ୍ସବ ଇଦ୍-ଉଲ-ଅଜହା ବା ବକରୀଦ ଛୁଟି ଦିନକୁ ହ୍ରାସ କରିଛି । ଚଳିତ ବର୍ଷଠୁ ଏହି ଉତ୍ସବରେ କେବଳ ଗୋଟିଏ ଦିନ ଛୁଟି ରହିବ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହାସହିତ ମମତା ସରକାରଙ୍କ ପୂର୍ବ ଆଦେଶକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଦିଦି ବକରୀଦରେ ଦୁଇ ଦିନ ଛୁଟି ଘୋଷଣା କରୁଥିଲେ, କିନ୍ତୁ ଏଣିକି ମାତ୍ର ଗୋଟିଏ ଦିନ ଛୁଟି ରହିବ । ଚଳିତ ବର୍ଷ ମୁସଲିମ ଭାଇଭଉଣୀମାନେ ମେ ୨୮ରେ ବକରୀଦ୍ ଉତ୍ସବ ପାଳିବେ ।

ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ଅନେକ ନୂଆ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ପୂର୍ବ ମମତା ସରକାରରେ ବକରୀଦରେ ଦୁଇ ଦିନ ଛୁଟି ଦେଉଥିଲେ । ଏଥର ମେ ୨୮ ତାରିଖରେ ଇଦ୍-ଉଲ୍-ଅଜହା ପାଳନ କରାଯିବ । ଆଉ ମେ ୨୯ ତାରିଖରେ ୱାର୍କିଂ ଡେ' ରହିବ । ଅନ୍ୟପଟେ ବକରୀଦ ପୂର୍ବରୁ ଦେଶର ଅନେକ ସ୍ଥାନରେ ପଶୁ ବଳିକୁ ନେଇ ବିବାଦ ଉପୁଜିଛି । ସେପଟେ ଜମିୟତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ମହମ୍ମଦ ମଦନି କହିଛନ୍ତି, "ବଳିପ୍ରଥା ହେଉଛି ଇସଲାମର ଏକ ମହତ୍ତ୍ଵପୂର୍ଣ୍ଣ ପ୍ରଥା, ଏଥିଲାଗି ମୁସଲମାନ ନିଜ ଭାଗର ବଳି ଦେବାକୁ ଯଥାସମ୍ଭବ ଚେଷ୍ଟା କରିବେ ।"

ମୌଲାନା ମହମ୍ମଦ ମଦନି ଇଦକୁ ନେଇ କିଛି ପରାମର୍ଶ ଦେଇଛନ୍ତି । ଜମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, "ବଳି ଦେଉଥିବା ପ୍ରତ୍ୟେକ ମୁସଲମାନ ସରକାର ଓ ସ୍ଥାନୀୟ ପ୍ରଶାସନ ଦ୍ଵାରା ଜାରି କରାଯାଇଥିବା ପ୍ରତ୍ୟେକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ବଳି ସମୟରେ ଯଥାସମ୍ଭବ ପରିଷ୍କାର ପରିଚ୍ଛନତାକୁ ଧ୍ୟାନ ଦିଅନ୍ତୁ ।" ଏବେ ବଳି ପାଇଁ ଫିଟନେସ୍ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି । ପଶୁଟି ୧୪ ବର୍ଷରୁ ଅଧିକ ବୟସର, ବୃଦ୍ଧାବସ୍ଥା, ଆଘାତ, ବିକୃତି କିମ୍ବା କୌଣସି ମାରାତ୍ମକ ରୋଗ ଯୋଗୁଁ ଅକ୍ଷମ ହୋଇଥିଲେ ହିଁ ହତ୍ୟା ପାଇଁ ପ୍ରମାଣପତ୍ର ପ୍ରଦାନ କରାଯିବ ।

ପଢନ୍ତୁ ଏହି ଖବର: ଗୋହତ୍ୟା କଟକଣା ବିରୋଧରେ ଆବେଦନକୁ ଖାରଜ କଲେ ହାଇକୋର୍ଟ

ପଶ୍ଚିମବଙ୍ଗ ପଶୁ ବଳି ନିୟନ୍ତ୍ରଣ ଆଇନ, ୧୯୫୦ ଅନୁଯାୟୀ ପଶୁ ବଳି ଏକ ଗମ୍ଭୀର ଅପରାଧ । ଏହି ଆଦେଶ ଉଲ୍ଲଂଘନ କଲେ ଛଅ ମାସ ଜେଲଦଣ୍ଡ, ୧,୦୦୦ ଜରିମାନା କିମ୍ବା ଉଭୟ ହୋଇପାରେ । ଏହି ବଳି ପ୍ରଥା ଘଟଣାରେ କୋଲକାତା ହାଇକୋର୍ଟ ଶୁଭେନ୍ଦୁ ସରକାରଙ୍କୁ ବିଜ୍ଞପ୍ତିରେ କିଛି କଥା ଯୋଗ କରିବାକୁ କହିଛନ୍ତି । ଯେପରିକି ଖୋଲା କିମ୍ବା ସର୍ବସାଧାରଣ ସ୍ଥାନ, ରାସ୍ତାକଡ଼, ବଜାରରେ ଗାଈ ଏବଂ ମଇଁଷିଙ୍କ ଭଳି କୌଣସି ପଶୁଙ୍କୁ ହତ୍ୟା ବା ବଳି ଦିଆଯାଇପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆଧାର କରି କୋର୍ଟ କହିଛନ୍ତି ଯେ ଇଦ୍ ପର୍ବରେ ଗୋ-ବଳି ଦେବା ଇସଲାମର କୌଣସି ଅପରିହାର୍ଯ୍ୟ ଅଙ୍ଗ ନୁହେଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Govt Cuts Eid-ul-Zoha Holiday To One Day, Suvendu Adhikari changes Mamata Govt decission | Argus News