Plane Crash / କଣ ଏହି ବ୍ଲାକ୍ ବକ୍ସ, କିଏ ରଖିଥିଲା ଅଜିତ୍ଙ୍କ ବିମାନରେ ?
·7 months ago·2 min read

Key Points
ପ୍ରାଇଭେଟ ଜେଟରେ ଥିବା ଏହି ବ୍ଲାକ୍ ବକ୍ସର କାମ କ’ଣ
କାହିଁକି ଅଜିତଙ୍କ ବିମାନରେ ଥିଲା ଏହା
କାହିଁକି ଅଜିତଙ୍କ ବିମାନରେ ଥିଲା ଏହା
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ଆଜି ବାରାମତିରେ ଶେଷକୃତ୍ୟ । ଅଜିତଯାତ୍ରାରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଯାହା ସାରା ଦେଶ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରକାଶ ପାଇବା ପରଠାରୁ, ରାଜନୈତିକ ଠାରୁ ମନୋରଞ୍ଜନ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି । ଅନେକ ସେଲିବ୍ରିଟି ମହାରାଷ୍ଟ୍ରର ସବୁଠାରୁ ରାଜନୈତିକ ବ୍ୟକ୍ତି ଅଜିତଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାହା ହେଉଛି ବ୍ଲାକ୍ ବକ୍ସ। ମହାରାଷ୍ଟ୍ରର ବାରାମତୀ ନିକଟରେ ଘଟିଥିବା ଏକ ବିମାନ ଦୁର୍ଘଟଣା ପରେ ତଦନ୍ତ ଏଜେନ୍ସିମାନେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଏହି ତଦନ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ହେଉଛି ବିମାନର ବ୍ଲାକ୍ ବକ୍ସ।
ସମସ୍ତ ପ୍ରାଇଭେଟ୍ ବିମାନରେ ବ୍ଲାକ୍ ବକ୍ସ ଅନିବାର୍ଯ୍ୟ ନୁହେଁ। ଛୋଟ ବିମାନଗୁଡ଼ିକରେ ସ୍ଥାନ ସମସ୍ୟା ଥିବାରୁ ଏହା ସ୍ଥାପନ କରାଯାଇନଥାଏ। ତେବେ ଭାରତରେ ଡିଜିସିଏ ବଡ଼ କମର୍ସିଆଲ୍ ଓ କର୍ପୋରେଟ୍ ବିମାନ ପାଇଁ ବ୍ଲାକ୍ ବକ୍ସକୁ ଅନିବାର୍ଯ୍ୟ କରିଛି। ବ୍ଲାକ୍ ବକ୍ସର ତଥ୍ୟ ଆଧାରରେ ଭବିଷ୍ୟତରେ ଏଭଳି ଦୁର୍ଘଟଣା ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଥାଏ। ତେବେ ବ୍ଲାକ୍ ବକ୍ସର ତଥ୍ୟ ବିଶ୍ଳେଷଣ ପରେ ଦୁର୍ଘଟଣାଟି ପ୍ରାୟୋଗିକ ତ୍ରୁଟି, ପାଣିପାଗ ଅବସ୍ଥା କିମ୍ବା ମାନବୀୟ ଭୁଲ୍ ଯୋଗୁଁ ଘଟିଥିଲା କି ନାହିଁ, ସେଥିର ସ୍ପଷ୍ଟ ଚିତ୍ର ମିଳିବ।
ଦୁର୍ଘଟଣାରେ ଜଡିତ ବିମାନଟି ଏକ ବଡ଼ କର୍ପୋରେଟ୍ ଜେଟ୍ ଥିଲା, ଯେଉଁଥିରେ ଏକ ବ୍ଲାକ୍ ବକ୍ସ ସଂସ୍ଥାପିତ ଥାଏ। ଏହି ବ୍ଲାକ୍ ବକ୍ସ ମଧ୍ୟରେ ଫ୍ଲାଇଟ୍ ଡାଟା ରେକର୍ଡର (FDR) ଏବଂ କକପିଟ୍ ଭଏସ୍ ରେକର୍ଡର (CVR) ଥାଏ। ବିମାନ ଦୁର୍ଘଟଣା ଘଟିଲେ ତଦନ୍ତ ଏଜେନ୍ସିମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଉଛି ଏହି ବ୍ଲାକ୍ ବକ୍ସ। ଏହି ଡିଭାଇସ୍ର ସହାୟତାରେ ଦୁର୍ଘଟଣାର ପ୍ରକୃତ କାରଣ ପ୍ରାୟୋଗିକ ତ୍ରୁଟି, ପାଣିପାଗ ସମସ୍ୟା କିମ୍ବା ମାନବୀୟ ଭୁଲ୍ ତାହା ସ୍ପଷ୍ଟ ଭାବେ ଜଣାପଡ଼େ।
ଏଥିସହ ପଢ଼ନ୍ତୁ: କାହିଁକି ଏମିତି କଲେ ଜେମିମା, ଯେଉଁଥିପାଇଁ ଦେବେ ୧୨ ଲକ୍ଷ ଜରିମାନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ବ୍ଲାକ୍ ବକ୍ସ ଟାଇଟାନିଅମ୍ କିମ୍ବା ଅତ୍ୟଧିକ ମଜବୁତ ଇସ୍ପାତରେ ତିଆରି ହୋଇଥାଏ ଏବଂ ୧୧୦୦ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ତାପମାତ୍ରା ସହିବା ସହ ଭୟଙ୍କର ଆଘାତକୁ ମଧ୍ୟ ସହନ କରିପାରେ। ସାଧାରଣତଃ ଏହାକୁ ବିମାନର ପଛ ଭାଗରେ ସ୍ଥାପନ କରାଯାଇଥାଏ, କାରଣ ସେହିସ୍ଥାନ ଦୁର୍ଘଟଣା ସମୟରେ ସବୁଠାରୁ ଅଧିକ ସୁରକ୍ଷିତ ରହିଥାଏ।ବ୍ଲାକ୍ ବକ୍ସର ଆଧିକାରିକ ନାମ ହେଉଛି ଫ୍ଲାଇଟ୍ ରେକର୍ଡର। ଏହି ବକ୍ସର ନାମରେ ‘ବ୍ଲାକ୍’ ଥିଲେ ମଧ୍ୟ ଏହା କଳା ନୁହେଁ, ବରଂ ଉଜ୍ଜ୍ୱଳ କମଳା ରଙ୍ଗର ହୋଇଥାଏ, ଯାହା ଦୁର୍ଘଟଣା ପରେ ଏହାକୁ ସହଜରେ ଚିହ୍ନଟ କରିବାରେ ସାହାଯ୍ୟ କରେ।
ଫ୍ଲାଇଟ୍ ଡାଟା ରେକର୍ଡର (FDR): ଏହା ବିମାନର ଗତି, ଉଚ୍ଚତା, ଇଞ୍ଜିନ୍ ପରିସ୍ଥିତି, ଇନ୍ଧନ ବ୍ୟବହାର ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍ ସମ୍ପର୍କିତ ତଥ୍ୟ ରେକର୍ଡ କରେ।
କକପିଟ୍ ଭଏସ୍ ରେକର୍ଡର (CVR): ଏଥିରେ ପାଇଲଟ୍ମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା, ସତର୍କ ସଙ୍କେତ ଓ କକପିଟ୍ର ପଛଭୂମି ଶବ୍ଦ ରେକର୍ଡ ହୋଇଥାଏ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories