|
logo
Live

Argus News - ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି

National

ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି

ଅର୍ଗସ ବ୍ୟୁରୋ : ଦିୱାଲୀ ପୂର୍ବରୁ ସରକାର ଦେଲେ ପୂଜା ଭେଟି । କମିଲା ପେଟ୍ରୋଲ ଓ ଡିଜେଲ ଦର । ଆଉ ତେଲ ଦର କମିବା ପରେ ଏବେ ଖାଉଟିଙ୍କ ମଧ୍ୟରେ ଦେଖାଯାଇଛି ଖୁସି । ତେବେ ଓଡିଶାରେ ନୁହେଁ ବରଂ ୟୁପି ସରକାର ତୈଳ ଦର କମାଇଥିବା ନେଇ ଜଣାପଡିଛି ।


ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ୟୁପିର ଗାଜିଆବାଦରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ଏବଂ ଡିଜେଲରବି ରେଟ୍‌ କମିବା ପରେ ୮୯.୬୨ଟଙ୍କାରେ ବିକ୍ରି ହେଉଛି । ସେହିପରି ଲକ୍ଷ୍ମୌରେ ପେଟ୍ରୋଲ ୩୨ ପଇସା ହ୍ରାସ ପାଇ ଲିଟର ପିଛା ୯୬.୪୨ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୩୧ ପଇସା ହ୍ରାସ ପାଇ ଲିଟର ପିଛା ୮୯.୬୨ଟଙ୍କାରେ ବିକ୍ରି ହେଉଛି । 
ଆମେ ସମସ୍ତେ ଜାଣନ୍ତି ବିଶ୍ଵ ବଜାରରେ ଅଶୋଧିତ ତୈଳ ପ୍ରତିଦିନ ପରିବର୍ତ୍ତନ ହୁଏ । ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୫.୨୭ଡଲାରକୁ ଖସି ଆସିଛି । WTI ର ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୮୧.୦୪ଡଲାରରେ ଚାଲିଛି |


ତେବେ ଆସନ୍ତୁ ଜାଣିବା ସମସ୍ତ ଚାରୋଟି ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି।
ଦିଲ୍ଲୀରେ ପେଟ୍ରୋଲ ୯୬.୬୫ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୮୨ଟଙ୍କା
ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ଟଙ୍କା |
ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୪.୨୪ଟଙ୍କା |
କୋଲକାତାରେ ପେଟ୍ରୋଲ ୧୦୬.୦୩ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ଟଙ୍କା |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି | Argus News