Uma Bharti: 'POK ଭାରତର...ଏହାକୁ ଫେରାଇ ଆଣିବା ଆମର ମୁଖ୍ୟ ଲକ୍ଷ୍ୟ'

Key Points
ପାକ୍ ଆତଙ୍କୀ ବିରୋଧରେ ମୁହଁ ଖୋଲିଲେ ଉମା ଭାରତୀ । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ । ଆଗାମୀ ଦିନରେ ପାକିସ୍ତାନକୁ ଧ୍ବଂସ କରିଦେବ ଆତଙ୍କୀ ସଂଗଠନ ।
ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ । ଆଉ ଏହି ଆତଙ୍କୀ ସଂଗଠନ ହିଁ ଆଗାମୀ ଦିନରେ ପାକିସ୍ତାନକୁ ଧ୍ବଂସ କରିଦେବ । ସେତେବେଳେ ପାକିସ୍ତାନ ପ୍ରକୃତ ସ୍ଥିତି ସମ୍ପକରେ ଜାଣିପାରିବ ବୋଲି ବୋଲି କହିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ । ସେହିପରି ସେ ଆହୁରି କହିଛନ୍ତି, ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ଫେରାଇ ନେବା ଦେଶର ସମସ୍ତଙ୍କ ମନରେ ଅଛି । ଯେତେବେଳେ ଏହା ଘଟିବ, ଆମର ଉଦ୍ଦେଶ୍ୟ ପୂରଣ ହେବ । ଏକ ସାକ୍ଷାତକାରରେ, ସେ ଅପରେସନ ସିନ୍ଦୂରକୁ ବହୁତ ପ୍ରଶଂସା କରିଛନ୍ତି । ଏହାକୁ ପ୍ରଶ୍ନ କରୁଥିବା ଲୋକଙ୍କୁ ସେ କହିଛନ୍ତି, ଯେଉଁମାନେ ଜାତିର ଗର୍ବ କ'ଣ ବୁଝିନାହାନ୍ତି, ଏପରି ଲୋକ ରାଜନୀତିରେ ରହିବା ଉଚିତ୍ ନୁହେଁ ।
ନ୍ୟୁଜ୍ ଏଜେନ୍ସି ANIକୁ ଏକ ସାକ୍ଷାତକାରରେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ କହିଛନ୍ତି ଯେ 'ଆମର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ପିଓକେକୁ ଫେରାଇ ଆଣିବା । ଯେତେବେଳେ ଆମେ ଏହାକୁ ଫେରାଇ ଆଣିବୁ, ଆମର ଉଦ୍ଦେଶ୍ୟ ପୂରଣ ହେବ । ମୁଁ ସେମାନଙ୍କୁ ଉତ୍ତର ଦେବାକୁ ଚାହୁଁନାହିଁ ଯେଉଁମାନେ ଭାରତୀୟ ସଶସ୍ତ୍ର ବାହିନୀର ସାହସିକତା ଉପରେ ପ୍ରଶ୍ନ ଉଠାଉଛନ୍ତି । ସେମାନେ ଭାରତୀୟ ସଶସ୍ତ୍ର ବାହିନୀକୁ କିପରି ସମ୍ମାନ କରିବେ ଜାଣନ୍ତି ନାହିଁ ଏବଂ ସେମାନେ ରାଜନୀତି କରିବାକୁ ମଧ୍ୟ ସକ୍ଷମ ନୁହଁନ୍ତି....'।
ସେହିପରି ଉମା ଭାରତୀଙ୍କ ଅନୁଯାୟୀ, ଭାରତ ସର୍ବଦା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ସମ୍ମୁଖୀନ ହୋଇଛି ଏବଂ ଭାରତ ଏହାକୁ ମୂଳପୋଛ ମଧ୍ୟ କରିବ । ଯେତେବେଳେ ପାକିସ୍ତାନ ଆତଙ୍କବାଦ ଯୋଗୁଁ ଧ୍ୱଂସ ପାଇଯିବ, ସେତେବେଳେ ତା'ର ଚେତା ଫେରିବ।' ଉମା ଭାରତୀ ୧୯୯୪ ମସିହାରେ ସଂସଦ ଦ୍ୱାରା ସର୍ବସମ୍ମତିକ୍ରମେ ଗୃହୀତ ପ୍ରସ୍ତାବର ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ଘୋଷଣା କରାଯାଇଥିଲା ଯେ ପାକ୍ ଅଧିକୃତ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ।
୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏନଆଇଏ କୋର୍ଟ ଦ୍ୱାରା ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ଏହା ହିନ୍ଦୁମାନଙ୍କୁ ବଦନାମ କରିବାର ଷଡ଼ଯନ୍ତ୍ର ଏବଂ ତୁଷ୍ଟୀକରଣର ରାଜନୀତି। ସେ କହିଥିଲେ, 'ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକମାନେ ଦେଶର ପ୍ରତିଷ୍ଠା ବିଷୟରେ ଚିନ୍ତା କରୁନଥିଲେ। ସେମାନେ କେବଳ କ୍ଷମତା ବିଷୟରେ ଚିନ୍ତା କରୁଥିଲେ ବୋଲି ସେ କହିଛନ୍ତି ।