West Bengal Election / ପଶ୍ଚିମବଙ୍ଗ ଭୋଟ୍ ପୂର୍ବରୁ ବଡ଼ ଝଟକା ! ତାଲିକାରୁ ବାଦ୍ ପଡ଼ିଲେ ୯୦ ଲକ୍ଷ ଭୋଟର
·2 hours ago·1 min read

Key Points
ବଙ୍ଗ ନିର୍ବାଚନରେ ବଡ଼ ଟ୍ୱିଷ୍ଟ
ଭୋଟ୍ ପୂର୍ବରୁ ଝଡ଼
ଭୋଟର ତାଲିକାରୁ ଲକ୍ଷେ ଲକ୍ଷ ନାମ ବାଦ୍
ଭୋଟ୍ ପୂର୍ବରୁ ଝଡ଼
ଭୋଟର ତାଲିକାରୁ ଲକ୍ଷେ ଲକ୍ଷ ନାମ ବାଦ୍
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବଡ଼ ଝଟକା । ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୯୦ ଲକ୍ଷ ଭୋଟର । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବାବେଳେ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ ବା SIR ପ୍ରକ୍ରିୟାକୁ ନେଇ ଏବେ ସାରା ରାଜ୍ୟରେ ତେଜିଛି ବିବାଦ ।
ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଏପ୍ରିଲ ୨୩ରେ ୧୫୨ଟି ଆସନ ଓ ଏପ୍ରିଲ ୨୯ରେ ୧୪୨ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ରିପୋର୍ଟ ଅନୁଯାୟୀ, SIR ପ୍ରକ୍ରିୟା ପରେ ମୋଟ ୯୦.୮ ଲକ୍ଷ ନାମ କଟିଛି । ଯାହା ମଧ୍ୟରୁ ପ୍ରାୟ ୨୭.୧ ଲକ୍ଷ ଲୋକଙ୍କୁ ସମ୍ପୂର୍ଣ୍ଣ ଅଯୋଗ୍ୟ ଘୋଷଣା କରାଯାଇଛି ।
ଏହି ପ୍ରସଙ୍ଗକୁ ନେଇ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରୀୟ ବାହିନୀର ନିୟୋଜନକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ନିର୍ବାଚନ କମିଶନ ଏକ ସ୍ୱୟଂଶାସିତ ସଂସ୍ଥା, ଏହା ଉପରେ ଆଙ୍ଗୁଠି ଉଠାଇବା ଅନୁଚିତ୍ ବୋଲି କହିଛନ୍ତି ରାଜନାଥ ।
ଆସନ୍ତା ମେ' ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପି ସାଂସଦ ବାଂଶୁରୀ ସ୍ବରାଜ, ହରିୟାଣା ସିଏମ ନାୟବ ସିଂହ ସୈନି, ଟିଏମସି ପୋଲ୍ ଖୋଲିବା ସହ ଏଥର ରାଜ୍ୟରେ ପରିବର୍ତ୍ତନ ନିଶ୍ଚିତ ବୋଲି ଦାବି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories