Loudspeakers Removed / ପଶ୍ଚିମବଙ୍ଗର ୧୫୦୦ ଧାର୍ମିକ ସ୍ଥଳରୁ ହଟିଲା ଲାଉଡସ୍ପିକର
·1 hour ago·2 min read

Key Points
ଶବ୍ଦ ପ୍ରଦୂଷଣ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ
୧୫୦୦ ଧାର୍ମିକ ସ୍ଥଳରୁ ହଟିଲା ଲାଉଡସ୍ପିକର
ପଶ୍ଚିମବଙ୍ଗ ସରକାରର ବଡ଼ କାର୍ଯ୍ୟାନୁଷ୍ଠାନ
୧୫୦୦ ଧାର୍ମିକ ସ୍ଥଳରୁ ହଟିଲା ଲାଉଡସ୍ପିକର
ପଶ୍ଚିମବଙ୍ଗ ସରକାରର ବଡ଼ କାର୍ଯ୍ୟାନୁଷ୍ଠାନ
କୋଳକତା,୦୬/୦୮: ପଶ୍ଚିମବଙ୍ଗରେ ଶବ୍ଦ ପ୍ରଦୂଷଣ ଅଭିଯୋଗ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୁଇ ଦିନରେ ସମଗ୍ର ପଶ୍ଚିମବଙ୍ଗର ପ୍ରାୟ ୧୫୦୦ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ଗୁଡ଼ିକୁ ହଟାଇ ଦିଆଯାଇଛି। ଶବ୍ଦ ପ୍ରଦୁଷଣ ସୀମା ଉଲ୍ଲଂଘନ କରିଥିବାରୁ ୧୨୭୯ ମସଜିଦ ଏବଂ ୧୯୯ ମନ୍ଦିରକୁ ସେମାନଙ୍କର ଲାଉଡସ୍ପିକର ଗୁଡ଼ିକୁ ହଟାଇ ଦିଆଯାଇଛି।
ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ସମସ୍ତ ଧାର୍ମିକ ସ୍ଥଳରେ ସମାନ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ରାଜ୍ୟରେ ଏହି ପ୍ରକାରର ପ୍ରଥମ ଅଭିଯାନରେ, ପୋଲିସ ପୂଜାସ୍ଥଳର ପରିଚାଳନାକୁ ସେମାନଙ୍କର ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା ହଟାଇବା ଏବଂ ଶବ୍ଦ ନିୟମ ପାଳନ କରିବାକୁ କହୁଛି।
ବଙ୍ଗଳାରେ ଲାଉଡସ୍ପିକର ସମ୍ବନ୍ଧୀୟ ନିୟମ କ’ଣ?
ବଙ୍ଗଳାର ଶବ୍ଦ ପ୍ରଦୂଷଣ ନିୟମ 2000 ଅନୁଯାୟୀ, ସକାଳ ୬ ରୁ ରାତି ୧୦ଟା ପର୍ଯ୍ୟନ୍ତ ସାର୍ବଜନୀନ ଲାଉଡସ୍ପିକର ବ୍ୟବହାର ପାଇଁ ପୋଲିସର ପୂର୍ବ ଅନୁମତି, ବାଧ୍ୟତାମୂଳକ। ସେହିଭଳି ଶବ୍ଦ ସୀମା ଏବଂ ୫୦ରୁ ୭୫ ଡେସିବେଲ ସୀମାର କଡ଼ା ପାଳନ ଆବଶ୍ୟକ।
ମସଜିଦ ଏବଂ ମନ୍ଦିର ପ୍ରତିନିଧିମାନଙ୍କର କ'ଣ କହିବାକୁ ଅଛି?
ଅନେକ ମସଜିଦ ଏବଂ ମନ୍ଦିର କମିଟିର ପ୍ରତିନିଧିମାନେ କହିଛନ୍ତି ଯେ ସ୍ଥାନୀୟ ପୋଲିସ ସେମାନଙ୍କୁ ଲାଉଡସ୍ପିକରଗୁଡ଼ିକ ହଟାଇବାକୁ ମୌଖିକ ନିର୍ଦ୍ଦେଶ ଦେଇଥିଲା ଏବଂ କୌଣସି ଲିଖିତ ନିର୍ଦ୍ଦେଶ ଦିଆଯାଇ ନଥିଲା। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଅଭିଯାନ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ନୁହେଁ। ସମସ୍ତ ଧାର୍ମିକ ସ୍ଥାନ ପାଇଁ ସମାନ ଭାବେ ଶବ୍ଦ ପ୍ରଦୂଷଣ ନିୟମ ଲାଗୁ କରାଯାଉଛି।
ପଢନ୍ତୁ ଏହି ଖବର: ଧାରା ୩୭୦ ଉଚ୍ଛେଦକୁ ୭ ବର୍ଷ; ମେହବୁବା ମୁଫତିଙ୍କୁ ଆତଙ୍କବାଦୀ କହିଲେ କେନ୍ଦ୍ର ମନ୍ତ୍ରୀ
ଗତ ମେ ମାସ ୯ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶୁଭେନ୍ଦୁ ଅଧିକାରୀ। ଗତ ୧୪ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟ ସାରା ଧାର୍ମିକ ସ୍ଥଳ ଏବଂ କାର୍ଯ୍ୟକ୍ରମରେ ଅନୁମତିପ୍ରାପ୍ତ ଶବ୍ଦ ସୀମାଠାରୁ ଅଧିକ ଲାଉଡସ୍ପିକର ବ୍ୟବହାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ ସଚିବାଳୟ 'ନବାନ୍ନ'ରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଶବ୍ଦ ପ୍ରଦୂଷଣ ନିୟମାବଳୀ ବିନା ବ୍ୟତିକ୍ରମରେ ଲାଗୁ କରାଯିବା ଉଚିତ। ବର୍ଷ ବର୍ଷ ଧରି, ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଉତ୍ସବ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଲାଉଡସ୍ପିକର ଗୁଡ଼ିକ ଉଚ୍ଚ-ଡେସିବେଲ୍ ଶବ୍ଦ କରୁଥିବା ଅଭିଯୋଗ ହେଉଥିଲା। ଯାହା ଅନୁମତି ଠାରୁ ଅଧିକ ଥିଲା। ଅଧିକ ଶବ୍ଦ ଯୋଗୁଁ ରୋଗୀ, ଛାତ୍ର ଏବଂ ବୟସ୍କ ଲୋକଙ୍କ ପାଇଁ ଅସୁବିଧା ଭୋଗ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories