Videos
|
National

Crackdown On Sand Mafia / ବାଲି ମାଫିଆ ଘରୁ ସାଢ଼େ ୫ କୋଟି ଟଙ୍କା, ୧୫ କେଜି ସୁନା ଜବତ; ପୋଲିସକୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାଲି ମାଫିଆ ଘରୁ ସାଢ଼େ ୫ କୋଟି ଟଙ୍କା, ୧୫ କେଜି ସୁନା ଜବତ; ପୋଲିସକୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ
Police Seize ₹5.5 Crore Cash and 15 Kg Gold

Key Points

ପୋଲିସ ସାଢ଼େ ୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଥିବା ବେଳେ ଜାରି ରହିଛି ଗଣତି । ୧୫ କେଜି ସୁନା ବାଲି ମାଫିଆ ଟୁଲୁ ମଣ୍ଡଳ ଘରୁ ଜବତ କରିଛି ପୋଲିସ ।
କୋଲକାତା: ସାର୍ବଜନୀନ ସମ୍ବଳକୁ ଲୁଟିଲେ କାହାକୁ ଛଡ଼ା ଯିବନି । ଲୋକଙ୍କ ସମ୍ପତ୍ତି ଲୋକଙ୍କ ପାଇଁ ବ୍ୟବହାର କରାଯିବ । ଯିଏ କେହି ବି ସର୍ବସାଧାରଣ ସମ୍ପତ୍ତି ଲୁଟିବ ଆଇନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଭିଜିଲାନ୍ସ ସହ ଅନ୍ୟ ଏଜେନ୍ସି ପଦକ୍ଷେପ ନେବେ । ବାଲି ମାଫିଆଙ୍କୁ ଏଭଳି କଡ଼ା ବାର୍ତ୍ତା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।

ଏଥିସହ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ପୋଲିସକୁ ସାବାସୀ ଦେଇଛନ୍ତି । ବୀରଭୂମ ପୋଲିସ ପକ୍ଷରୁ ସେଠାକାର ବାଲି ମାଫିଆ ଟୁଲୁ ମଣ୍ଡଳ ଓରଫ ମହମ୍ମଦ ନଜିବୁଦ୍ଦିନ ଘରେ ଚଢ଼ାଉ କରାଯାଇଛି । ପୋଲିସ ଚଢ଼ାଉ ବେଳେ ଟୁଲୁ ମଣ୍ଡଳ ଘରୁ ମିଳିଛି ନଗଦ ସାଢ଼େ ୫ କୋଟି ଟଙ୍କା ଏବଂ ୧୫ କେଜି ସୁନା ।

ଏଥିସହ ପଢ଼ନ୍ତୁ: ଆଡମିସନ ନହେବାରୁ ସାଇଟ୍ ହ୍ୟାକ୍ କଲେ...FIR ନୁହେଁ ଆସିଲା ଇଣ୍ଟର୍ନସିପ୍ ଅଫର୍ 

ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲେଖିଛନ୍ତି, "ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆମର ଲ୍ ଏନଫୋର୍ସମେଣ୍ଟ ଷ୍ଟାଫ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ବୀରଭୂମ ପୋଲିସ ବାଲି ମାଫିଆ ଟୁଲୁ ମଣ୍ଡଳଙ୍କ ଠିକଣାରେ ରେଡ୍ କରିଛି ।"


ଅପରେସନ୍ ବେଳେ ଅବୈଧ ଭାବେ ଠୁଳ କରାଯାଇଥିବା ସମ୍ପତ୍ତି ଠାବ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ସାଢ଼େ ୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଥିବା ବେଳେ ଜାରି ରହିଛି ଗଣତି । ସେହିଭଳି ପୋଲିସ ୧୫ କେଜି ସୁନା ଟୁଲୁ ମଣ୍ଡଳ ଘରୁ ଜବତ କରିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।

ପୋଲିସର ଏହି ବଡ଼ ରେଡ୍‌ ଓ ବିପୁଳ ଟଙ୍କା ଏବଂ ସୁନା ଜବତକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅପରେସନ୍‌ରେ ସାମିଲ୍ ପଶ୍ଚିମବଙ୍ଗ ଡିଜିପି, ବୀରଭୂମ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ଅଧିକାରୀଙ୍କୁ ସାବାସୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ଅଗଷ୍ଟ ୧ରୁ ଚିନି ମହଜୁଦ ଉପରେ କେନ୍ଦ୍ରର ବଡ଼ କଟକଣା, ଅଧିକ ଚିନି ରଖିଲେ... 

ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, "ପଶ୍ଚିମବଙ୍ଗ ସରକାର ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ସରକାରଙ୍କ କଥା ସ୍ପଷ୍ଟ ଯିଏ ଯେତେ ପ୍ରଭାବଶାଳୀ ହେଲେ ବି ସରକାରୀ ସମ୍ପତ୍ତିର ଅସଦ୍ ଉପଯୋଗ କଲେ ଛଡ଼ାଯିବ ନାହିଁ ।"

ସରକାରୀ ଟଙ୍କା ଲୋକଙ୍କର, ଆଉ ଯିଏ ତାହାକୁ ଲୁଟିବ... ତାକୁ ଆଇନ୍ ଅନୁସାରେ କଠୋର ଦଣ୍ଡ ଦିଆଯିବ । ସେମାନଙ୍କ ଉପରେ ତୀକ୍ଷଣ୍ ନଜର ରହିଛି କୌଣସି ବୁଝାମଣା ବିନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: