Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁରୁଷଙ୍କର କେଉଁ ଗୁଣ ପ୍ରତି ମହିଳା ମାନେ ଆକର୍ଷିତ ହୁଅନ୍ତି ?

Arpita Mohanty
Browse all articles by Arpita Mohanty
·2 years ago·2 min read
ପୁରୁଷଙ୍କର କେଉଁ ଗୁଣ ପ୍ରତି ମହିଳା ମାନେ ଆକର୍ଷିତ ହୁଅନ୍ତି ?

ଅର୍ଗସ ବ୍ୟୁରୋ : ପୁରୁଷଙ୍କର କେଉଁ ଗୁଣ ପ୍ରତି ମହିଳା ମାନେ ଆକର୍ଷିତ ହୁଅନ୍ତି ? ଚେହେରା ,ବ୍ୟକ୍ତିତ୍ୱ ନା ପଇସା ? କ'ଣ ଲାଗୁଛି ଆପଣଙ୍କୁ ?

ଅଧିକାଂଶ ଯୁବକଙ୍କର ବିଚାରଧାରା ଥାଏ ଯେ ଝିଅମାନେ କେବଳ ପୁଅଙ୍କର ପଇସା ଦେଖିକି ସେମାନଙ୍କ ଆଡକୁ ଆକର୍ଷିତ ହୁଅନ୍ତି । ହେଲେ ସେମିତି କିଛି ନାହିଁ ବୋଲି ଏକ ରିପୋର୍ଟରୁ ତଥ୍ୟ ମିଳିଛି । ହେଲେ ପ୍ରକୃତରେ ପୁରୁଷଙ୍କ କେଉଁ ଗୁଣ ଯୁବତୀଙ୍କୁ ଆକର୍ଷିତ କରିଥାଏ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।ରିପୋର୍ଟରୁ ଜଣାପଡିଛି ଯେ ମହିଳାମାନଙ୍କୁ ସେହି ଭଳି ପୁରୁଷ ପସନ୍ଦ ନୁହେଁ ଯେଉଁ ମାନେ ତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ଯେଉଁ ପୁରୁଷ ମାନେ ମହିଳାଙ୍କୁ ନିଜ ହିସାବରେ ରହିବାକୁ, କହିବାକୁ ଏମିତି କି ନିଜ ବ୍ୟକ୍ତିତ୍ୱ ବଦଳାଇବାକୁ କୁହନ୍ତି ସେ ଭଳି ପୁରୁଷଙ୍କୁ ମହିଳା କଦାପି ପସନ୍ଦ କରନ୍ତି ନାହିଁ ବରଂ ଯେଉଁ ପୁରୁଷମାନେ ସେମାନଙ୍କୁ ବୁଝନ୍ତି, ଶୁଣନ୍ତି ଏବଂ ତାଙ୍କର ଛୋଟ ରୁ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତି ,ସେମାନଙ୍କୁ ମହିଳା ବେଶୀ ପସନ୍ଦ କରନ୍ତି ଏବଂ ତାଙ୍କ ଆଡକୁ ବେଶୀ ଆକର୍ଷିତ ହୁଅନ୍ତି। 

ସେ ସମୟ ଆଉ ନାହିଁ ଯେଉଁଠି ପୁରୁଷମାନଙ୍କ ଦାମୀ ପୋଷାକ ଗାଡି ଏବଂ ଘର ଦେଖି ଝିଅ ଆକର୍ଷିତ ହୁଅନ୍ତି ବରଂ ଆପଣ ଏକ ସାଇକେଲରେ ବି ଥାଆନ୍ତୁ କି ଏକ ସାଧାରଣ ପୋଷାକ ପିନ୍ଧିଥାନ୍ତୁ ନା କାହିଁକି ଝିଅ ମାନେ ଚେହେରାରୁ ହିଁ ବ୍ୟକ୍ତିତ୍ୱ ଜାଣିପାରନ୍ତି ଏବଂ ବ୍ୟବହାର କରିବାର ଶୈଳୀ ବାସ୍ ଏତିକି ଝିଅଙ୍କ ମନ ମୋହିଦେବ । ବର୍ତମାନ ସମୟରେ ବୟସ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ଆର୍ଥିକ ରୂପରେ ସ୍ୱାଧୀନ ଥାଆନ୍ତି ସେମାନେ ପ୍ରାୟତଃ ନିଜଠୁ ବୟସ୍କ ,ଜୀବନ ପ୍ରତି ଅଭିଜ୍ଞ ଥିବା ଏବଂ ବୁଝିବା ଶକ୍ତି ଥିବା ପୁରୁଷଙ୍କୁ ପସନ୍ଦ କରନ୍ତି। ଆଜିକାଲି ଦାଢ଼ି ରଖିବା ପୁରୁଷଙ୍କଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଟ୍ରେଣ୍ଡ ଚାଲିଛି ଆଉ ମହିଳାମାନଙ୍କୁ ବି ସେହି ପୁରୁଷ ପସନ୍ଦ ଯେଉଁ ପୁରୁଷ ମାନେ ଦାଢ଼ି ରଖିଥାନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଧାରଣତଃ ମହିଳାମାନେ ସର୍ବଦା ଏହିପରି ପୁରୁଷମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ଭଦ୍ର ଏବଂ ଦୟାଳୁ ଥାନ୍ତି, ତାଙ୍କୁ ହସାଇ ପାରନ୍ତି, ସେମାନଙ୍କର ଛୁଆ ଭଳି ଯତ୍ନ ନିଅନ୍ତି ଏବଂ ଏହାକୁ ପ୍ରଦର୍ଶନ କରିବାକୁ ଡ଼ରନ୍ତିନି ବି। ପୁରୁଷମାନଙ୍କର ଏହି ସବୁ ପ୍ରକୃତି ନାରୀମାନଙ୍କ ହୃଦୟକୁ ଛୁଇଁଥାଏ ଏବଂ ସେମାନେ ମହିଳାଙ୍କ ପାଇଁ ବହୁତ ଖାସ ହୋଇଯାନ୍ତି । ତେବେ ଦର୍ଶକବନ୍ଧୁ, ଏହି ରିପୋର୍ଟ ଜାତୀୟ ଗଣମାଧ୍ୟରୁ ଉଲ୍ଲେଖ କରାଯାଇଛି । ଏନେଇ ଅର୍ଗସ କାହାର ସମାଲୋଚନା କରୁନାହିଁ ।

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର 

Sponsored
qualities | Argus News