Videos
|
Politics

Article 370 / ଧାରା ୩୭୦ ଉଚ୍ଛେଦକୁ ୭ ବର୍ଷ; ମେହବୁବା ମୁଫତିଙ୍କୁ ଆତଙ୍କବାଦୀ କହିଲେ କେନ୍ଦ୍ର ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·52 mins ago·2 min read
ଧାରା ୩୭୦ ଉଚ୍ଛେଦକୁ ୭ ବର୍ଷ; ମେହବୁବା ମୁଫତିଙ୍କୁ ଆତଙ୍କବାଦୀ କହିଲେ କେନ୍ଦ୍ର ମନ୍ତ୍ରୀ
BJP Slams Mehbooba Mufti's Protest

Key Points

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ମେହବୁବା ମୁଫତିଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି । ଆଉ ମେହବୁବାଙ୍କୁ ଆତଙ୍କୀ କହିବା ପଛର କାରଣରେ କହିଛନ୍ତି, "ସେ ସବୁବେଳେ ଆତଙ୍କବାଦୀଙ୍କ ସାଥ୍ ଦେଉଛନ୍ତି ।"
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ୭ ବର୍ଷ ପୂରିଛି । କିନ୍ତୁ ଅନେକ ଏହାକୁ ଏ ପର୍ଯ୍ୟନ୍ତ ହଜମ କରିପାରୁ ନାହାନ୍ତି । ପିଡିପି ମୁଖ୍ୟ ମେହବୁବା ମୁଫତି ପୁଣି ଥରେ ଧାରା ୩୭୦ ଲାଗୁ କରିବା ଦାବି କରି ଧାରଣାରେ ବସିଛନ୍ତି ।

ଆଉ ମେହବୁବାଙ୍କ ଧାରଣା ବେଳେ ଏକ ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଯେଉଁଥିରେ ମେହବୁବା ତାଙ୍କ ହାତରେ ଜାତୀୟ ପତାକା ତ୍ରିରଙ୍ଗାକୁ ଓଲଟା ଧରିଥିବା ଦେଖାଯାଉଛି । ଯାହାକୁ ନେଇ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କଡ଼ା କଟାକ୍ଷ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ପୁଣି ସତ୍ତା ପରିବର୍ତ୍ତନ ! ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ; ଶେହବାଜଙ୍କୁ ସାଇଡ୍ ଲାଇନ୍ 

ମେହବୁବାଙ୍କୁ ଆତଙ୍କୀ କହିଲେ ଗିରିରାଜ

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ମେହବୁବା ମୁଫତିଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି । ଆଉ ମେହବୁବାଙ୍କୁ ଆତଙ୍କୀ କହିବା ପଛର କାରଣରେ କହିଛନ୍ତି, "ସେ ସବୁବେଳେ ଆତଙ୍କବାଦୀଙ୍କ ସାଥ୍ ଦେଉଛନ୍ତି । ଯେତେବେଳେ କିଛିଦିନ ପାଇଁ ସେ ବିଜେପି ସହ ମେଣ୍ଟରେ ଥିଲେ, ସେବେ ତାଙ୍କୁ ସୁଧାରିବା ପାଇଁ ପ୍ରୟାସ କଲୁ, କିନ୍ତୁ ସେ ଠିକ୍ ହେଲେ ନାହିଁ । ତେଣୁ ଆମେ ହାତ ଛାଡ଼ିଦେଲୁ ।"


ଅଗଷ୍ଟ ୫ ଐତିହାସିକ

ଗିରିରାଜ ସିଂହ ଅଗଷ୍ଟ ୫ ତାରିଖକୁ ଐତିହାସିକ କହି ଏହାକୁ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ସହ ତୁଳନା କରିଛନ୍ତି । ସେ କହିଛନ୍ତି, "ଅଗଷ୍ଟ ୫ ସେହିଭଳି ଐତିହାସକ ଯେଭଳି ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ପାଳନ କରୁଛେ । ଏହି ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ କୋଟି କୋଟି ଭାରତୀୟଙ୍କ ସ୍ଵପ୍ନ ପୂରଣ ହୋଇଥିଲା ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ଵରେ ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ହଟିଥିଲା ଧାରା ୩୭୦ । ଏବେ ଯାହାକୁ କେହି ଭାଙ୍ଗି ପାରିବେ ନାହିଁ । ଗୋଟିଏ ଦେଶ, ଗୋଟିଏ ଚିହ୍ନ, ଜଣେ ମୁଖ୍ୟ ଓ ଗୋଟିଏ ସମ୍ବିଧାନ ସାରା ଦେଶରେ ଲାଗୁ ହୋଇଛି ।

ଧାରଣା ଦେଇଥିଲେ ମୁଫତି

ଏହା ପୂର୍ବରୁ ମେହବୁବା ଧାରା ୩୭୦ ହଟାଇବାକୁ ବିରୋଧ କରି ଶ୍ରୀନଗରରେ ପିଡିପି କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ । ଆଉ ସେହି ସମୟରେ ମେହବୁବାଙ୍କ ହାତରେ ତ୍ରିରଙ୍ଗା ଓଲଟା ଥିବା ଦେଖା ଯାଇଥିଲା । ଯାହାକୁ ନେଇ ଏବେ ବିବାଦ ବଢ଼ିଛି ।

ଏଥିସହ ପଢ଼ନ୍ତୁ: ଦଳର ବିଦ୍ରୋହୀ ବିଧାୟକଙ୍କୁ ଖୋଲାଖୋଲି ଚେତାବନୀ ଦେଲେ ଡିକେ;କହିଲେ... 

ଅଧିକାରୀ କହିଛନ୍ତି, ଏହାକୁ ନେଇ ପିଡିପି ମୁଖ୍ୟଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛୁ । ସୂଚନାଯୋଗ୍ୟ, ଜାତୀୟ ପତାକାକୁ ଭୁଲ୍ ଭାବେ ପ୍ରଦର୍ଶନ କରିବା ତ୍ରିରଙ୍ଗା ପ୍ରତି ଅସମ୍ମାନ ଅଟେ । ମେହବୁବା ହାତରେ ତ୍ରିରଙ୍ଗା ଥିବାବେଳେ ସବୁଜ ଉପରେ ଓ ନାରଙ୍ଗୀ ରଙ୍ଗ ତଳେ ଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: