Judicial Probe / ମମତାଙ୍କ ମୁଣ୍ଡରେ ଚଡ଼କ; ଖୋଲିବ TMC ସରକାରର ଦୁର୍ନୀତି ଫାଇଲ୍; ଶୁଭେନ୍ଦୁ ସରକାର ଗଠନ କଲେ ନ୍ୟାୟିକ କମିଶନ
·1 hour ago·2 min read

Key Points
ଶୁଭେନ୍ଦୁ ସରକାର ଗଠନ କରିଥିବା ନ୍ୟାୟିକ କମିଶନ ୨୦୧୧ରୁ ୨୦୨୬ ମଧ୍ୟରେ ହୋଇଥିବା ଆର୍ଥିକ ଅନିୟମିତତାର ସ୍ଵତନ୍ତ୍ର ଯାଞ୍ଚ କରିବ । ଭିନ୍ନ ଭିନ୍ନ ବିଭାଗରେ ହୋଇଥିବା ଆର୍ଥିକ ଅନିୟମିତତାର ଖୋଳତାଡ଼ କରାଯିବ ।
କୋଲକାତା: ମମତାଙ୍କ ୧୫ ବର୍ଷର ଶାସନରେ ହୋଇଛି କେତେ ଦୁର୍ନୀତି ? ଗୋଟି ଗୋଟି କରି ସବୁ ଦୁର୍ନୀତିକୁ ପଦାକୁ ଆଣିବ ବିଜେପି ସରକାର । ଏଥିପାଇଁ ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ନ୍ୟାୟିକ କମିଶନ ଗଠନ କରିଛନ୍ତି । ଏହି କମିଶନ ମମତାଙ୍କ ଶାସନ କାଳରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବ ।
ଶୁଭେନ୍ଦୁ ସରକାର ଗଠନ କରିଥିବା ନ୍ୟାୟିକ କମିଶନ ୨୦୧୧ରୁ ୨୦୨୬ ମଧ୍ୟରେ ହୋଇଥିବା ଆର୍ଥିକ ଅନିୟମିତତାର ସ୍ଵତନ୍ତ୍ର ଯାଞ୍ଚ କରିବ । ଭିନ୍ନ ଭିନ୍ନ ବିଭାଗରେ ହୋଇଥିବା ଆର୍ଥିକ ଅନିୟମିତତାର ଖୋଳତାଡ଼ କରାଯିବ । ନ୍ୟାୟିକ କମିଶନର ଅଧ୍ୟକ୍ଷ ଭାବେ କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଶ୍ୱଜିତ ବସୁଙ୍କୁ ନିଯୁକ୍ତ କରାଯାଇଛି ।
ଏଥିସହ ପଢ଼ନ୍ତୁ: ହାଇକୋର୍ଟଙ୍କ ବଡ଼ ରାୟ: ଭରଣପୋଷଣ ପାଇଁ ୨୫% ଦରମା ନିଶ୍ଚିତ ନୁହେଁ
ସ୍କାନର୍ରେ କେଉଁ ବିଭାଗ ?
ସରକାର ନ୍ୟାୟିକ କମିଶନ ଗଠନ କରିବା ପରେ ଜନତାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ପଶ୍ଚିମବଙ୍ଗ ସରକାରର ଜଣେ ଅଧିକାରୀଙ୍କ ଅନୁସାରେ, ଶିକ୍ଷା, ଖାଦ୍ୟ ଓ ଯୋଗାଣ, ଗୃହ, ମତ୍ସ୍ୟପାଳନ, ଗୋରଖାଲାଣ୍ଡ ସମେତ ଅନେକ ବିଭାଗର ତଦନ୍ତ କରିପାରନ୍ତି ନ୍ୟାୟିକ କମିଶନ ।
ଜଷ୍ଟିସ ବିଶ୍ୱଜିତ ବସୁଙ୍କ ସହ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ତଦନ୍ତର ଦାୟିତ୍ୱ ସମ୍ଭାଳିବେ । ଏହା ସହିତ ଜଣେ ଆଇଏଏସ (IAS) କିମ୍ବା WBCS ଅଧିକାରୀ ପ୍ରଶାସନିକ ମୁଖ୍ୟ ତଥା ସଦସ୍ୟ ସଚିବ ଭାବେ ନ୍ୟାୟିକ କମିଶନରେ ରହିବେ । ପଶ୍ଚିମବଙ୍ଗ ରାଜସ୍ୱ ସେବାର ଜଣେ ଅଧିକାରୀ ବୈଷୟିକ ବିଶେଷଜ୍ଞ ଭାବେ କମିଶନଙ୍କୁ ସହାୟତା ପ୍ରଦାନ କରିବେ ।
ଯଦି ତଦନ୍ତ ସମୟରେ କୌଣସି ମାମଲାରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼େ । ତେବେ କମିଶନ ସମ୍ପୃକ୍ତ ପୋଲିସ ଏଜେନ୍ସିକୁ ଏଫଆଇଆର ରୁଜୁ କରିବା ପାଇଁ ସିଧାସଳଖ ସୁପାରିସ କରିପାରିବେ ବୋଲି ଶୁଭେନ୍ଦୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ବଡ଼ ଝଟ୍କା; TMC ଖାତାରେ ଥିବା ୧ ହଜାର କୋଟିରୁ ଅଧିକ ଟଙ୍କା ଅଚଳ
ନ୍ୟାୟିକ କମିଶନ ନିଜର ତଦନ୍ତ ରିପୋର୍ଟ ସମୟ ସମୟରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ । ରିପୋର୍ଟରେ ଦୋଷୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ପରାମର୍ଶ ମଧ୍ୟ ପରାମର୍ଶ ଦେବେ ନ୍ୟାୟିକ କମିଶନ ।
କ'ଣ କହିଲା TMC ?
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ମମତା ବାନାର୍ଜୀଙ୍କ ନେତୃତ୍ଵାଧିନ TMC କୌଣସି ପ୍ରତିକ୍ରିୟା ଦେଇ ନାହିଁ । ସେହିଭଳି ବିଧାୟକ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ମଧ୍ୟ କୌଣସି ମତ ରଖିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories