WhatsApp Scam / ଭୁଲ୍ରେ ବି WhatsAppରେ ଲେଖନ୍ତୁନି 'NO'; ପୋଲିସ ଦେଲା ଚେତାବନୀ

Key Points
ହାଇଦ୍ରାବାଦ ପୋଲିସ ଏମିତି ଏକ ନୂଆ ସାଇବର ସ୍କାମ୍ ନେଇ ଲୋକଙ୍କୁ ଆଲର୍ଟ କରିଛି । ଯେଉଁଥିରେ ଠକ ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଥିବା ନେଇ ପ୍ରଥମେ ମିଛ ମେସେଜ ପଠାଉଛନ୍ତି । ଟଙ୍କା କଟିଥିବା ମେସେଜ ପଠାଇବା ପରେ 'NO' ଲେଖିବାକୁ କହୁଛନ୍ତି । ଆସନ୍ତୁ ଜାଣିବା ଏଭଳି ସ୍କାମ୍ରୁ କିଭଳି ବର୍ତ୍ତିବେ...
ଏଥିସହ ପଢ଼ନ୍ତୁ: ଝଟ୍କାରେ ନେଇଗଲେ ୨ ବ୍ୟାଗ୍ ଭର୍ତ୍ତି ୫.୫ କେଜି ସୁନା; ନୂଆ ଜୁଏଲାରୀ ଖୋଲିବା ବାହାନାରେ ଲୁଟ୍
କେମିତି ହେଉଛି WhatsApp ସ୍କାମ୍ ?
ହାଇଦ୍ରାବାଦ ପୋଲିସ କମିଶନର ବିସି ସଜ୍ଜାନଗର ଏଭଳି ସାଇବର ଠକାମୀ ନେଇ ଲୋକଙ୍କୁ ସଚେତନ କରିଛନ୍ତି । କହିଛନ୍ତି, ସାଇବର ଠକ ପ୍ରଥମେ ଅଜଣା ନମ୍ବରରୁ WhatsAppରେ ମେସେଜ ପଠାନ୍ତି । ଯେଉଁଥିରେ ଦାବି କରନ୍ତି ଯେ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଦେଣନେଣ ହୋଇଛି ଏବଂ ଟଙ୍କା କଟିଛି ।
▶️'NO' అంటే.. బ్యాంకు ఖాతా ఖాళీ! ▶️ఓటీపీలు అడగరు.. లింకులు నొక్కక్కర్లేదు! ▶️వాట్సాప్ సందేశంతోనే క్షణాల్లో సొమ్ము స్వాహా! ▶️ఆటో ఎగ్జిక్యూషన్ ఫైల్ అటాక్తో కేటుగాళ్ల సరికొత్త పన్నాగం! వాట్సాప్లో వచ్చిన ఒకే ఒక్క సందేశానికి కేవలం 'NO' అని రిప్లై ఇచ్చినందుకే ఒకరి బ్యాంక్ ఖాతా క్షణాల్లో నిలువునా ఖాళీ అయిపోయింది! బాధితుడు ఎవరికీ ఎలాంటి ఓటీపీ చెప్పలేదు.. ఏ అనుమానాస్పద లింక్పైనా క్లిక్ చేయలేదు.. కేవలం 'NO' అనే రెండక్షరాల సమాధానమే జీవితకాల సంపాదనను తుడిచిపెట్టేసింది. ఇటీవల ఒక చార్టర్డ్ అకౌంటెంట్ను సైతం నిలువునా ముంచేసిన ఈ సరికొత్త సైబర్ నేరం నా దృష్టికి వచ్చింది. సాంకేతికతను ఆసరాగా చేసుకుని సైబర్ కేటుగాళ్లు పన్నిన అత్యంత ప్రమాదకరమైన ఆటో ఎగ్జిక్యూషన్ ఫైల్ అటాక్ ఇది! ఈ మోసం ఎలా జరుగుతోందంటే.. మొదట గుర్తుతెలియని నంబర్ నుంచి మీ వాట్సాప్కు ‘మీ ఖాతా నుంచి ఇంత మొత్తం డెబిట్ అయ్యింది’ అంటూ నకిలీ సందేశం వస్తుంది. ఆ వెంటనే మిమ్మల్ని తీవ్ర భయాందోళనకు గురిచేస్తూ.. ‘ఈ లావాదేవీ మీరు చేయకపోతే వెంటనే NO అని రిప్లై ఇవ్వండి’ అంటూ రెండో మెసేజ్ పంపుతారు. ఖాతాలో డబ్బులు పోయాయన్న కంగారుతో మీరు ‘NO’ అని టైప్ చేసి పంపిన మరుక్షణమే.. ఆ సందేశంలో కనిపించకుండా దాగి ఉన్న మాల్వేర్ స్క్రిప్ట్స్ ఆటోమేటిక్గా యాక్టివేట్ అవుతాయి. క్షణాల్లో మీ మొబైల్ ఫోన్పై పూర్తి నియంత్రణను హ్యాకర్లు చేజిక్కించుకుని, బ్యాంక్ ఖాతాల్లోని సొమ్మంతటినీ ఊడ్చేస్తారు. అందుకే ప్రజలందరికీ విజ్ఞప్తి ఏంటంటే... గుర్తుతెలియని నంబర్ల నుంచి బ్యాంక్ లావాదేవీల పేరుతో వచ్చే మెసేజ్లకు 'YES' గానీ, 'NO' గానీ ఎట్టిపరిస్థితుల్లోనూ రిప్లై ఇవ్వకండి! కంగారుపడి ఎలాంటి సమాధానమూ పంపకుండా వెంటనే ఆ నంబర్ను బ్లాక్ చేసి చాట్ను డిలీట్ చేయండి. మీ ఖాతాలో డబ్బు కట్ అయిందో లేదో తెలుసుకోవడానికి మీ అధికారిక బ్యాంక్ యాప్లోకి వెళ్లి నేరుగా చెక్ చేసుకోండి తప్ప, వాట్సాప్ సందేశాలను అస్సలు నమ్మకండి. ఏ అధికారిక బ్యాంకూ వాట్సాప్లో ఇలా సమాధానాలు కోరదు. ఒకవేళ ఎవరైనా ఈ మోసానికి గురైతే ఏమాత్రం ఆలస్యం చేయకుండా గోల్డెన్ అవర్లో వెంటనే '1930' సైబర్ హెల్ప్లైన్కు కాల్ చేయండి లేదా https://t.co/bdJLRXbJD3 లో ఫిర్యాదు చేయండి. కంగారులో ఇచ్చే ఒక్క నో అనే సందేశం మీ సర్వస్వాన్నీ తుడిచిపెట్టేస్తుంది.. తస్మాత్ జాగ్రత్త!! #CyberCrimeAlert #WhatsAppScam #StayAlert #CyberSecurity #HyderabadPolice
— V.C. Sajjanar, IPS (@SajjanarVC_IPS) October 12, 2026
ଏହା ପରେ ଠକ ଆଉ ଏକ ମସେଜ ପଠାଇ କୁହନ୍ତି ଯଦି ଆପଣ ହେଇ ଦେଣନେଣ କରି ନାହାନ୍ତି, ତାହେଲେ 'NO' ଲେଖି ଉତ୍ତର ଦିଅନ୍ତୁ । ଏଭଳି ମେସେଜ ଦେଖି ଯେ କେହି ବି ଚିନ୍ତାରେ ପଡ଼ିଯିବ । ଲୋକଙ୍କୁ ଲାଗୁଛି ସତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଛି । ଆଉ କିଛି ଭାବି ନ ଚିନ୍ତି ମେସେଜର ଜବାବ ଦେଇ ଦିଅନ୍ତି ।
ଏଭଳି ସାଇବର ଆଟାକକୁ ପୋଲିସ କମିଶନର ଅଟୋ-ଏକଜିକ୍ୟୁସନ୍ ଫାଇଲ୍ ଆଟାକ୍ କହିଛନ୍ତି । ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଏଭଳି ଠକାମୀର ଶିକାର ହୋଇଥିବା ସିପି କହିବା ସହ ଏହାକୁ ହାଲୁକାରେ ନ ନେବା ପାଇଁ ସତର୍କ କରିଛନ୍ତି ।
କେମିତି ବର୍ତ୍ତିବେ ?
ପ୍ରଥମ କଥା ହେଲା- ଅଜଣା ନମ୍ବରରୁ ଆସୁଥିବା ବ୍ୟାଙ୍କ ଦେଣନେଣ ମେସେଜକୁ ଦେଖି ଆଦୌ ବିଚଳିତ ହୁଅନ୍ତି ନାହିଁ । 'YES' କିମ୍ବା 'NO' ଜବାବ ଦିଅନ୍ତୁ ନାହିଁ । ପ୍ରଥମେ ଆପଣଙ୍କ ବ୍ୟାଙ୍କର ଅଫିସିଆଲ୍ ଆପ୍ କିମ୍ବା ନେଟ୍ ବ୍ୟାଙ୍କିଂ ଯାଇ ଚେକ୍ କରନ୍ତୁ ସତରେ ଟଙ୍କା କଟିଛି କି ?
ଏଥିସହ ପଢ଼ନ୍ତୁ: ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବ୍ୟବସାୟ, ଚଢାଉ କଲା ପୋଲିସ
ଯଦି ମେସେଜଟି ସନ୍ଦିଗ୍ଧ ଲାଗୁଛି ତାହେଲେ ଉକ୍ତ ନମ୍ବରକୁ ତୁରନ୍ତ ବ୍ଳକ୍ କରନ୍ତୁ । କୌଣସି ଅଜଣ ଫାଇଲ୍ ଡାଉନଲୋଡ୍ କିମ୍ବା ମେସେଜରେ ଦିଆ ଯାଇଥିବା ଲିଙ୍କ୍ କ୍ଳିକ୍ କରନ୍ତୁ ନାହିଁ । ବ୍ୟାଙ୍କ ସମ୍ପର୍କିତ ସୂଚନା ସବୁବେଳେ ବ୍ୟାଙ୍କର କଷ୍ଟମର କେୟାର୍ ଠାରୁ ନିଅନ୍ତୁ ।
ଯଦିବ ଆପଣଙ୍କ ସହ କେବେ ଏଭଳି ସାଇବର ଠକାମୀ ହେଉଛି, ତାହେଲେ ବିଳମ୍ବ ନ କରି ୧୯୩୦ ହେଲ୍ପଲାଇନ୍ରେ କଲ୍ କରନ୍ତୁ ଅଥବା cybercrime.gov.inରେ ଅଭିଯୋଗ କରନ୍ତୁ । WhatsAppରେ ଆସୁଥିବା ପ୍ରତିଟି ମେସେଜ ସତ ହୋଇ ନଥାଏ । ଆକାଉଣ୍ଟରୁ ଟଙ୍କା କଟିଲେ ବ୍ୟାଙ୍କ ଆଲର୍ଟ ଦେଥାଏ, ତେଣୁ ତୁରନ୍ତ ମେସେଜର ଉତ୍ତର ଦେବା ପରିବର୍ତ୍ତେ ଚେକ୍ କରନ୍ତୁ ।
📱 Get Argus News App
✨Related Topics
Explore more stories