Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦିଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ୩ , ଖୋଲିଲେ "୩ ଅଙ୍କ"ର ରାଜ୍...

National

ମୋଦିଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ୩ , ଖୋଲିଲେ "୩ ଅଙ୍କ"ର ରାଜ୍...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମୋଦିଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ୩ ,  ଖୋଲିଲେ "୩ ଅଙ୍କ"ର ରାଜ୍...

Key Points

  • ମୋଦି ସରକାରଙ୍କ ୩ ଅଙ୍କ ଯୋଜନା
  • ୩କୋଟି ଲୋକଙ୍କ ପାଇଁ ହେବ ବାସଗୃହ
  • ୩ କୋଟି ଲକ୍ଷପତି ଯୋଜନା ହେବା ଲକ୍ଷ୍ୟ
  • ବିଶ୍ବରେ ଭାରତର ଅର୍ଥ ବ୍ୟବସ୍ଥା ରହିବ ତୃତୀୟ ସ୍ଥାନରେ
  • ମୋଦି କହିଲେ ତାଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ "୩" ଅଙ୍କ 

ଅର୍ଗସ ବ୍ୟୁରୋ : ଦେଶରେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଗାମୀ ଦିନ ପାଇଁ ତାଙ୍କର ଯୋଜନା ଆହୁରି ୩ଗୁଣ ବଢିଯାଇଛି । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ, ମୋଦି ୩ ସଂଖ୍ୟାକୁ କାହିଁକି ଗୁରୁତ୍ବ ଦିଅନ୍ତି । ତାର ଉତ୍ତର ମୋଦି ମସ୍କୋରେ ଥିବା ଭାରତୀୟଙ୍କ ସହ କଥା ହେବାପରେ ଦେଇଛନ୍ତି । 

ଦୁଇଦିନିଆ ଅଷ୍ଟ୍ରିଆ ଏବଂ ଋଷିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ରଷରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି ମୋଦି । ସେମାନଙ୍କ ସହ ଭାରତର ଉନ୍ନତି , ଆଗାମୀ ବିକଶିତ ଭାରତ ପାଇଁ କାର୍ଯ୍ୟସୂଚି ଏବଂ ଭାରତ ସହ ଋଷିଆର ଘନିଷ୍ଠ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି ।

ମୋଦି କହିଛନ୍ତି , ତାଙ୍କୁ ଏବେ ଆହୁରି ୩ ଗୁଣା ଅଧିକ କାମ କରିବାକୁ ପଡିବ । କାରଣ ଅର୍ଥନୀତିରେ ଦେଶକୁ ବିଶ୍ବର ତୃତୀୟ ସ୍ଥାନକୁ ଆଣିବା ପାଇଁ ଅଧିକ କାମ କରିବାର ଆବଶ୍ୟକତା ରହିଛି । ଦେଶର ଯୁବପିଢୀଙ୍କ ମଧ୍ୟରେ ଅନେକ ଦକ୍ଷତା ରହିଛି । ଗତ ୧୦ ବର୍ଷ ଭିତରେ ଅନେକ ପରିବର୍ତ୍ତନ ଆସିଛି । ଆଗାମୀ ଦିନରେ ମଧ୍ୟ ଏହି ପରିବର୍ତ୍ତନ ଜାରି ରହିବ । 
ତେବେ ନିଜର ୩ ଅଙ୍କ ବିଶିଷ୍ଟ ବିଶେଷତ୍ବକୁ ନେଇ ମୋଦି କହିଛନ୍ତି, ସେ ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେଥିପାଇଁ ସବୁ କାମ ସେ ୩ ଗୁଣା ଅଧିକ ବେଗରେ କାମ କରିବେ । ମୋଦି ୩.୦ର ପ୍ରଥମ ଲକ୍ଷ୍ୟ ହେଉଛି ଦେଶକୁ ବିଶ୍ବର ୩ ଅର୍ଥନୀତି ଦେଶରେ ସ୍ଥାନିତ କରିବା । ଯେଉଁଭଳି ଭାବେ ଭରତର ଅର୍ଥନୀତି ମଜବୁତ ହୋଇଛି, ଏହା ବିଶ୍ବର ୩ୟ ଅର୍ଥନୀତିକ ଦେଶ ହେବାକୁ ବେଶି ସମୟ ଲାଗିବନି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ମୋଦିଙ୍କର ଆଉ କିଛି ଯୋଜନା ମଧ୍ୟ ୩ ଅଙ୍କ ସହ ଜଡିତ ରହିଛି । ଯେପରି ମୋଦି କହିଛନ୍ତି, ୩ କୋଟି ଲକ୍ଷପତି ଦିଦି ତିଆରି କରିବା ମଧ୍ୟ ମୋଦି ସରକାରର ଲକ୍ଷ । ଏବଂ ଭାରତରେ ୩ କୋଟି ଆବାସ ଯୋଜନା ତିଆରି କରିବା ମଧ୍ୟ ଲକ୍ଷ ରଖାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷରେ ଭାରତରେ ଯେଉଁ ବିକାଶ ହୋଇଛି, ତାହା କେବଳ ଟ୍ରେଲର, ଆଗକୁ ଆହୁରି ବହୁତ କିଛି କରିବା ବାକି ଅଛି । 140 କୋଟି ଭାରତୀୟ ବର୍ତ୍ତମାନ ଏକ ସଂକଳ୍ପ ନେଇ ଭାରତକୁ ଏକ ବିକଶିତ ଦେଶ କରିବାର ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ ଦେଶ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ସମର୍ଥନ ରହିଛି ବୋଲି କହିଛନ୍ତି  ।

 

Sponsored
Why 3 is important for Modi, revealed the secret of "3 digits" | Argus News