APK File Scam / APK ଫାଇଲ୍ ପଠାଇ ୨୨ ହଜାର ମୋବାଇଲ୍ ହ୍ୟାକ୍ ! ଧରାପଡ଼ିଲେ ୨୨ ସାଇବର ଠକ
·1 hour ago·3 min read

Key Points
ହ୍ୱାଟ୍ସଆପ୍ରେ ଆସୁଥିଲା APK
ଖାଲି ହେଉଥିଲା ବ୍ୟାଙ୍କ ଆକାଉଣ୍ଟ
ଏବେ ୨୨ ଠକଙ୍କୁ ବାନ୍ଧିଲା ପୋଲିସ୍
ଖାଲି ହେଉଥିଲା ବ୍ୟାଙ୍କ ଆକାଉଣ୍ଟ
ଏବେ ୨୨ ଠକଙ୍କୁ ବାନ୍ଧିଲା ପୋଲିସ୍
ହ୍ୱାଟ୍ସଆପ୍ରେ APK ଫାଇଲ୍ ପଠାଇ ଲୋକଙ୍କ ମୋବାଇଲ୍ ହ୍ୟାକ୍ କରୁଥିବା ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ଦିଲ୍ଲୀ ପୋଲିସ୍ । ଏହି ଗ୍ୟାଙ୍ଗ୍ର ମୁଖ୍ୟ ଆଡ୍ଡା ଝାଡ଼ଖଣ୍ଡର ଜାମତାରାରେ ଥିବା ଜଣାପଡ଼ିଛି । ଦେଶର ୪ଟି ରାଜ୍ୟର ୮ଟି ଜିଲ୍ଲାରେ ୧୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ପୋଲିସ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗ୍ ପଠାଇଥିବା APK ଫାଇଲ୍ ପ୍ରାୟ ୨୨ ହଜାର ମୋବାଇଲ୍ରେ ଇନଷ୍ଟଲ୍ ହୋଇଥିଲା । ଏଥିସହ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ (NCRP)ରେ ଦାଖଲ ହୋଇଥିବା ୨,୦୮୦ଟି ଅଭିଯୋଗର ଏହି ଗ୍ୟାଙ୍ଗ୍ ସହ ସମ୍ପର୍କ ଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କଠାରୁ ୬୮ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
କେମିତି ଧରାପଡ଼ିଲା ସାଇବର ଠକ ଗ୍ୟାଙ୍ଗ୍ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ ପୋଲିସର ପଶ୍ଚିମ ଜିଲ୍ଲା ସାଇବର ଟିମ୍କୁ ଲଗାତାର ସାଇବର ଠକେଇ ସମ୍ପର୍କିତ ଅନେକ ଅଭିଯୋଗ ମିଳୁଥିଲା । ଏହି ଅଭିଯୋଗଗୁଡ଼ିକର ତଦନ୍ତ କରିବା ସମୟରେ ହଜାରରୁ ଅଧିକ ମାମଲାରେ ଠକେଇର ପଦ୍ଧତି ସମାନ ଥିବା ପୋଲିସ ଜାଣିବାକୁ ପାଇଥିଲା ।
ଠକମାନେ ହ୍ୱାଟ୍ସଆପ୍ ଜରିଆରେ ଲୋକଙ୍କୁ APK ଫାଇଲ୍ ପଠାଉଥିଲେ । ଏହାପରେ ପୋଲିସ ବିଭିନ୍ନ ଅଭିଯୋଗକୁ ଯୋଡ଼ି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ଠିକଣା ଚିହ୍ନଟ ହେବା ପରେ ୬୨ ଜଣିଆ ଦିଲ୍ଲୀ ପୋଲିସ ଟିମ୍ ଝାଡ଼ଖଣ୍ଡରେ ପହଞ୍ଚିଥିଲା ।
ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ୧୭ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ କରାଯାଇଥିଲା । ଏହି ଅପରେସନ୍ରେ ୨୨ ଜଣ ଅଭିଯୁକ୍ତ ଧରାପଡ଼ିଥିଲେ । ଜାମତାରା ବ୍ୟତୀତ ଦେଓଘର, ଗିରିଡିହ, ନୱାଦା, ଜମୁଇ ଏବଂ ଉତ୍ତରପ୍ରଦେଶର ଗୋରଖପୁର ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଚଢ଼ାଉ ହୋଇଥିଲା । କିଛି ଅଭିଯୁକ୍ତ ପୋଲିସକୁ ଚକମା ଦେବା ପାଇଁ ଲୁଚି ପଳାଇବାକୁ ଉଦ୍ୟମ କରିଥିବାବେଳେ ଗୋଟିଏ ସ୍ଥାନରେ ପୋଲିସ ଟିମ୍କୁ ବିରୋଧ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା ।
କ'ଣ ଏହି APK ଫାଇଲ୍? କେମିତି କରୁଥିଲେ ଠକେଇ ?
APK ହେଉଛି ଆଣ୍ଡ୍ରଏଡ୍ ମୋବାଇଲ୍ରେ ଆପ୍ ଇନଷ୍ଟଲ୍ କରିବା ପାଇଁ ବ୍ୟବହୃତ ଏକ ଫାଇଲ୍ । ସାଇବର ଠକମାନେ ଏହି ଫାଇଲ୍କୁ ଅସ୍ତ୍ର କରି ଲୋକଙ୍କ ମୋବାଇଲ ହ୍ୟାକ୍ କରୁଥିଲେ । ସେମାନେ ହ୍ୱାଟ୍ସଆପ୍ରେ APK ଫାଇଲ୍ ପଠାଉଥିଲେ। ଜଣେ ବ୍ୟକ୍ତି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା ପରେ ଆପ୍ଟି ଗ୍ୟାଲେରୀ, କଲ୍ ଏବଂ ମେସେଜ୍ ଭଳି ବ୍ୟକ୍ତିଗତ ତଥ୍ୟର ଆକ୍ସେସ୍ ଅନୁମତି ମାଗୁଥିଲା । ଯଦି ବ୍ୟବହାରକାରୀ ଏହି ଅନୁମତି ଦେଉଥିଲେ, ତେବେ ଠକମାନେ ମୋବାଇଲ୍ରେ ଥିବା ବ୍ୟକ୍ତିଗତ ତଥ୍ୟ ହାସଲ କରିବାର ସୁଯୋଗ ପାଉଥିଲେ । ଏହି ତଥ୍ୟକୁ ବ୍ୟବହାର କରି ସେମାନେ ସାଇବର ଠକେଇ କରୁଥିଲେ ।
ତିନୋଟି ସ୍ତରରେ କାମ କରୁଥିଲା ଗ୍ୟାଙ୍ଗ୍
ପୋଲିସର ତଦନ୍ତରୁ ଏହି ସାଇବର ଠକ ନେଟୱର୍କ ତିନୋଟି ସ୍ତରରେ କାମ କରୁଥିବା ଜଣାପଡ଼ିଛି ।
- ପ୍ରଥମ ସ୍ତରରେ APK ଫାଇଲ୍ ପ୍ରସ୍ତୁତ କରୁଥିବା ଡେଭଲପର୍ମାନେ ରହୁଥିଲେ
- ଦ୍ୱିତୀୟ ସ୍ତରରେ ଏହି ଫାଇଲ୍ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଉଥିବା ସଦସ୍ୟମାନେ କାମ କରୁଥିଲେ
- ତୃତୀୟ ସ୍ତରରେ ମୋବାଇଲ୍ରୁ ମିଳିଥିବା ତଥ୍ୟକୁ ବ୍ୟବହାର କରି ଟଙ୍କା ଠକେଇ କରୁଥିବା ସଦସ୍ୟମାନେ ରହୁଥିଲେ
ଏହି ମାମଲାରେ APK ଫାଇଲ୍ ପ୍ରସ୍ତୁତ କରୁଥିବା ତିନି ଜଣ ଡେଭଲପର୍ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
୨୦ କୋଟି ଟଙ୍କାର ବ୍ୟାଙ୍କ ଜମା ଫ୍ରିଜ୍
ଏହି ଗ୍ୟାଙ୍ଗ୍ର ତଦନ୍ତ ସମୟରେ ପୋଲିସ ପ୍ରାୟ ୨୨ ହଜାର ମୋବାଇଲ୍ରେ APK ଫାଇଲ୍ ଇନଷ୍ଟଲ୍ ହୋଇଥିବା ଜାଣିବାକୁ ପାଇଛି । NCRPରେ ଦାଖଲ ୨,୦୮୦ଟି ଅଭିଯୋଗର ମଧ୍ୟ ଏହି ନେଟୱର୍କ ସହ ସମ୍ପର୍କ ରହିଛି ।
ଏହାବ୍ୟତୀତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ପ୍ରାୟ ୨୦ କୋଟି ଟଙ୍କାକୁ ପୋଲିସ ଫ୍ରିଜ୍ କରିଛି । ବର୍ତ୍ତମାନ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ଏହି ନେଟୱର୍କରେ ଆଉ କେତେ ଜଣ ସାମିଲ ଅଛନ୍ତି ଏବଂ କେତେ ଲୋକ ଆର୍ଥିକ କ୍ଷତିର ଶିକାର ହୋଇଛନ୍ତି, ସେନେଇ ତଦନ୍ତ କରୁଛି ପୋଲିସ ।

Related Topics
Explore more stories