Videos
|
National

Student Hacker / ଆଡମିସନ ନହେବାରୁ ସାଇଟ୍ ହ୍ୟାକ୍ କଲେ...FIR ନୁହେଁ ଆସିଲା ଇଣ୍ଟର୍ନସିପ୍ ଅଫର୍

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଆଡମିସନ ନହେବାରୁ ସାଇଟ୍ ହ୍ୟାକ୍ କଲେ...FIR ନୁହେଁ ଆସିଲା ଇଣ୍ଟର୍ନସିପ୍ ଅଫର୍
Student Hacker

Key Points

ଆଡମିସନ ନହେବାରୁ କ୍ରୋଧିତ ହୋଇ ସାଇଟ୍ ହ୍ୟାକ୍ କଲେ
ହେଲେ ତା ପରେ ଯାହା ହେଲା ତାକୁ ନେଇ ଚର୍ଚ୍ଚା
ଛାତ୍ରଙ୍କ ବିରୋଧରେ ଅଭିଯୋଗ ପରିବର୍ତ୍ତେ ଆସିଲା ଇଣ୍ଟର୍ନସିପ୍ ଅଫର
ନୂଆଦିଲ୍ଲୀ: ଆଇଆଇଟି କାନପୁରରେ ବିଟେକ୍ ସାଇବର ସୁରକ୍ଷା ପାଠ୍ୟକ୍ରମ ପାଇଁ ଛାତ୍ରଙ୍କୁ ଆଡମିଶନ ମିଳିଲା ନାହିଁ । ଏହାପରେ ଛାତ୍ର ଜଣକ ୱେବସାଇଟକୁ ହ୍ୟାକ୍ କରି "Site is Hacked, All I Need is Just a Fair Chance" (ସାଇଟ୍ ହ୍ୟାକ୍ ହୋଇଯାଇଛି, ମୋତେ କେବଳ ଗୋଟିଏ ସୁଯୋଗର ଆବଶ୍ୟକ) ମେସେଜ ଲେଖିଥିଲେ । ଏପରିକି ଛାତ୍ର ଜଣକ ଏହାର ସ୍କ୍ରିନସଟ୍ ନେଇ ସାଇବର ସିକ୍ୟୁରିଟି ଦକ୍ଷତାର ପ୍ରମାଣ ସ୍ଵରୂପ ଏକ୍ସ ଓ ରେଡିଟରେ ପୋଷ୍ଟ କରିଥିଲେ । ତା'ପରେ ଯାହା ହେଲା ତାହା ବିରଳ ଥିଲା ।

ଏପରି ଏକ ପ୍ରତିଷ୍ଠିତ ସଂସ୍ଥାନର ୱେବସାଇଟକୁ ହ୍ୟାକ୍ କରିବା ପରେ ଉକ୍ତ ଛାତ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା, ବରଂ ସଂସ୍ଥାନ ପକ୍ଷରୁ ତାଙ୍କୁ ଇଣ୍ଟର୍ନସିପ୍ ଅଫର୍ ଆସିଥିଲା । ଆଇଆଇଟି କାନପୁର ପ୍ରଫେସର ମନିନ୍ଦ ଅଗ୍ରୱାଲ କହିଛନ୍ତି ଯେ ଆଡମିଶନ ପ୍ରକ୍ରିୟା ପୂର୍ବରୁ ବନ୍ଦ ହୋଇସାରିଛି, ତଥାପି ସଂସ୍ଥାନ ଛାତ୍ରଟିର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବାକୁ ଚାହୁଁନି । ଏଥିଲାଗି ଛାତ୍ରଙ୍କୁ ଗୋଟିଏ ସୁଯୋଗ ଭାବରେ C3iHubରେ ଇଣ୍ଟର୍ନସିପ୍ କରିପାରିବେ ଓ ଆସନ୍ତା ବର୍ଷ ସେ ଆଡମିସନ ପାଇଁ ଉଦ୍ୟମ କରିପାରିବେ ।

  • ଅନ୍ୟ ଛାତ୍ରଙ୍କୁ କଣ କହିଲେ ପ୍ରଫେସର
ଏହି ଘଟଣାକୁ ନେଇ ପ୍ରଫେସର ଜଣକ ଅନ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେବାକୁ କହିଛନ୍ତି ଯେ ଆଡମିସନରେ ସୁଯୋଗ ନ ମିଳିବା ପରେ ଏପରି ପନ୍ଥା ଆପଣେଇବା ଆଦୌ ଠିକ୍ ନୁହେଁ । ସାଇବର ସିକ୍ୟୁରିଟିରେ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ସଂସ୍ଥାନ ସବୁବେଳେ ସ୍ଵାଗତ କରେ । ଏଥିଲାଗି ଛାତ୍ରଛାତ୍ରୀମାନେ ନିଜର CVକୁ ସଂସ୍ଥାନ ସହିତ ସେୟାର କରିପାରିବେ ଓ C3iHubରେ ଇଣ୍ଟର୍ନସିପ୍ ଓ ଚାକିରି ପାଇପାରିବେ । ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ସର୍ବଦା ସଠିକ୍ ଓ ଆଇନଗତ ରାସ୍ତା ବାଛିବା ଆବଶ୍ୟକ ।

  • ୱେବସାଇଟ୍ ହ୍ୟାକ୍ କରିବାର ପ୍ରକୃତ କାରଣ
ପ୍ରଫେସର ମନିନ୍ଦ ଅଗ୍ରୱାଲ କହିଛନ୍ତି ଯେ ବି.ଟେକ୍ ସାଇବର ସୁରକ୍ଷା ପ୍ରବେଶ ପ୍ରକ୍ରିୟାରେ ହ୍ୟାକଥନ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିଭା ଦର୍ଶାଇବାକୁ କୁହାଯାଇଥିଲା । ତେବେ ଏହି ଛାତ୍ର ଜଣକ ସେଥିରେ ବିଫଳ ହୋଇଥିଲେ । ଏଥିଲାଗି ଛାତ୍ର ଜଣକ ସିଧା ୱେବସାଇଟକୁ ହ୍ୟାକ୍ କରି ନିଜର ଯୋଗ୍ୟତା ପ୍ରଦର୍ଶନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କଲ୍ ରିସିଭ୍ କରିବା ପଡ଼ିଲା ମହଙ୍ଗା; ବ୍ୟାଙ୍କ ଆକାଉଣ୍ଟ ଖାଲି, ଫସିଗଲେ ଯୁବକ

  • FIR ନୁହେଁ ଇଣ୍ଟର୍ନସିପ୍ ସୁଯୋଗ
ପ୍ରଥମେ ଏହି ଛାତ୍ରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ଥିର କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସଂସ୍ଥାନ ପ୍ରଥମେ ଛାତ୍ରଙ୍କର ଦାବି ଓ ଦକ୍ଷତାକୁ ବିଚାରକୁ ନେବାକୁ ଚେଷ୍ଟା କରିଥିଲା । ପ୍ରଫେସର ମନିନ୍ଦ କହିଛନ୍ତି ଯେ ବର୍ତ୍ତମାନ ଆଡମିସନ ପ୍ରକ୍ରିୟା ବନ୍ଦ ହୋଇଯାଇଥିବାରୁ, ଏହି ଛାତ୍ରଙ୍କୁ C3iHubରେ ଇଣ୍ଟର୍ନସିପ୍ ପାଇଁ ସୁଯୋଗ ଦିଆଯାଉଛି ।
Student Hacks IIT Kanpur Website After Failing to Secure Admission | Argus News