ଭୋଗ ସମୟରେ କାହିଁକି ଘଣ୍ଟି ବାଜେ..? ଜାଣନ୍ତୁ
·2 years ago·1 min read

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଭୋଗ ସମୟରେ କାହିଁକି ଘଣ୍ଟି ବାଜେ। ହିନ୍ଦୁ ଧର୍ମ ଅନୁସାରେ ଘଣ୍ଟି ନବଜାଇ ପୂଜା କଲେ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ଭଗବାନଙ୍କୁ ପ୍ରସାଦ କିମ୍ବା ଭୋଗ ଲଗାଇବା ସମୟରେ ସବୁବେଳେ ଘଣ୍ଟି ବଜାଯାଇଥାଏ। ଏହାର କାରଣ ବିଷୟରେ ବର୍ଣ୍ଣନା କରିଛନ୍ତି ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମା।
ପଣ୍ଡିତ ଶର୍ମାଙ୍କ କହିବାନୁସାରେ ବାୟୁ ତତ୍ୱକୁ ଜାଗ୍ରତ କରିବା ପାଇଁ ଘଣ୍ଟି ବଜାଯାଇଥାଏ। ବାୟୁର ୫ ତତ୍ୱ ଯଥା ବ୍ୟାଣ, ଉଡାଣ, ସମାନ, ଅପାଣ ଏବଂ ପ୍ରାଣ ବାୟୁ । ଭଗବାନଙ୍କୁ ନୈବେଦ୍ୟ ଅର୍ପଣ କାରିବା ସମୟରେ ୫ ଥର ଘଣ୍ଟି ବଜା ଯାଇଥାଏ। ବାୟୁର ପାଞ୍ଚ ତତ୍ୱ ପାଇଁ ୫ ଥର ଘଣ୍ଟି ବଜା ଯାଇଥାଏ ଏବଂ ଭୋଗ ଲଗାଯାଇଥାଏ। ଭଗବାନଙ୍କୁ ପାନ ପତ୍ରରେ ନୈବେଦ୍ୟ ଅର୍ପଣ କରିବା ଉଚିତ୍। ତେବେ ସବୁବେଳେ ପାନ ପତ୍ରରେ ହିଁ ଭଗବାନଙ୍କୁ ଭୋଗ ଲଗାଇବା ଉଚିତ୍।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: