Videos
|
National

WhatsApp message charges 1 oct 2026 / ଅକ୍ଟୋବର ପହିଲାରୁ ହ୍ୱାଟ୍ସଆପ୍ ମେସେଜ୍ ପାଇଁ ଲାଗୁ ହେବ ଶୁଳ୍କ! କିଏ ଦେବେ ଦେୟ? କିପରି ହେବ ଆଦାୟ? ଦେଖନ୍ତୁ ଦର ତାଲିକା

Subhramjit Ray
Browse all articles by Subhramjit Ray
·50 mins ago·3 min read
ଅକ୍ଟୋବର ପହିଲାରୁ ହ୍ୱାଟ୍ସଆପ୍ ମେସେଜ୍ ପାଇଁ ଲାଗୁ ହେବ ଶୁଳ୍କ! କିଏ ଦେବେ ଦେୟ? କିପରି ହେବ ଆଦାୟ? ଦେଖନ୍ତୁ ଦର ତାଲିକା
WhatsApp message charges

Key Points

ମେଟା ହ୍ୱାଟ୍ସଆପ୍ ମେସେଜ୍ ପାଇଁ ଏହାର ମୂଲ୍ୟ ନୀତିରେ ପରିବର୍ତ୍ତନ କରିଛି। ଯାହା ୧ ଅକ୍ଟୋବର, ୨୦୨୬ ଠାରୁ କାର୍ଯ୍ୟକାରୀ ହେବ। ଏହା ଅଧିନରେ, ଭାରତରେ ବ୍ୟବସାୟିକ ଆକାଉଣ୍ଟ ପାଇଁ ମେସେଜ ବିଭିନ୍ନ ବର୍ଗରେ ବିଭକ୍ତ କରି ଏହାର ଶୁଳ୍କ ନିର୍ଦ୍ଧାରଣ କରାଯାଇଛି।
ହ୍ୱାଟ୍ସଆପ୍ ମେସେଜିଂ ସେବାକୁ ନେଇ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି ଏକ ଖବର। ପ୍ରସାରିତ ହେଉଥିବା ଖବର ଅନୁଯାୟୀ ଯେ ହ୍ୱାଟ୍ସଆପ୍ ମେସେଜ୍ ପାଇଁ ଶୁଳ୍କ ଆଦାୟ କରାଯିବ। ଏହି ଖବର ସାମ୍ନାକୁ ଆସିବା ପରେ ଏହା ଦେଶରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ହେଲେ ତଥାପି ସାଧାରଣ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହି ସେବା ସାଧାରଣ ହ୍ୱାଟ୍ସଆପ୍ ବ୍ୟବହାରକାରୀ ଅର୍ଥାତ୍ ସାଧାରଣ ଆକାଉଣ୍ଟ ବ୍ୟବହାରକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ।

ମେଟା ବ୍ୟବସାୟିକ ଆକାଉଣ୍ଟ ବ୍ୟବହାରକାରୀଙ୍କ ପାଇଁ ହ୍ୱାଟ୍ସଆପ୍ ନୂତନ ମୂଲ୍ୟ ନୀତି ଘୋଷଣା କରିଛି। ଯାହା ୨୦୨୬ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ମେଟା ଭାରତରେ ହ୍ୱାଟ୍ସଆପ୍ ବ୍ୟବସାୟ ପ୍ଲାଟଫର୍ମ (WhatsApp Business Platform/API) ବ୍ୟବହାର କରୁଥିବା କମ୍ପାନୀ/ସଂସ୍ଥା ପାଇଁ ଏହାର ମୂଲ୍ୟ ନୀତି ସଂଶୋଧନ କରିଛି। ଯାହା ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଲାଗୁ ହେବ। ଏହି ନୀତି ଅନୁଯାୟୀ, କମ୍ପାନୀ ଠାରୁ ଏବେ ଅର୍ଡର ନିଶ୍ଚିତକରଣ (Order Confirmation) ଏବଂ ବିତରଣ ଅପଡେଟ୍ (Delivery Updates) ଭଳି ଉପଯୋଗୀ ବାର୍ତ୍ତା ପଠାଇବା ପାଇଁ ଶୁଳ୍କ ଆଦାୟ କରାଯିବ। ଏହାର ଅର୍ଥ ହେଉଛି ପୂର୍ବରୁ କିଛି ମାଗଣା ମେସେଜିଂ ସେବା ବନ୍ଦ କରାଯାଇଛି।

Free Window ନିୟମ ପରିବର୍ତ୍ତନ ହୋଇଛି
ନୂତନ ଚାର୍ଜ କେବଳ ସେହି କମ୍ପାନୀ, ବ୍ରାଣ୍ଡ ଏବଂ ଉଦ୍ୟୋଗ ପାଇଁ ଲାଗୁ ହେବ ଯେଉଁମାନେ ଅର୍ଡର ଅପଡେଟ୍ (Order Update), ବିତରଣ ସ୍ଥିତି (Delivey Status), OTP କିମ୍ବା ମାର୍କେଟିଂ ସହିତ ଜଡି଼ତ ସେମାନଙ୍କ ଗ୍ରାହକଙ୍କ ପାଖକୁ ବାର୍ତ୍ତା ପଠାଇଥାନ୍ତି। ପୂର୍ବରୁ ଗ୍ରାହକଙ୍କ ମେସେଜର ୨୪ ଘଣ୍ଟା ମଧ୍ୟରେ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା "Service Reply" ମାଗଣା ଥିଲା। ହେଲେ ଏବେ ଏହା ପାଇଁ ମଧ୍ୟ ଶୁଳ୍କ (Charge) ଆଦାୟ କରାଯିବ।

ଏହା ସହ ପଡନ୍ତୁ: ଅନଲାଇନ୍ ସପିଂ ବେଳେ ଚାଲିବ ନାହିଁ ଠକେଇ ରିହାତି; ସରକାର ଆଣୁଛନ୍ତି ନୂତନ ନିୟମ

ଭାରତ ପାଇଁ ନୂତନ ଦର ତାଲିକା
ନୂତନ ମେଟା (Meta) ନିୟମ ଅନୁଯାୟୀ, ଭାରତରେ ବ୍ୟବସାୟିକ ଆକାଉଣ୍ଟ ପାଇଁ ବର୍ତ୍ତା (Message) ବିଭିନ୍ନ ବର୍ଗ ଅନୁଯାୟୀ ବର୍ଗୀକୃତ କରାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Marketing Message Charges: କମ୍ପାନୀ ଦ୍ୱାରା ପଠାଯାଇଥିବା ବିଜ୍ଞାପନ (Company Ad), ଅଫର୍ କିମ୍ବା ପ୍ରମୋସନ୍ ଧାରଣ କରୁଥିବା ମେସେଜ୍ (Offer/Promotion Message) ପାଇଁ ପ୍ରତି ମେସେଜ୍ ପାଇଁ ୦.୮୬୩୧ ଟଙ୍କା ଆଦାୟ କରାଯିବ।

Authentication message charge: ବ୍ୟାଙ୍କ ଆଲର୍ଟ (Bank Alert), ଅର୍ଡର ନିଶ୍ଚିତକରଣ (Order Confirmation), କିମ୍ବା ଲଗଇନ୍ ଓଟିପି (Log In OTP) ଭଳି ଗୁରୁତ୍ୱପୂର୍ଣ୍ଣ ମେସେଜ୍ ପାଇଁ ପ୍ରତି ମେସେଜ୍ ପାଇଁ ୦.୧୧୫ ଟଙ୍କା ଆଦାୟ କରାଯିବ।

Service Message Charge:
ଗ୍ରାହକ ସେବା କାର୍ଯ୍ୟନିର୍ବାହୀ କିମ୍ବା AI ବଟ୍ ଦ୍ୱାରା ପଠାଯାଇଥିବା ଉତ୍ତର ପାଇଁ ପ୍ରତି ମେସେଜ୍ ପାଇଁ ୦.୧୧୫ ଆଦାୟ କରାଯିବ।

ମେଟା ଏହି ହାର ଉପରେ GST କର ମଧ୍ୟ ଆଦାୟ କରିବ। ଚାର୍ଜ ଏବଂ GST ଯୋଡ଼ିବା ପରେ, ପ୍ରତି ମେସେଜ୍ ପାଇଁ ଖର୍ଚ୍ଚ ପ୍ରାୟ ୧୪ ପଇସା ହୁଏ।

ମେଟା କ’ଣ ଆଶ୍ୱସ୍ତି ପ୍ରଦାନ କରିଛି?
ମେଟା ହ୍ୱାଟ୍ସଆପ୍ ବ୍ୟବସାୟ ଆକାଉଣ୍ଟ ବ୍ୟବହାରକାରୀ ଏବଂ କମ୍ପାନୀ ଲାଗି ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିଛି। ଏହା ଅଧିନରେ, ପ୍ରତ୍ୟେକ ବ୍ୟବସାୟିକ ଫୋନ୍ ନମ୍ବର ରେ ପ୍ରତି ମାସରେ ପ୍ରଥମ ୧୦୦୦ ସେବା ବାର୍ତ୍ତା ସମ୍ପୂର୍ଣ୍ଣ ମାଗଣା ହେବ। ଏହା ବ୍ୟତୀତ, ଯଦି ଜଣେ ଗ୍ରାହକ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଦେଖାଯାଉଥିବା 'କ୍ଲିକ୍ ଟୁ ହ୍ୱାଟ୍ସଆପ୍' ବିଜ୍ଞାପନ ମାଧ୍ୟମରେ କୌଣସି କମ୍ପାନୀ ସହିତ ଚାଟ୍ ଆରମ୍ଭ କରନ୍ତି, ତାହେଲେ ସେହି ବାର୍ତ୍ତାଳାପ ୭୨ ଘଣ୍ଟାର ମାଗଣା Wndow ପାଇଁ ମାଗଣା ରହିବ। ମେଟା ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଗ୍ରାହକଙ୍କ ଇନବକ୍ସ (Inbox) ରେ ଅନାବଶ୍ୟକ ସ୍ପାମ୍ ଏବଂ ପ୍ରଚାରମୂଳକ ବାର୍ତ୍ତାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି।