SIR Revision / ମମତାଙ୍କ ଚିନ୍ତା ବଢ଼ାଇଲା ଭୋଟର ତାଲିକା; SIRରେ ହଟିଲା ୬୩ ଲକ୍ଷ ମତଦାତାଙ୍କ ନାଁ
·4 months ago·2 min read

Key Points
ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ୬୩ ଲକ୍ଷରୁ ଅଧିକ ମତଦାତାଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି । କେବଳ ବାଙ୍କୁଡ଼ା ଜିଲ୍ଲାରେ SIR ପ୍ରକ୍ରିୟାରେ ବାଦ୍ ପଡ଼ିଛି ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ମତଦାତାଙ୍କ ନାଁ ।
କୋଲକାତା: ପଶ୍ଚିମବଙ୍ଗରେ SIR ବା ବିଶେଷ ସଘନ ସଂଶୋଧନ ସମ୍ପୂର୍ଣ୍ଣ ହୋଇଛି । ଭୋଟର ତାଲିକାରେ ସଂଶୋଧନ ପରେ ଶନିବାର ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ ଅଗ୍ରୱାଲ ନୂଆ ତାଲିକା ଜାରି କରିଛନ୍ତି । ଯେଉଁଥିରେ ଏବେ ରାଜ୍ୟରେ ମୋଟ ମତଦାତାଙ୍କ ସଂଖ୍ୟା ୭.୦୪ କୋଟିରୁ ଅଧିକ ରହିଛି ।
ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, "SIR ପ୍ରକ୍ରିୟାରେ ୬୩ ଲକ୍ଷରୁ ଅଧିକ ମତଦାତାଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି ।" ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ SIR ଆରମ୍ଭ ପୂର୍ବରୁ ୭ କୋଟି ୬୬ କୋଟି ଲକ୍ଷରୁ ଅଧକ ମତଦାତା ଥିଲେ ।
ଏଥିସହ ପଢ଼ନ୍ତୁ: ଖାମେନେଇଙ୍କ ଖେଳ ଖତମ୍: ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ
ଶନିବାର SIR ପରବର୍ତ୍ତୀ ଭୋଟର ତାଲିକା ଆସିବା ପରେ ଏବେ ଲୋକ ଚିନ୍ତିତ ହୋଇ ପଡ଼ିଛନ୍ତି । କେବଳ ବାଙ୍କୁଡ଼ା ଜିଲ୍ଲାରେ SIR ପ୍ରକ୍ରିୟାରେ ବାଦ୍ ପଡ଼ିଛି ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ମତଦାତାଙ୍କ ନାଁ ।
ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ନଭେମ୍ବର ୪ ସୁଦ୍ଧା ଜିଲ୍ଲାରେ ୩୦ ଲକ୍ଷ ୩୩ ହଜାର ମତଦାତା ଥିଲେ । ଡିସେମ୍ବର ୧୬ରେ ଡ୍ରାଫ୍ଟ ଲିଷ୍ଟ ଜାରି ସମୟରେ ଏହା ୨୯ ଲକ୍ଷ ୧ ହଜାରକୁ ହ୍ରାସ ପାଇଥିଲା । ଏହାପରେ ଶୁଣାଣି ଓ କାଗଜପତ୍ର ଯାଞ୍ଚରେ ୪ ହଜାର ନାଁ କଟିବା ସହ କିଛି ନାଁ ଯୋଡ଼ା ଯାଇଥିଲା । ଯାହାପରେ ଏବେ ମୋଟ ମତଦାତାଙ୍କ ସଂଖ୍ୟ ୨୯ ଲକ୍ଷ ୧୫ ହଜାର ରହିଛି ।"
କାହିଁକି ହଟିଲା ନାଁ ?
ବାଙ୍କୁଡ଼ା ଜିଲ୍ଲାରେ ଉଭୟ ଶାସକ ଓ ବିରୋଧୀ ଦଳର ସ୍ଥିତି ବେଶ୍ ମଜଭୁତ ରହିଛି । ନିର୍ବାଚନ ଆୟୋଗର ଅଧିକାରୀଙ୍କ ଅନୁସାରେ, ନାଁ ହଟାଇବାର ପ୍ରମୁଖ କାରଣ ହେଉଛି ମୃତ୍ୟୁ, ସ୍ଥାନାନ୍ତର, ଦୁଇଟି ସ୍ଥାନରେ ଭୋଟର ଭାବେ ପଞ୍ଜିକରଣ, ସମ୍ବନ୍ଧିତ ବ୍ୟକ୍ତି ନ ମିଳିବା ଇତ୍ୟାଦି ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ ଟିକେଟ, LPG, UPI ଠାରୁ ଆରମ୍ଭ କରି ସିମ୍ ପର୍ଯ୍ୟନ୍ତ...ମାର୍ଚ୍ଚ ୧ରୁ ବଦଳିବ ଏହି ବଡ଼ ନିୟମ
ନଭେମ୍ବର ୪ରୁ ଆରମ୍ଭ ହୋଇଥିଲା SIR
୨୦୦୨ ମସିହା ପରେ ପ୍ରଥମଥର ରାଜ୍ୟବ୍ୟାପି ଭୋଟର ତାଲିକାରେ ସଂଶୋଧନ ୨୦୨୫ ନଭେମ୍ବର ୪ରୁ ଆରମ୍ଭ ହୋଇଥିଲା । ୧୧୬ ଦିନର ପ୍ରାରମ୍ଭିକ ପ୍ରକ୍ରିୟାରେ ପରେ ଦ୍ଵିତୀୟ ପର୍ଯ୍ୟାୟର ୧ କୋଟି ୬୭ ଲକ୍ଷ ମତଦାତାଙ୍କ ମାମଲାର ଶୁଣାଣି ହୋଇଥିଲା । ଯେଉଁଥିରୁ ୧ କୋଟି ୩୬ ଲକ୍ଷ ମତଦାତାଙ୍କ ଯୁକ୍ତି ମେଳ ଖାଇ ନଥିବା ବେଳେ ୩୧ ଲକ୍ଷ ଭୋଟରଙ୍କ ମ୍ୟାପିଂ ସ୍ପଷ୍ଟ ନଥିଲା । ଏବେ ପ୍ରାୟ ୬୦ ଲକ୍ଷ ଭୋଟରଙ୍କ ଶୁଣାଣି ବିଚାରାଧିନ ରହିଛି । ଯାହାର ନିଷ୍ପତ୍ତି ପରବର୍ତ୍ତୀ ତାଲିକାରେ ଆସିବ ।

SIR 2026 Electoral Roll at a glance.#ElectoralRoll #SIR@ECISVEEP @SpokespersonECI @PIBKolkata @airnews_kolkata pic.twitter.com/okgapIm1Ae
— CEO West Bengal (@CEOWestBengal) February 28, 2026
ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ନଭେମ୍ବର ୪ ସୁଦ୍ଧା ଜିଲ୍ଲାରେ ୩୦ ଲକ୍ଷ ୩୩ ହଜାର ମତଦାତା ଥିଲେ । ଡିସେମ୍ବର ୧୬ରେ ଡ୍ରାଫ୍ଟ ଲିଷ୍ଟ ଜାରି ସମୟରେ ଏହା ୨୯ ଲକ୍ଷ ୧ ହଜାରକୁ ହ୍ରାସ ପାଇଥିଲା । ଏହାପରେ ଶୁଣାଣି ଓ କାଗଜପତ୍ର ଯାଞ୍ଚରେ ୪ ହଜାର ନାଁ କଟିବା ସହ କିଛି ନାଁ ଯୋଡ଼ା ଯାଇଥିଲା । ଯାହାପରେ ଏବେ ମୋଟ ମତଦାତାଙ୍କ ସଂଖ୍ୟ ୨୯ ଲକ୍ଷ ୧୫ ହଜାର ରହିଛି ।"
କାହିଁକି ହଟିଲା ନାଁ ?
ବାଙ୍କୁଡ଼ା ଜିଲ୍ଲାରେ ଉଭୟ ଶାସକ ଓ ବିରୋଧୀ ଦଳର ସ୍ଥିତି ବେଶ୍ ମଜଭୁତ ରହିଛି । ନିର୍ବାଚନ ଆୟୋଗର ଅଧିକାରୀଙ୍କ ଅନୁସାରେ, ନାଁ ହଟାଇବାର ପ୍ରମୁଖ କାରଣ ହେଉଛି ମୃତ୍ୟୁ, ସ୍ଥାନାନ୍ତର, ଦୁଇଟି ସ୍ଥାନରେ ଭୋଟର ଭାବେ ପଞ୍ଜିକରଣ, ସମ୍ବନ୍ଧିତ ବ୍ୟକ୍ତି ନ ମିଳିବା ଇତ୍ୟାଦି ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ ଟିକେଟ, LPG, UPI ଠାରୁ ଆରମ୍ଭ କରି ସିମ୍ ପର୍ଯ୍ୟନ୍ତ...ମାର୍ଚ୍ଚ ୧ରୁ ବଦଳିବ ଏହି ବଡ଼ ନିୟମ
ନଭେମ୍ବର ୪ରୁ ଆରମ୍ଭ ହୋଇଥିଲା SIR
୨୦୦୨ ମସିହା ପରେ ପ୍ରଥମଥର ରାଜ୍ୟବ୍ୟାପି ଭୋଟର ତାଲିକାରେ ସଂଶୋଧନ ୨୦୨୫ ନଭେମ୍ବର ୪ରୁ ଆରମ୍ଭ ହୋଇଥିଲା । ୧୧୬ ଦିନର ପ୍ରାରମ୍ଭିକ ପ୍ରକ୍ରିୟାରେ ପରେ ଦ୍ଵିତୀୟ ପର୍ଯ୍ୟାୟର ୧ କୋଟି ୬୭ ଲକ୍ଷ ମତଦାତାଙ୍କ ମାମଲାର ଶୁଣାଣି ହୋଇଥିଲା । ଯେଉଁଥିରୁ ୧ କୋଟି ୩୬ ଲକ୍ଷ ମତଦାତାଙ୍କ ଯୁକ୍ତି ମେଳ ଖାଇ ନଥିବା ବେଳେ ୩୧ ଲକ୍ଷ ଭୋଟରଙ୍କ ମ୍ୟାପିଂ ସ୍ପଷ୍ଟ ନଥିଲା । ଏବେ ପ୍ରାୟ ୬୦ ଲକ୍ଷ ଭୋଟରଙ୍କ ଶୁଣାଣି ବିଚାରାଧିନ ରହିଛି । ଯାହାର ନିଷ୍ପତ୍ତି ପରବର୍ତ୍ତୀ ତାଲିକାରେ ଆସିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories