Green FireWorks / “ଗ୍ରିନ୍ ପଟାଖା” କ’ଣ? ଯାହା ପାଇଁ ଅନୁମତି ନେବାକୁ ଅଦାଲତ ଯିବ ଦିଲ୍ଲୀ ସରକାର

Key Points
ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଦିଲ୍ଲୀରେ ଦୀପାବଳି ପରେ ଭାରି ମାତ୍ରାରେ ବାୟୁ ପ୍ରଦୂଷଣ ହୁଏ। ଯେଉଁଥିପାଇଁ ସରକାର ଚିନ୍ତିତ ଥାନ୍ତି।
ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଦିଲ୍ଲୀରେ ଦୀପାବଳି ପରେ ଭାରି ମାତ୍ରାରେ ବାୟୁ ପ୍ରଦୂଷଣ ହୁଏ। ଯେଉଁଥିପାଇଁ ସରକାର ଚିନ୍ତିତ ଥାନ୍ତି। ଏହି ସମସ୍ୟାକୁ ଦୂର କରିବାକୁ ଦିଲ୍ଲୀ ସରକାର ଏଥର ଏକ ପଦକ୍ଷେପ ନେବାକୁ ଚିନ୍ତା କରିଛନ୍ତି। ଯେଉଁଥିରେ ପରିବେଶ ଦୂଷିତ ହେବନାହିଁ। ସେଥିପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଉଦ୍ଦେଶ୍ୟ ହେଉଛି ଦିଲ୍ଲୀରେ ସବୁଜ ବାଣ ପ୍ରସ୍ତୁତ କରିବାପାଇଁ ଅନୁମତି ଦେବାକୁ। ୨୦୧୯ ମସିହାରେ ବାଣ ବିକ୍ରିକୁ ନିଷେଧ କରାଯାଇଥିଲା। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଲୋକଙ୍କ ଚାହିଦାକୁ ଦେଖି ଅଳ୍ପ ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦିଆଯିବ। କାରଣ ବିଶେଷଜ୍ଞ କହିଛନ୍ତି ପରିବେଶ ପାଇଁ ସବୁଜ ବାଣ ଉପଯୋଗୀ ଅଟେ। କିନ୍ତୁ ଏହାକୁ ବହୁତ ମାତ୍ରାରେ ବ୍ୟବହାର କଲେ ପରିବେଶ ପ୍ରଦୂଷଣ ହୋଇପାରେ।
ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଜୋତା ମାଡ଼: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିନ୍ଦା
ଦିଲ୍ଲୀ ସରକାର ଏବେ ଗ୍ରିନ୍ ପଟାଖା (Green Crackers) ବ୍ୟବହାର ପାଇଁ ଅଦାଲତର ଅନୁମତି ନେବାକୁ ଯାଉଛି। ଏହି ପଦକ୍ଷେପ ନେଇ ରାଜଧାନୀରେ ଆଉଥରେ ଦୀପାବଳି ସମୟରେ ପଟାଖା ବ୍ୟବହାର ନେଇ ଚର୍ଚ୍ଚା ଜୋର ଧରିଛି।
ଦିଲ୍ଲୀରେ ଗତ କିଛି ବର୍ଷ ଧରି ବାଣ ପୋଡ଼ିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି, କାରଣ ଦୀପାବଳି ସମୟରେ ବାୟୁ ପ୍ରଦୂଷଣ ଭୟଙ୍କର ଭାବରେ ବଢ଼ିଯାଏ। କିନ୍ତୁ ଏଥର, ସରକାର ଗ୍ରିନ୍ ପଟାଖାକୁ ନେଇ ଅଦାଲତର ଅନୁମତି ଚାହିଁବାକୁ ଥିବା ସୂଚନା ମିଳିଛି।
ତେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଗ୍ରିନ୍ ପଟାଖା କ’ଣ?
ଗ୍ରିନ୍ ପଟାଖା ହେଉଛି ଏମିତି ଏକ ବାଣ ଯେଉଁଥିରେ କ୍ଷତିକାରକ କେମିକାଲ ଯଥା ବେରିଅମ୍, ନାଇଟ୍ରେଟ ଓ ପୋଟାସିୟମ୍ କ୍ଲୋରେଟ ନାହିଁ। ଏହାଗୁଡ଼ିକ CSIR–NEERI (Council of Scientific and Industrial Research – National Environmental Engineering Research Institute) ଦ୍ୱାରା ବିକଶିତ ହୋଇଛି। ସାଧାରଣ ବାଣ ତୁଳନାରେ ଏମାନଙ୍କରେ ୩୦ ରୁ ୪୦ ପ୍ରତିଶତ କମ୍ ବାୟୁ ପ୍ରଦୂଷଣ ହୁଏ।
📱 Get Argus News App
✨also read this : ରାତି ହେଲେ ମୋ ସ୍ତ୍ରୀ ନାଗୁଣୀ ହୋଇ ମୋତେ ଦଂଶୁଛି
ସବୁଜ ବାଣର ବିଶେଷତା
ଏହି ବାଣରେ ଶବ୍ଦ ଓ ଧୂଆଁ ଉଭୟ କମ୍ ହୁଏ। ଏଥିରେ Reduced Emission Fireworks (REF) ଟେକ୍ନୋଲୋଜି ବ୍ୟବହୃତ ହୁଏ, ଯାହାଦ୍ବାରା ଗ୍ୟାସ ଏବଂ କଣିକା ଉତ୍ପନ୍ନ ୩୦% ପର୍ଯ୍ୟନ୍ତ କମିଯାଏ। ତେବେ ସବୁଜ ବାଣ ଚିହ୍ନିବା ପାଇଁ ଏଥିରେ ଏକ QR କୋଡ୍ ଦିଆଯାଇଥାଏ। ଯାହାକୁ ସ୍କାନ କରିଲେ ତାହା ଅସଲି କି ନକଲି ଜଣାପଡ଼େ।
କେଉଁଠି ମିଳେ?
ସବୁଜ ବାଣ ଗୁଡ଼ିକ ମୁଖ୍ୟତଃ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ପାଖରେ ମିଳେ। ଏହି ପଟାଖାଗୁଡ଼ିକ ମେଡ୍ ଇନ୍ ଇଣ୍ଡିଆ ଏବଂ NEERI ର ଅନୁମୋଦିତ ସୂତ୍ରରୁ ଉତ୍ପାଦିତ।
ସରକାରଙ୍କ ମନୋଭାବ
ଦିଲ୍ଲୀ ସରକାରଙ୍କ କହିବା ଅନୁଯାୟୀ ଯେ ସବୁଜ ବାଣ ବ୍ୟବହାର କଲେ ଲୋକମାନେ ଦୀପାବଳିର ଖୁସି ପାଳନ କରିବାସହ ପରିବେଶକୁ ମଧ୍ୟ ରକ୍ଷା କରିପାରିବେ। କିନ୍ତୁ ଏହା ପାଇଁ ଅଦାଲତର ଅନୁମତି ଆବଶ୍ୟକ। ଏବେ ଦେଖିବାକୁ ପଡ଼ିବ ଯେ ଅଦାଲତ ଏହା ପାଇଁ କ’ଣ ନିଷ୍ପତ୍ତି ନେଉଛନ୍ତି।
-ପ୍ରଦୂଷଣ: ସବୁଜ ବାଣରେ ୩୦%ରୁ କମ ଧୂଳିକଣା ରହିଥାଏ। କିନ୍ତୁ ସାଧାରଣ ବାଣ ବାୟୁରେ ୨ରୁ ୩ ଦିନ ପର୍ଯ୍ୟନ୍ତ ବିଷାକ୍ତ ହୋଇଥାଏ
-ସବୁଜ ବାଣରେ ୧୧୦ରୁ ୧୨୫ ଡେସିବଲ, ସାମାନ୍ୟରେ ୧୬୦ ଡେସିବିଲ ମାନେ ଗ୍ରୀନ ବାଣ ଫୁଟିଲେ ବହୁ ମାତ୍ରାରେ ଶବ୍ଦ କରି ନ ଥାଏ।
-ସବୁଜ ବାଣ ୩୦ ସେକେଣ୍ଡରୁ ଅଧିକ ସମୟ ଜଳି ନ ଥାଏ। ସେଥିପାଇଁ କମ ବିଷାକ୍ତ ହୋଇଥାଏ।
-ଗ୍ରୀନ ବାଣ ସାଧାରଣ ବାଣ ଠାରୁ ମହଙ୍ଗା ହୋଇଥାଏ। କିନ୍ତୁ ଏହା ଇକୋ ଫ୍ରେଣ୍ଡଲି ହୋଇଥାଏ।
Related Topics
Explore more stories