Blue Drum Murder Case / ସୌରଭ ନା ସାହିଲ... ମୁସ୍କାନଙ୍କ ଝିଅର ବାପା କିଏ? ମୃତ ସ୍ୱାମୀଙ୍କ ଜନ୍ମଦିନରେ ମା' ହେଲେ ନୀଳ ଡ୍ରମ ଓ୍ବାଲି
·9 months ago·2 min read

Key Points
ମୁସ୍କାନ ଜନ୍ମ ଦେଇଥିବା ଏହି କନ୍ୟା ସନ୍ତାନର ବାପା କିଏ? କଣ ଏହି ସନ୍ତାନ ସୌରଭଙ୍କର ନାହ ସାହିଲଙ୍କର? ଯାହା ସହିତ ମୁସ୍କାନଙ୍କର ଅବୈଧ ସମ୍ପର୍କ ଥିଲା।
ଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟାକାଣ୍ଡ ଏବଂ ନୀଳ ଡ୍ରମ ଘଟଣା ଘଟାଇଥିବା ମୁସ୍କାନ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ୮ ମାସ ହେଲା ଜେଲରେ ଥିବା ସୌରଭ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ରବିବାର ସନ୍ଧ୍ୟାରେ ମେଡିକାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବାପରେ ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁସ୍କାନ ଜନ୍ମ ଦେଇଥିବା ଏହି କନ୍ୟା ସନ୍ତାନର ବାପା କିଏ? କଣ ଏହି ସନ୍ତାନ ସୌରଭଙ୍କର ନାହ ସାହିଲଙ୍କର? ଯାହା ସହିତ ମୁସ୍କାନଙ୍କର ଅବୈଧ ସମ୍ପର୍କ ଥିଲା। ପ୍ରେମିକ ସହିତ ସମ୍ପର୍କ ରଖିବାପାଇଁ ନିଜ ସ୍ବାମୀଙ୍କୁ ମାରି ଏକ ନୀଳ ଡ୍ରମରେ ମୃତଦେହକୁ ରଖିଥିଲା। ନଭେମ୍ବର ୨୪ ତାରିଖ ଥିଲା ମୃତ ସ୍ବାମୀ ସୌରଭଙ୍କର ଜନ୍ମଦିନ। ଆଉ ସେହିଦିନ ହିଁ ମୁସ୍କାନ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ହେଲେ ଛୁଆ କାହାର ତାହା ଏବେ ବଡ଼ ପ୍ରଶ୍ନ।
ଏହାସହ ପଢ଼ନ୍ତୁ: ଭାରତ ମୁହାଁ ଇଥୋପିଆରେ ଜ୍ୱଳାମୁଖୀ: ଏୟାର ଇଣ୍ଡିଆର ୧୧ ବିମାନ ବାତିଲ
ସୁରକ୍ଷାବଳୟରେ ହେଲା ମୁସ୍କାନଙ୍କର କରାଗଲା ପ୍ରସବ
ବରିଷ୍ଠ ଜେଲ ଅଧୀକ୍ଷକ ଡ. ବିରେଶ ରାଜ ଶର୍ମା କହିଛନ୍ତି ଯେ ପ୍ରସବ ଯନ୍ତ୍ରଣା ବଢ଼ିବାରୁ ମୁସକାନଙ୍କୁ ରବିବାର ରାତି ପ୍ରାୟ ୭ଟା ୩୦ ସମୟରେ ହୋଇଥିଲା। ଲାଲା ଲଜପତ ରାୟ ସ୍ମାରକୀ ମେଡିକାଲ କଲେଜକୁ ଅଣାଯାଇଥିଲା। ପ୍ରସୂତି ବିଭାଗର ମୁଖ୍ୟ ଡ. ଶକୁନ ସିଂହ କହିଛନ୍ତି ଯେ ନବଜାତକର ଓଜନ ୨.୪ କିଲୋଗ୍ରାମ ଏବଂ ଡାକ୍ତରମାନେ ସଫଳତାର ସହ ସ୍ୱାଭାବିକ ପ୍ରସବ କରାଇଛନ୍ତି। ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। କେବଳ ୮ ଜଣ ସଦସ୍ୟଙ୍କୁ ମେଡିକାଲ ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା।
ଜେଲ ଅଧୀକ୍ଷକ କହିଛନ୍ତି ଯେ ମୁସ୍କାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି, କିନ୍ତୁ କେହିବି ଡାକ୍ତରଖାନାକୁ ଆସିନାହାଁନ୍ତି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାର ମୁଖ୍ୟ ଫାଟକ ଓ ୱାର୍ଡ ଚାରିପଟେ ପୋଲିସ ମୁତୟନ ବୃଦ୍ଧି କରାଯାଇଛି।
ମୁସ୍କାନଙ୍କ ଝିଅ ସୌରଭଙ୍କ ମାତାପିତାଙ୍କ ସହ ରହୁଛି। ପୋଲିସ ଯେବେ ମୁସ୍କାନ ଏବଂ ତାଙ୍କର ପ୍ରେମିକ ସାହିଲକୁ ହତ୍ୟାକାଣ୍ଡସ୍ଥଳରୁ ଗିରଫ କରିଥିଲା, ସେତେବେଳେ ମୁସ୍କାନ ଦେଢମାସର ଗର୍ଭବତୀ ଥିଲେ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ସାମ୍ନାରେ ମୁସ୍କାନ ପ୍ରଥମେ ଗର୍ଭବତୀ ଥିବା କଥା ଲୁଚାଇଥିଲେ। କିନ୍ତୁ ଯାଞ୍ଚ ସମୟରେ ସମ୍ପୂର୍ଣ୍ଣ ସତ ଧରାପଡ଼ିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିଏନଏ ଟେଷ୍ଟରୁ ଜଣାପଡ଼ିବ ସତ
ସୌରଭଙ୍କ ବଡ଼ ଭାଇ ରାହୁଲ ରାଜପୁତ ପ୍ରଥମରୁ ହିଁ କହିଛନ୍ତି ଯେ, ଯଦି ଛୁଆଟି ମୋ ଭାଇ ସୌରଭର ବୋଲି ପ୍ରମାଣିତ ହୁଏ ତେବେ ଯାଇ ଆମେ ସେହି ଛୁଆକୁ ଗ୍ରହଣ କରିବୁ।
ମୀରଟର ଇନ୍ଦିରାନଗର ସ୍ଥିତ ସୌରଭଙ୍କ ଘରେ ମାର୍ଚ୍ଚ ୪ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସ୍କାନ ଏବଂ ତାଙ୍କ କଥିତ ପ୍ରେମିକ ସାହିଲ ଶୁକ୍ଳା ନିଶା ଦେଇ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସେମାନେ ସୌରଭଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି, ମୁଣ୍ଡ ଓ ହାତକୁ କାଟି, ସିମେଣ୍ଟ ଭର୍ତ୍ତି ଏକ ନୀଳ ଡ୍ରମରେ ଲୁଚାଇ ଦେଇଥିଲେ। ଆଉ ସ୍ବାମୀ ନିଖୋଜ ଅଛନ୍ତି ବୋଲି ଥାନାରେ ଏତଲା ଦେଇଥିଲା।
ସ୍ବାମୀକୁ ହତ୍ୟା କରିବାପରେ ପ୍ରେମିକ ସହ ପାହଡ଼ରେ ମସ୍ତି କରିବା ଢେର ସାରା ରିଲ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସର କହିବାନୁଯାୟୀ, ପ୍ରେମ ସମ୍ପର୍କରେ ସୌରଭ ବାଧା ସୃଷ୍ଟି କରୁଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସ୍କାନ ଏବଂ ସାହିଲ ମାର୍ଚ୍ଚ ୧୮ ତାରିଖରେ ଗିରଫ ହୋଇଥିଲେ। ନୀଳଡ୍ରମ ଓ୍ବାଲି ମୁସ୍କାନ ନାଁ ଶୁଣିଲେ ପୁରା ଦେଶବାସୀ ଭୟଭୀତ ହୋଇପଡ଼ୁଥିଲେ।

Related Topics
Explore more stories