Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଶୀର ରକ୍ଷକ କିଏ ?

Arpita Mohanty
Browse all articles by Arpita Mohanty
·2 years ago·2 min read
କାଶୀର ରକ୍ଷକ କିଏ ?

ଅର୍ଗସ ବ୍ୟୁରୋ: ବାରଟି ଜ୍ୟୋତିର୍ଲିଙ୍ଗ ମନ୍ଦିର ମଧ୍ୟରୁ ଗୋଟିଏ ହେଉଛି କାଶୀ ବିଶ୍ୱନାଥ ମନ୍ଦିର ଯାହା ଏବେ ବାରଣାସୀ ନାମରେ ପ୍ରସିଦ୍ଧ। କାଶୀକୁ ବାବା ଭୋଲେନାଥଙ୍କ ସହର ବୋଲି କୁହାଯାଏ । ପ୍ରଭୁ ଶିବଙ୍କୁ ସମର୍ପିତ ଏହା ଏକ ହିନ୍ଦୁ ମନ୍ଦିର। ଉତ୍ତରପ୍ରଦେଶ ବାରାଣାସୀର ବିଶ୍ୱନାଥ ଗଳିରେ ଏହି ମନ୍ଦିର ଅବସ୍ଥିତ। ପ୍ରତିଦିନ ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। କୁହାଯାଏ କାଶୀରେ ମୃତ୍ୟୁ ହେଲେ ଆତ୍ମାକୁ ମୋକ୍ଷ ମିଳିଥାଏ। ଆତ୍ମା ଯମଲୋକ ନ ଯାଇ ସ୍ୱର୍ଗପୁର ଯାଇଥାଏ। ସବୁ ପାପ କ୍ଷୟ ହୋଇଯାଏ।

ଅନ୍ୟପଟେ କାଶୀର ରକ୍ଷକ କିଏ ଜାଣିଛନ୍ତି ? କାଳଭୈରବ। କାଳଭୈରବ ନାମ ସଂସ୍କୃତ ଶବ୍ଦ କାଳ ଏବଂ ଭୈରବରୁ ଉତ୍ପର୍ଣ୍ଣ ଯାହାର ଅର୍ଥ ହେଉଛି ସମୟ ଏବଂ ଭୟଙ୍କର। ଯମ ଯନ୍ତ୍ରଣାଠୁ ବି ଅଧିକ କଷ୍ଟ କାଳଭୈରବ ଯନ୍ତ୍ରଣା। ସ୍କନ୍ଦ ପୁରାଣ ଅନୁଯାୟୀ ପ୍ରଭୁ ଶିବଙ୍କର ସବୁଠାରୁ ଭୟଙ୍କର ରୂପ ହେଉଛି କାଳଭୈରବ ରୂପ। ତେବେ ଶିବଙ୍କର ଏହି ରୂପ ପଛରେ ବି ଏକ କାରଣ ରହିଛି ତାହା ହେଉଛି ଏକଦା ପ୍ରଭୁ ଶିବ ରୁଷି ମାର୍କଣ୍ଡେୟଙ୍କ ପାଇଁ ଯମରାଜଙ୍କୁ କାଶୀକୁ ପ୍ରବେଶ କରିବା ପାଇଁ ମନା କରି କହିଥିଲେ ଯେଉଁମାନେ କାଶୀରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିବେ ସେମାନେ ଯମଲୋକ ନଯାଇ ସ୍ୱର୍ଗପୁର ଯିବେ। ଶିବଙ୍କ ଆଜ୍ଞାକୁ ମାନି ଯମ ଆଉ କାଶୀରେ ପ୍ରବେଶ କରିଲେ ନାହିଁ। ପରେ ସମଗ୍ର ମାନବ ଜାତି ସ୍ୱର୍ଗଲୋକ ଯିବା ପାଇଁ କାଶୀରେ ଆସି ପହଁଚିଲେ। ଯାହାକୁ ଦେଖି ଶିବ ଅତ୍ୟନ୍ତ କ୍ରୋଧିତ ହୋଇ କାଳଭୈରବଙ୍କୁ କାଶୀର ମୁଖ୍ୟ ଦ୍ୱାରରେ ଦ୍ୱାରପାଳ ଭାବେ ରଖିଲେ।

କାଳଭୈରବ ଦେଖିବାକୁ ଖୁବ ଭୟଙ୍କର। କାଳଭୈରବ ଏତେ ରାଗି ଯେ ଏକଦା ସେ ବ୍ରହ୍ମାଙ୍କ ଏକ ମୁଣ୍ଡ କାଟିଦେଇଥିଲେ,ସେଥିପାଇଁ କାଳଭୈରବଙ୍କୁ କାଶୀର ରକ୍ଷକ ଭାବେ ରଖା ଯାଇଛି,ଏହା ମାନ୍ୟତା ରହିଛି ଯେ ଯଦି କୌଣସି ବ୍ୟକ୍ତି ଯମ ଦଣ୍ଡରୁ ବଞ୍ଚିବା ପାଇଁ କାଶୀରେ ମୃତ୍ୟୁ ପାଇଁ ଆସୁଛନ୍ତି ତେବେ ସର୍ବପ୍ରଥମେ କାଳଭୈରବଙ୍କ ସାମନା କରିବାକୁ ପଡିବ। କାଶୀରେ ମୃତ୍ୟୁ ପରେ କାଳଭୈରବ ଯନ୍ତ୍ରଣା ଦେଇଥାନ୍ତି ଏହାକୁ ଭୈରବୀ ଯନ୍ତ୍ରଣା କୁହାଯାଏ। ଯେଉଁ ଦଣ୍ଡ ଯମଲୋକରେ ଯମ ଦେଇଥାନ୍ତି ସେହି ଦଣ୍ଡ କାଶୀରେ କାଳଭୈରବ ଦେଇଥାନ୍ତି। ଏହି ଯନ୍ତ୍ରଣା ସହିଗଲେ ଲୋକର ସବୁ ପାପ କ୍ଷୟ ହୋଇଯାଇଥାଏ ଏବଂ ସେ ମୁକ୍ତି ପାଇଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ମୃତ୍ୟୁ ଆଉ କାଶୀର ଏକ ଅଦ୍ଭୁତ ସଂଯୋଗ ରହିଛି । ଏଠାରେ ମୃତ୍ୟୁକୁ କେହି ଡରନ୍ତି ନାହିଁ ବରଂ ଏହାକୁ ପାଳନ କରନ୍ତି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର

Sponsored
kashi | Argus News