Videos
|
National

India News / ମୋଦିଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ୩, ଖୋଲିଲେ "୩ ଅଙ୍କ"ର ରାଜ୍...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ମୋଦିଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ୩, ଖୋଲିଲେ "୩ ଅଙ୍କ"ର ରାଜ୍...
PM Modi

Key Points

ମୋଦି ସରକାରଙ୍କ ୩ ଅଙ୍କ ଯୋଜନା ୩କୋଟି ଲୋକଙ୍କ ପାଇଁ ହେବ ବାସଗୃହ ୩ କୋଟି ଲକ୍ଷପତି ଯୋଜନା ହେବା ଲକ୍ଷ୍ୟ ବିଶ୍ବରେ ଭାରତର ଅର୍ଥ ବ୍ୟବସ୍ଥା ରହିବ ତୃତୀୟ ସ୍ଥାନରେ ମୋଦି କହିଲେ ତାଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ "୩" ଅଙ୍କ

ଅର୍ଗସ ବ୍ୟୁରୋ: ଦେଶରେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଗାମୀ ଦିନ ପାଇଁ ତାଙ୍କର ଯୋଜନା ଆହୁରି ୩ଗୁଣ ବଢିଯାଇଛି । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ, ମୋଦି ୩ ସଂଖ୍ୟାକୁ କାହିଁକି ଗୁରୁତ୍ବ ଦିଅନ୍ତି । ତାର ଉତ୍ତର ମୋଦି ମସ୍କୋରେ ଥିବା ଭାରତୀୟଙ୍କ ସହ କଥା ହେବାପରେ ଦେଇଛନ୍ତି ।

ଦୁଇଦିନିଆ ଅଷ୍ଟ୍ରିଆ ଏବଂ ଋଷିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ରଷରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି ମୋଦି । ସେମାନଙ୍କ ସହ ଭାରତର ଉନ୍ନତି , ଆଗାମୀ ବିକଶିତ ଭାରତ ପାଇଁ କାର୍ଯ୍ୟସୂଚି ଏବଂ ଭାରତ ସହ ଋଷିଆର ଘନିଷ୍ଠ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି ।

ମୋଦି କହିଛନ୍ତି , ତାଙ୍କୁ ଏବେ ଆହୁରି ୩ ଗୁଣା ଅଧିକ କାମ କରିବାକୁ ପଡିବ । କାରଣ ଅର୍ଥନୀତିରେ ଦେଶକୁ ବିଶ୍ବର ତୃତୀୟ ସ୍ଥାନକୁ ଆଣିବା ପାଇଁ ଅଧିକ କାମ କରିବାର ଆବଶ୍ୟକତା ରହିଛି । ଦେଶର ଯୁବପିଢୀଙ୍କ ମଧ୍ୟରେ ଅନେକ ଦକ୍ଷତା ରହିଛି । ଗତ ୧୦ ବର୍ଷ ଭିତରେ ଅନେକ ପରିବର୍ତ୍ତନ ଆସିଛି । ଆଗାମୀ ଦିନରେ ମଧ୍ୟ ଏହି ପରିବର୍ତ୍ତନ ଜାରି ରହିବ ।

ତେବେ ନିଜର ୩ ଅଙ୍କ ବିଶିଷ୍ଟ ବିଶେଷତ୍ବକୁ ନେଇ ମୋଦି କହିଛନ୍ତି, ସେ ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେଥିପାଇଁ ସବୁ କାମ ସେ ୩ ଗୁଣା ଅଧିକ ବେଗରେ କାମ କରିବେ । ମୋଦି ୩.୦ର ପ୍ରଥମ ଲକ୍ଷ୍ୟ ହେଉଛି ଦେଶକୁ ବିଶ୍ବର ୩ ଅର୍ଥନୀତି ଦେଶରେ ସ୍ଥାନିତ କରିବା । ଯେଉଁଭଳି ଭାବେ ଭରତର ଅର୍ଥନୀତି ମଜବୁତ ହୋଇଛି, ଏହା ବିଶ୍ବର ୩ୟ ଅର୍ଥନୀତିକ ଦେଶ ହେବାକୁ ବେଶି ସମୟ ଲାଗିବନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ମୋଦିଙ୍କର ଆଉ କିଛି ଯୋଜନା ମଧ୍ୟ ୩ ଅଙ୍କ ସହ ଜଡିତ ରହିଛି । ଯେପରି ମୋଦି କହିଛନ୍ତି, ୩ କୋଟି ଲକ୍ଷପତି ଦିଦି ତିଆରି କରିବା ମଧ୍ୟ ମୋଦି ସରକାରର ଲକ୍ଷ । ଏବଂ ଭାରତରେ ୩ କୋଟି ଆବାସ ଯୋଜନା ତିଆରି କରିବା ମଧ୍ୟ ଲକ୍ଷ ରଖାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷରେ ଭାରତରେ ଯେଉଁ ବିକାଶ ହୋଇଛି, ତାହା କେବଳ ଟ୍ରେଲର, ଆଗକୁ ଆହୁରି ବହୁତ କିଛି କରିବା ବାକି ଅଛି ।

140 କୋଟି ଭାରତୀୟ ବର୍ତ୍ତମାନ ଏକ ସଂକଳ୍ପ ନେଇ ଭାରତକୁ ଏକ ବିକଶିତ ଦେଶ କରିବାର ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ ଦେଶ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ସମର୍ଥନ ରହିଛି ବୋଲି କହିଛନ୍ତି  ।

Related Topics

Explore more stories