ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ ଥିଲେ କଣ କରିବେ : ନିର୍ବାଚନ କମିଶନର

ଅର୍ଗସ ବ୍ୟୁରୋ : ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ ଓ ଘୋଷଣା ହେଲା ତାରିଖ । ଏଥିପାଇଁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ ସାମ୍ବାଦିକ ସମ୍ମିଳନୀ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି ଏବଂ ସମଗ୍ର ବିଶ୍ୱର ନଜର ଭାରତର ନିର୍ବାଚନ ଉପରେ ରହିଛି ।
ଅଧିକ ପଢନ୍ତୁ : ସାଧାରଣ ନିର୍ବାଚନ ତାରିଖ ଘୋଷଣା
ଏହି ଅବସରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ କହିଛନ୍ତି, ଅବାଧ ନିର୍ବାଚନ ପାଇଁ ଅଧିକରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯିବ । ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ କରାଯିବ । ଯେଉଁଠୁ ସମସ୍ତ ଅଭିଯୋଗକୁ ଅପରେଟ୍ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନରେ ହିଂସା ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ଡ୍ରୋନ୍ ଜରିଆରେ ଅନ୍ତର୍ଜାତୀୟ ବର୍ଡରରେ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।
📱 Get Argus News App
✨ଅଧିକ ପଢନ୍ତୁ : ଘରେ ଥାଇ ଭୋଟ ଦେବେ ୮୫ ବର୍ଷରୁ ଅଧିକ ବୟସ୍କ ମତଦାତା
ଆହୁରି ମଧ୍ୟ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ସମୟରେ କୋହୁଠି କିଛି ଅସୁବିଧା ହେଲେ ଆପଣ ମାନେ ଏହି ନମ୍ବରେ ଅଭିଯୋଗ କରିପାରିବେ ନଂ ଟି ହେଲା ୧୯୫୦ । ଯଦି ଆପଣଙ୍କ ନାମରେ ଅପରାଧିକ ମାମଲା ଥାଏ, ତେବେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ । ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ । ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ । କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ ମଧ୍ୟ ତାହାର କାରଣ ଦର୍ଶାଇବେ ।