Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Free Bus for Women / ଦ୍ଵିତୀୟ କ୍ୟାବିନେଟ୍‌ରେ ଶୁଭେନ୍ଦୁଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଦ୍ଵିତୀୟ କ୍ୟାବିନେଟ୍‌ରେ ଶୁଭେନ୍ଦୁଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା
Annapurna Scheme for Women

Key Points

ମହିଳାଙ୍କୁ ମିଳିବ ମାସିକ ୩ ହଜାର ଟଙ୍କା । ବସ୍‌ରେ ଯାତ୍ରା ପାଇଁ ମହିଳାଙ୍କୁ ଦେବାକୁ ପଡ଼ିବ ନାହିଁ ଭଡ଼ା । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି ।
କୋଲକାତା: ମହିଳାଙ୍କ ପାଇଁ ବଡ଼ ନିଷ୍ପତ୍ତି । ମିଳିବ ମାସିକ ୩ ହଜାର ଟଙ୍କା । ବସ୍‌ରେ ଯାତ୍ରା ପାଇଁ ମହିଳାଙ୍କୁ ଦେବାକୁ ପଡ଼ିବ ନାହିଁ ଭଡ଼ା । ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ।

ରାଜ୍ୟ କ୍ୟାବିନେଟ୍‌ରେ ମହିଳାଙ୍କୁ ସହାୟତା ଦେବା ପାଇଁ ଉଦ୍ଦିଷ୍ଟ 'ଅନ୍ନପୂର୍ଣ୍ଣା' ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଫଳରେ ଜୁନ୍ ୧ରୁ ମହିଳାଙ୍କୁ ମାସିକ ୩ ହଜାର ଲେଖାଏଁ ସହାୟତା ମିଳିବ । ଏନେଇ ପଶ୍ଚିମବଙ୍ଗର ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ କରିଥିଲେ ଅପିଲ୍; ବିଜେପି ପକ୍ଷରୁ 'ମୋ ଭାରତ, ମୋର ଯୋଗଦାନ' ଆରମ୍ଭ 

ସପ୍ତମ ବେତନ କମିଶନକୁ ଅନୁମୋଦନ

କ୍ୟାବିନେଟ୍ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍‌ଙ୍କ ସୂଚନା ଅନୁସାରେ, ସରକାରୀ କର୍ମଚାରୀଙ୍କ ସହ ବିଭିନ୍ନ ନିଗମ ଓ ଶିକ୍ଷାନୁଷ୍ଠାନ ପାଇଁ ସପ୍ତମ ବେତନ କମିଶନ ଗଠନକୁ ମଞ୍ଜୁରୀ ମଳିଛି । ଏହାସହ ସରକାର ଧାର୍ମିକ ଆଧାରରେ ବର୍ଗୀକୃତ ସମୂହକୁ ଦେଉଥିବା ସହାୟତା ଜୁନ୍‌ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବୈଠକ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ରାଜ୍ୟରେ ପୋଲିସ ଉପରକୁ ଢେଲାମାଡ଼କୁ ବରଦାସ୍ତ କରାଯିବ ନାହିଁ । ବିଭାଗ ଓ ସରକାର ସବୁବେଳେ ପୋଲିସ କର୍ମଚାରୀଙ୍କ ସହ ଅଛନ୍ତି ।"

ସେ ଆହୁରି କହିଛନ୍ତି, କାଶ୍ମୀରରେ ଢେଲାମାଡ଼ ବନ୍ଦ ହୋଇଛି, ଏହି ମାମଲାରେ ପଶ୍ଚିମବଙ୍ଗ ପଛରେ ଥିଲା । ଏଣିକି ଏଭଳି ହେବନି । ପୋଲିସ ଡରି ରହିବା ଦରକାର ନାହି । ଯଦି କାର୍ଯ୍ୟରତ କୌଣସି ପୋଲିସ କର୍ମଚାରୀଙ୍କ ଉପରେ କିଏ ହାତ ଦିଏ, ଗୃହମନ୍ତ୍ରୀ ଭାବେ କଡ଼ା କାର୍ଯ୍ୟାନୁଷ୍ଠାନ ନେବି ।

ଏଥିସହ ପଢ଼ନ୍ତୁ: ପ୍ରଥମ କ୍ୟାବିନେଟ୍‌ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ୬ ବଡ଼ ନିଷ୍ପତ୍ତି; ୪୫ ଦିନରେ BSFକୁ ମିଳିବ ଜମି 

ପ୍ରଥମ କ୍ୟାବିନେଟ୍‌ରେ ୬ ପ୍ରସ୍ତାବରେ ମୋହର

ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ମେ ୧୧ରେ ପ୍ରଥମ କ୍ୟାବିନେଟ୍ ବୈଠକ ହୋଇଥିଲା । ଯେଉଁଥିରେ ୬ଟି ବଡ଼ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସହ ୪୫ ଦିନରେ BSFକୁ ୬୦୦ ଏକର ଜମି ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ୨୦୧୫ରୁ ରାଜ୍ୟରେ କୌଣସି ନିଯୁକ୍ତି ହୋଇ ନାହିଁ । ଶୁଭେନ୍ଦୁଙ୍କ ଦାବି ଅନୁସାରେ, ନୂଆ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ । ଏହା ନୂଆ ବଙ୍ଗଳାର ନିର୍ଦ୍ଧାରଣ କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Govt Announces Free Bus Travel & ₹3000 Aid for Women | Argus News | Argus News